କିଛି ପିଲାଙ୍କ ପାଇଁ ସମସ୍ତଙ୍କ ସମୟକୁ ବର୍‌ବାଦ କରାଯିବ ନାହିଁ: ରେଭେନ୍ସା କୁଳପତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 2, 2018

କିଛି ପିଲାଙ୍କ ପାଇଁ ସମସ୍ତଙ୍କ ସମୟକୁ ବର୍‌ବାଦ କରାଯିବ ନାହିଁ: ରେଭେନ୍ସା କୁଳପତି

କଟକ (ଓଡ଼ିଶା ରିପୋର୍ଟର): ଅସମ୍ଭାଳ ହେଉଛି କ୍ୟାମ୍ପସର ସ୍ଥିତି। ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ବାତିଲ ହେବା ପରେ କ୍ୟାମ୍ପସ୍‌ରେ ଉତ୍ତେଜନା ଲାଗି ରହିଛି। ପ୍ରତ୍ୟକ୍ଷ ନିର୍ବାଚନ ଦାବିରେ କୁଳପତି ଈଶାନ ପାତ୍ରଙ୍କୁ ଛାତ୍ରମାନେ ଗତ ରାତିରୁ ଅଟକ ରଖିଥିଲେ। ୧୨ ଘଣ୍ଟା ପରେ ଆଜି ଭୋର ୫ଟାରେ ତାଙ୍କୁ ଛାଡ଼ିଛନ୍ତି।

ଶ୍ରୀ ପାତ୍ର କହିଛନ୍ତି-“ନିଷ୍ପତ୍ତି ଅନୁସାରେ ଛାତ୍ର ସଂସଦ ନିର୍ବାଚନ ହେବନାହିଁ। ବିଶ୍ୱବିଦ୍ୟାଳୟରେ ସାଇନେ ଡାଏ ମଧ୍ୟ ଘୋଷଣା କରାଯିବ ନାହିଁ। ୩୦ରୁ ୪୦ ପିଲାଙ୍କ ପାଇଁ ୮୦୦୦ ପିଲାଙ୍କ ଭବିଷ୍ୟତକୁ ଅନ୍ଧାର ଭିତରକୁ ଠେଲି ଦିଆଯିବ ନାହିଁ। ସେମାନଙ୍କ ସମୟ ବରବାଦ କରାଯିବ ନାହିଁ। ସ୍ଥିତିକୁ ଦେଖି ନିଷ୍ପତ୍ତି ନିଆଯିବ।”

ଛାତ୍ରମାନେ ତାଲା ପକାଇବା ପାଇଁ ଧମକକୁ ନେଇ ସେ କହିଛନ୍ତି-“ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଛାତ୍ରମାନେ ଚାହିଁଲେ ମଧ୍ୟ ବିଶ୍ୱବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା ପକାଇ ପାରିବେନାହିଁ। ଯଦି ଛାତ୍ରଛାତ୍ରୀମାନେ ନିୟମକୁ ଉଲ୍ଲଙ୍ଘନ କରି ତାଲା ପକାନ୍ତି, ତାହାହେଲେ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”

ସେ ଆହୁରି କହିଛନ୍ତି-“ପିଲାମାନଙ୍କ ଉଜ୍ଜ୍ଵଳ ଭବିଷ୍ୟତ ଗଢ଼ିବା ପାଇଁ ଯାହା କିଛି ନିଷ୍ପତ୍ତି ନିଆଯାଉଛି। ସେମାନେ କାହା କଥାରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ବିରୋଧରେ ଯିବା ଠିକ୍‌ ନୁହେଁ। ଯେଉଁ ପଦ୍ଧତ୍ତିରେ ନିର୍ବାଚନ କରିବା ପାଇଁ ସ୍ଥିର ହୋଇଥିଲା, ତାହା ଭଲ ହୋଇଥିଲା। ଶାନ୍ତିପୂର୍ଣ୍ଣ ଭାବେ ଛାତ୍ର ସଂସଦ ନିର୍ବାଚନ ହୋଇପାରିଥାଆନ୍ତା। କିନ୍ତୁ କେତେକ ପିଲା ମିଶି ଏହାକୁ ଯେଉଁ ରୂପ ଦେଲେ, ତାହା ଜମାରୁ ଠିକ୍‌ ହେଲାନାହିଁ। ସବୁଠାରୁ ଖରାପ ଲାଗିଲା, ଛାତ୍ରୀମାନେ ରାତି ୧୧ ରୁ ୧୨ଟା ପର୍ଯ୍ୟନ୍ତ ବାହାରେ ରହିଲେ। ଏହା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ।”



from Odisha Reporter https://ift.tt/2zLX1US

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages