ଶନିବାର ତୃତୀୟ ଦିନିକିଆ: ୨-୦ରେ ଆଗୁଆ ରହିବା ଲକ୍ଷ୍ୟରେ ଭାରତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 26, 2018

ଶନିବାର ତୃତୀୟ ଦିନିକିଆ: ୨-୦ରେ ଆଗୁଆ ରହିବା ଲକ୍ଷ୍ୟରେ ଭାରତ

ପୁଣେ: ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଦିନିକିଆ ସିରିଜ୍‌ର ତୃତୀୟ ମ୍ୟାଚ୍‌ ପାଇଁ ଶନିବାର ଟିମ୍‌ ଇଣ୍ଡିଆ ମହାରାଷ୍ଟ୍ର କ୍ରିକେଟ୍‌ ଆସୋସିଏସ୍‌ନ ଷ୍ଟାଡିୟମ୍‌କୁ ଓହ୍ଲାଇବ। ପ୍ରଥମ ଦିନିକିଆକୁ ସହଜରେ ଜିତିଥିବା ଟିମ୍‌ ଇଣ୍ଡିଆର ବିଜୟ ରଥକୁ ଦ୍ୱିତୀୟ ଦିନିକିଆରେ ଇଣ୍ଡିଜ୍‌ ବାହିନୀ ଅଟକାଇବାରେ ସଫଳ ହୋଇଥିଲାଏବଂ ମ୍ୟାଚ୍‌ଟି ଟାଏ ରହିଥିଲା। ଭାରତ ଏବେ ସିରିଜ୍‌ରେ ୧-୦ରେ ଆଗରେ ରହିଛି। ତେଣୁ ଆସନ୍ତାକାଲି ଏହି ବ୍ୟବଧାନକୁ ୨-୦ କରିବାକୁ ବିରାଟ୍ ଆଣ୍ଡ କୋ ପୂରା ଦମ୍‌ ଲଗାଇବେ। ସେହିପରି ବିଜୟରୁ ଅଳ୍ପକେ ବଞ୍ଚିତ ହୋଇଥିବା ୱେଷ୍ଟଇଣ୍ଡିଜ୍‌ ଆସନ୍ତାକାଲି ମ୍ୟାଚ୍‌କୁ ଜିତି ସ୍ଥିତି ବରାବର କରିବାକୁ ଚାହିଁବ।

ବିଶ୍ରାମ ପରେ ଟିମ୍‌ ଇଣ୍ଡିଆକୁ ଫେରିଥିବା ଦୁଇ ସ୍ପିଡ୍‌ଷ୍ଟର ଭୁବନେଶ୍ୱର କୁମାର ଓ ଯଶପ୍ରୀତ୍‌ ବୁମ୍ରା ଆସନ୍ତାକାଲିର ମ୍ୟାଚ୍‌ ଖେଳିବା ଏକ ପ୍ରକାରର ନିଶ୍ଚିତ। ତେଣୁ ବୋଲିଂ ବାହିନୀକୁ ନେଇ ଚିନ୍ତାରେ ଥିବା ଟିମ୍‌ ମ୍ୟାନେଜମେଣ୍ଟ ଏମାନଙ୍କୁ ପାଇ ଆଶ୍ୱସ୍ତ ହୋଇଛି। ତଥାପି ଦୁଇଟି ଯାକ ମ୍ୟାଚ୍‌ରେ ଇଣ୍ଡିଜ୍‌ ବ୍ୟାଟସ୍‌ମ୍ୟାନ୍‌ମାନେ ୩୨୦ରୁ ଅଧିକ ରନ୍‌ କରିବାକୁ ସକ୍ଷମ ହୋଇଥିବାରୁ ଦଳ ସାମାନ୍ୟ ଚାପରେ ରହିବ। ଯଦି ପୁଣେ ମ୍ୟାଚରେ ବୁମ୍ରା ଓ ଭୁବି ଖେଳନ୍ତି, ତା’ହେଲେ ଉମେଶ ଯାଦବଙ୍କୁ ବାହାରେ ବସିବାକୁ ପଡ଼ିବ। ପୂର୍ବରୁ ୧୫ ଜଣିଆ ସ୍କ୍ୱାଡ୍‌ରୁ ମହମ୍ମଦ ଶାମି ବାଦ୍‌ ପଡ଼ିଛନ୍ତି। ଏହି ଦୁଇଟି ପରିବର୍ତ୍ତନ ଛଡ଼ା ଟିମ୍‌ ଇଣ୍ଡିଆରେ ଆଉ କୌଣସି ପରିବର୍ତ୍ତନର ଆଶା କରାଯାଉ ନାହିଁ।

କିନ୍ତୁ ଓପନିଂକୁ ନେଇ ଦଳ ଅଡ଼ୁଆରେ ପଡ଼ିଛି। ପ୍ରଥମ ମ୍ୟାଚ୍‌ରେ ରୋହିତ ଶର୍ମା ଶତକ କରିଥିଲେ ହେଁ ଦ୍ୱିତୀୟ ମ୍ୟାଚ୍‌ରେ ସଅଳ ଆଉଟ୍‌ ହୋଇଯାଇଥିଲେ। ସେହିପରି ଶିଖର ଧୱନ ମଧ୍ୟ କ୍ରମାଗତ ବିଫଳ ହେବାରେ ଲାଗିଛନ୍ତି। ସବୁ ଚାପ ଏକୁଟିଆ ଅଧିନାୟକ ବିରାଟ୍‌ କୋହଲି ସମ୍ଭାଳୁଛନ୍ତି। ମିଡିଲ୍‌ ଅର୍ଡରର ଅସଲ ପରୀକ୍ଷା ଏଯାଏ ହୋଇନାହିଁ। କେବଳ ଅମ୍ବାତି ରାୟିଡୁଙ୍କୁ ଛାଡ଼ି ଦେଲେ ଭେଟେରାନ୍‌ ମହେନ୍ଦ୍ର ସିଂହ ଧୋନି, ଯୁବ ତାରକା ରିଷଭ ପନ୍ତ ଓ ସ୍ପିନିଂ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଗତ ମ୍ୟାଚ୍‌ରେ ବ୍ୟାଟିଂ କରିବାକୁ ସୁଯୋଗ ପାଇଥିଲେ ହେଁ ଆଖିଦୃଶିଆ ପ୍ରଦର୍ଶନ କରିପାରି ନାହାନ୍ତି। ତେଣୁ ଆସନ୍ତାକାଲି ମିଡଲ୍‌ ଅର୍ଡରରେ ସାମାନ୍ୟ ପରୀକ୍ଷାନିରୀକ୍ଷା କରାଯାଇ ପାରେ। ଅର୍ଥାତ ପନ୍ତଙ୍କ ସ୍ଥାନରେ ମନୀଷ ପାଣ୍ଡେ କିମ୍ବା ରାହୁଲଙ୍କୁ ସୁଯୋଗ ଦେବାକୁ ଟିମ୍‌ ମ୍ୟାନେଜମେଣ୍ଟ ଚିନ୍ତା କରିପାରେ।

ସେହିପରି ଗଲା ଦୁଇଟି ମ୍ୟାଚ୍‌ ପାଇଁ ସମ୍ଭାବ୍ୟ ୧୨ ଜଣିଆ ଦଳ ଘୋଷଣା କରୁଥିବା ଟିମ୍‌ ଇଣ୍ଡିଆ ତୃତୀୟ ମ୍ୟାଚ୍‌ ପାଇଁ କୌଣସି ତାଲିକା ଏଯାଏ ଘୋଷଣା କରିନାହିଁ। ତେଣୁ କେଉଁଠି ନା କେଉଁଠି ଦଳ ବିଚାରବିମର୍ଶ ଜାରି ରଖିଛି। ତେବେ ଦଳର ସ୍ପିନିଂ ବାହିନୀରେ କୌଣସି ପରିବର୍ତ୍ତନ ହେବାର ନାହିଁ। କୁଲଦୀପ ଓ ଚହଲ ସେମାନଙ୍କ ଜବରଦସ୍ତ ପ୍ରଦର୍ଶନ ଜାରି ରଖିଛନ୍ତି।

ଅନ୍ୟପକ୍ଷରେ ଅନଭିଜ୍ଞ ହେଲେ ହେଁ ଭାରତ ଭଳି ଶକ୍ତିଶାଳୀ ଟିମ୍‌ ବିରୋଧରେ ଦୁଇ ଦୁଇଥର ୩୨୦ରୁ ଅଧିକ ରନ୍‌ କରିଥିବା ଜେସନ୍‌ ହୋଲ୍ଡରଙ୍କ ଇଣ୍ଡିଜ୍‌ ବାହିନୀର ମନୋବଳ ଏବେ ଦୃଢ଼ ରହିଛି। ବିଶେଷ କରି ଦଳ ଗତ ମ୍ୟାଚ୍‌ରେ ଭାରତ ଦେଇଥିବା ୩୨୨ ରନ୍‌ର ଟାର୍ଗେଟକୁ ପିଛା କରି ମ୍ୟାଚକୁ ଟାଏ ରଖିଥିବାରୁ ଦଳ ଓଲଟପାଲଟ ଲକ୍ଷ୍ୟରେ ରହିବ।

ଦଳର ଦୁଇ ଯୁବ ତାରକା ହେଟମେୟର ଓ ଶାଇ ହୋପ୍‌ ଜବରଦସ୍ତ ଫର୍ମରେ ଅଛନ୍ତି। ଉଭୟଙ୍କୁ ପାୱେଲ୍‌ ଓ ହୋଲ୍ଡର ଭରପୂର ସହଯୋଗ କରୁଛନ୍ତି। କିନ୍ତୁ ଇଣ୍ଡିଜ ଦଳରେ ଥିବା ଅଭିଜ୍ଞ ମାର୍ଲନ ସାମୁଏଲ୍ସ ଏଯାଏ ନିଜ ଯାଦୁ ଦେଖାଇ ନାହାନ୍ତି। ଯଦି ସାମୁଏଲ୍ସ ଆସନ୍ତକାଲି ମ୍ୟାଚ୍‌ରେ ଫର୍ମକୁ ଫେରିବେ, ତା’ହେଲେ ଭାରତର ମୁଣ୍ଡବିନ୍ଧା ଆହୁରି ବଢ଼ିଯିବ।

ତେଣୁ ଆସନ୍ତାକାଲି ଅପରାହ୍ଣ ୧.୩୦ରେ ହେବାକୁ ଥିବା ମ୍ୟାଚ୍‌ ନିଶ୍ଚିତ ରୋମାଞ୍ଚକର ହେବ, ଏଥିରେ ସନ୍ଦେହ ନାହିଁ।

ଟିମ୍‌ ଇଣ୍ଡିଆ: ରୋହିତ୍‌ ଶର୍ମା, ଶିଖର ଧୱନ୍‌, ବିରାଟ୍‌ କୋହଲି(ଅ), ଅମ୍ବାତି ରାୟୁଡ଼ୁ, ରିଷଭ ପନ୍ତ/କେଏଲ୍‌ ରାହୁଲ/ମନୀଷ ପାଣ୍ଡେ, ଏମ୍‌ଏସ୍‌ ଧୋନି(ୱି), ରବୀନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ୟଜୁବେନ୍ଦ୍ର ଚହଲ୍‌, ଉମେଶ ଯାଦବ/ଭୁବନେଶ୍ୱର କୁମାର, ଯଶପ୍ରୀତ ବୁମ୍ରା।

ଟିମ୍‌ ଇଣ୍ଡିଜ୍‌: ଜେସନ୍‌ ହୋଲ୍‌ଡର୍‌(ଅ), ଫାବିଆନ୍‌ ଆଲେନ୍‌, ସୁନିଲ୍‌ ଆମ୍ବ୍ରିସ୍‌, ଦେବେନ୍ଦ୍ର ବିଶୁ, ଚନ୍ଦ୍ରପଲ ହେମରାଜ, ଶିମ୍‌ରନ୍‌ ହେଟମେୟର, ଶାଇ ହୋପ୍‌(ୱି), ଆଲ୍‌ଜାରି ଯୋଜେଫ୍‌, ମାର୍ଲନ୍‌ ସାମୁଏଲ୍‌ସ୍‌, , ରଭ୍‌ମ୍ୟାନ୍‌ ପାୱେଲ୍‌, , ଆଶ୍‌ଲେ ନର୍ସ୍‌, କିମୁ ପଲ୍‌, , କାଇରନ୍‌ ପାୱେଲ୍‌, କେମାର୍ ରୋଚ୍ ଓ ଇଭିନ୍‌ ଲ୍ୟୁସ୍‌।



from Odisha Reporter https://ift.tt/2z6MF0v

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages