
ପୁରୀ(ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଶ୍ରୀଅଙ୍ଗ ପ୍ରତି ମୂଷା ବିପଦ।ଗର୍ଭଗୃହରେ ଉପଦ୍ରବ କରୁଥିବା ମୂଷାଙ୍କୁ ଧରିବାକୁ ୩ ମାସ ହେଲା ଜନ୍ତା ବସାଯାଇଥିବାବେଳେ ସେଥିରେ ୩ଟି ମୂଷା ପଡିଛନ୍ତି।
ଗର୍ଭଗୃହରେ ମୂଷା କିଛିଦିନ ହେଲା ଶ୍ରୀଜୀଉଙ୍କ ପାଇଁ ଉଦ୍ଦିଷ୍ଟ ସାମଗ୍ରୀକୁ କାଟି ପକାଇବା ସହ ଶ୍ରୀଅଙ୍ଗ ପ୍ରତି ବିପଦ ସୃଷ୍ଟି କରୁଥିଲେ। ଯାହାକୁ ନେଇ ଉଭୟ ଶ୍ରୀମନ୍ଦିର ପ୍ରଶାସନ ଓ ସେବାୟତ ଚିନ୍ତିତ ଥିଲେ।
ତେବେ ବସା ଯାଇଥିବା ଯନ୍ତାରେ ୩ଟି ମୂଷା ପଡ଼ିବା ପରେ ଏବେ ସେବାୟତମାନେ ସାମାନ୍ୟ ଆଶ୍ୱସ୍ତ ହୋଇଛନ୍ତି। ତେବେ ଆଗକୁ ମଧ୍ୟ ମୂଷା ଧରିବାକୁ ଯନ୍ତା ବସିବ ବୋଲି କହିଛନ୍ତି ଶ୍ରୀମନ୍ଦିର ନୀତି ପ୍ରଶାସକ।
from Odisha Reporter https://ift.tt/2OPupDF
No comments:
Post a Comment