ପ୍ରଥମେ ହିଂସାକୁ ଉସକାଇ ଏବେ ଦେଲେ ଏମିତି ସଫେଇ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 9, 2018

ପ୍ରଥମେ ହିଂସାକୁ ଉସକାଇ ଏବେ ଦେଲେ ଏମିତି ସଫେଇ

ଅହମ୍ମଦାବାଦ (ଓଡ଼ିଶା ରିପୋର୍ଟର): ଆଗକୁ ଛଟ୍‌ ପୂଜା, ନବରାତ୍ରି ଏବଂ ଦଶହରା ପାଇଁ ସାରାଦେଶରେ ଉତ୍ସବର ମାହୋଲ୍‌। ନୂଆ ପୋଷାକ ଏବଂ ଯାତ୍ରାବୁଲା ପାଇଁ ପରିବାର ଲୋକେ ଚାହିଁ ରହିଥିବେ। କିନ୍ତୁ ପେଟପାଟଣା ପାଇଁ ଗୁଜରାଟ ଯାଇଥିବା ବିହାର ଓ ଉତ୍ତରପ୍ରଦେଶର ଲୋକେ ଆକ୍ରମଣ ଭୟରେ ଏବେ ଦରମା ନନେଇ ଘରମୁହାଁ।

କିନ୍ତୁ ଏକ ଶିଶୁକୁ ଦୁଷ୍କର୍ମ ଘଟଣା ପରେ ଏଭଳି ଆଞ୍ଚଳିକ ବୈଷମ୍ୟବାଦ ହିଂସାକୁ ପ୍ରୋତ୍ସାହନ ଦେବାଭଳି ମନ୍ତବ୍ୟ ଦେଇଥିବା କଂଗ୍ରେସ ବିଧାୟକ ଅଳ୍ପେଶ ଠାକୁର ଏବେ ପୁଣି ଏକ ବିବଦୀୟ ମତ ଦେଇଛନ୍ତି। ବିହାର ଓ ଉତ୍ତରପ୍ରଦେଶ ଲୋକେ ଆକ୍ରମଣ ଭୟରେ ନୁହେଁ ବରଂ ଛଟ୍‌ ପୂଜା ପାଇଁ ଘରକୁ ପଳାଉଛନ୍ତି ବୋଲି ସେ କହିଛନ୍ତି।

ପୂର୍ବରୁ ଦୁଷ୍କର୍ମ ଘଟଣା ନେଇ ଉତ୍ତେଜନା ଦେଖା ଦେଇଥିବା ସମୟରେ ଅଳ୍ପେଶ କହିଥିଲେ, ଗୁଜରାଟରେ ଗୁଜରାଟୀମାନଙ୍କ ପାଇଁ ନିଯୁକ୍ତି ନାହିଁ ତେଣୁ ସ୍ଥାନୀୟ ଲୋକଙ୍କୁ ଆଗେ ନିଯୁକ୍ତି ଦିଆଯିବାର ଆବଶ୍ୟକତା ଅଛି। ଏହା ପରେ ଜଣେ ପ୍ରବାସୀ ଦୁଷ୍କର୍ମ ଅଭିଯୁକ୍ତ ଗିରଫ ହେବା ପରେ ପରେ ହିଁ ‘କ୍ଷତ୍ରିୟ ଠାକୁର ସେନା’ ପକ୍ଷରୁ ଅଣଗୁଜରାଟୀମାନଙ୍କୁ ନିଯୁକ୍ତି ଦିଆନଯିବା ଦାବିରେ ଆନ୍ଦୋଳନ ଡାକରା ଦିଆଯାଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ୨୦୦ ଜଣ କ୍ଷତ୍ରିୟ ଠାକୁର ସେନା ସଦସ୍ୟ ଉତ୍ତର ଭାରତର ବହୁ ଶ୍ରମିକ କାର୍ଯ୍ୟରତ ଥିବା ମେହସନା ଜିଲ୍ଲାର ଏକ କାରଖାନା ଆଡ଼କୁ ଝଡ଼ ଭଳି ମାଡ଼ି ଯାଇଥିଲେ ଏବଂ ବିହାରୀ ଓ ଉତ୍ତର ପ୍ରଦେଶର ଲୋକଙ୍କ ବିରୋଧରେ ଆକ୍ରୋଶ କ୍ରମେ ଚାରିଆଡ଼େ ବ୍ୟାପିଯାଇଥିଲା।



from Odisha Reporter https://ift.tt/2ObT9Wd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages