ସାମ୍ବାଦିକ ସୁରକ୍ଷା ଆଇନ ଦାବି, ସାମ୍ବାଦିକମାନଙ୍କ ଶାନ୍ତିପୂର୍ଣ୍ଣ ଧାରଣା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 2, 2018

ସାମ୍ବାଦିକ ସୁରକ୍ଷା ଆଇନ ଦାବି, ସାମ୍ବାଦିକମାନଙ୍କ ଶାନ୍ତିପୂର୍ଣ୍ଣ ଧାରଣା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଆଜି ବିପଦରେ। ଦୁର୍ନୀତି, ଅନ୍ୟାୟ ଏବଂ ଅନୀତିକୁ ଲୋକଙ୍କ ସାମ୍ନାକୁ ଆଣୁଥିବା ସାମ୍ୱାଦିକମାନେ ଆଜି ଅସୁରକ୍ଷିତ। ବିଭିନ୍ନ ସମୟରେ ସାମ୍ବାଦିକମାନଙ୍କ ଉପରେ ଆକ୍ରମଣ ହେଉଛି। ଆଇନର ରକ୍ଷକ ସାଜିଥିବା ପୁଲିସ ଆଉ ଜନପ୍ରତିନିଧିମାନେ ବି ସାମ୍ବାଦିକମାନଙ୍କୁ ପ୍ରତ୍ୟକ୍ଷ ବା ପରୋକ୍ଷ ଉପାୟରେ ଆକ୍ରମଣ କରିବାର ସୁଯୋଗ ହାତଛଡ଼ା କରୁନାହାନ୍ତି।

ଏହାକୁ ବିରୋଧ କରିବା ସହିତ ସାମ୍ବାଦିକ ସୁରକ୍ଷା ଆଇନ ଦାବିରେ ଆଜି ଭୁବନେଶ୍ୱର ଲୋୟର ପିଏମ୍‌ଜିଠାରେ ସାମ୍ବାଦିକମାନେ ଧାରଣା ଦେଇଛନ୍ତି। ବିଭିନ୍ନ ଗଣମାଧ୍ୟମରେ କାର୍ଯ୍ୟରତ ସାମ୍ବାଦିକମାନେ ଧାରଣାସ୍ଥଳରେ ଉପସ୍ଥିତ ରହି ଶାନ୍ତିପୂର୍ଣ୍ଣଭାବେ ଏହାର ପ୍ରତିବାଦ କରିଛନ୍ତି। ଏହି ଆନ୍ଦୋଳନରେ ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମର ବହୁ ବରିଷ୍ଠ ସାମ୍ବାଦିକ ଉପସ୍ଥିତ ଥିଲେ।

ଧାରଣା ସ୍ଥଳରେ ବିଜେପି ପକ୍ଷରୁ ସମୀର ମହାନ୍ତି ଓ ଉତ୍କଳ ଭାରତ ସଭାପତି ଖାରବେଳ ସ୍ୱାଇଁ ପହଞ୍ଚ ଧାରଣାରତ ସାମ୍ବାଦିକମାନଙ୍କୁ ସମର୍ଥନ ଜଣାଇଥିଲେ। ଆଗାମୀ ୪୮ ଘଣ୍ଟା ଭିତରେ ରାଜ୍ୟ ସରକାର ସାମ୍ବାଦିକମାନଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାରେ କାର୍ଯ୍ୟାନୁଷ୍ଠାନ ଓ ସାମ୍ବାଦିକ ସୁରକ୍ଷା ଆଇନ କାର୍ଯ୍ୟକାରୀ କରିବା କ୍ଷେତ୍ରରେ କୌଣସି ପଦକ୍ଷେପ ନ ନିଅନ୍ତି, ତାହେଲେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ସାମ୍ବାଦିକମାନେ  ଚେତାବନୀ ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ନିକଟରେ ସୋର, ବାଲିଆପାଳ ଓ ପୁରୀରେ ସାମ୍ବାଦିକମାନଙ୍କ ଉପରେ ଆକ୍ରମଣ ହୋଇଛି। ହେଲେ ଏପର୍ଯ୍ୟନ୍ତ ଅଭିଯୁକ୍ତଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ।



from Odisha Reporter https://ift.tt/2zKFQmD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages