ଗେରୁଆ ରଙ୍ଗରେ ବୋଳା ‘ପଣ୍ଡିତ’ ରାହୁଲଙ୍କ ‘ଟେମ୍ପୁଲ୍‌ ରନ୍‌’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 9, 2018

ଗେରୁଆ ରଙ୍ଗରେ ବୋଳା ‘ପଣ୍ଡିତ’ ରାହୁଲଙ୍କ ‘ଟେମ୍ପୁଲ୍‌ ରନ୍‌’

ଭୋପାଲ୍‌ (ଓଡ଼ିଶା ରିପୋର୍ଟର): ନିର୍ବାଚନ ପୂର୍ବରୁ ହିଁ ମନ୍ଦିର ପରେ ମନ୍ଦିର ବୁଲି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ହିନ୍ଦୁତ୍ୱ କାର୍ଡ ଖେଳିବାର ପ୍ରୟାସ କରିବାରେ ଲାଗିଛନ୍ତି। ପ୍ରଥମେ ଗୁଜରାଟର ମନ୍ଦିର ସମୂହ ଦର୍ଶନ କରି ନିଜ ଧର୍ମକୁ ନେଇ ହଟହଟା ହୋଇଥିବା ରାହୁଲ ପରେ କର୍ଣ୍ଣାଟକ ନିର୍ବାଚନରେ ମଧ୍ୟ ସେହି ତରିକା ଦୋହରାଇଥିଲେ। ଯଦିଓ କର୍ଣ୍ଣାଟକରେ ମେଣ୍ଟ ସରକାର ହେଲା, ରାହୁଲଙ୍କୁ ଏଥିରୁ ବେଶ୍‌ କିଛି ସଫଳତା ମିଳିଲା ପରି ଲାଗୁ ନଥିଲା। କାରଣ ନିର୍ବାଚନ ବେଳକୁ ତାଙ୍କ ଦଳ ହିଁ କ୍ଷମତାରେ ଥିଲା।

ଏବେ ମଧ୍ୟପ୍ରଦେଶ ନିର୍ବଚନକୁ ଆଉ ଅଳ୍ପ ଦିନ ଥିବାବେଳେ ସେହି ‘ହିନ୍ଦୁତ୍ୱ’ କାର୍ଡ ଖେଳିବା ପ୍ରୟାସରୁ କ୍ଷାନ୍ତ ହୋଇନାହାନ୍ତି ରାହୁଲ। ନିଜକୁ ଶିବଭକ୍ତ, ରାମ ଭକ୍ତ ଏବଂ ନର୍ମଦା ଭକ୍ତ ଭାବେ ଉପସ୍ଥାପିତ କରିବା ପାଇଁ ସେ ପୁରା ଦମ୍‌ ଲଗାଇଦେଇଥିବା ସ୍ପଷ୍ଟ ହୋଇଯାଇଛି। ସେ ମାନସରୋବର ଯାତ୍ରା କରି ଶିବଭକ୍ତ ହେବାର ଏବଂ ଚିତ୍ରକୂଟ ଯାତ୍ରା କରି ରାମଭକ୍ତ ଭାବେ ନିଜକୁ ଉପସ୍ଥାପିତ କରିବାର ଉଦ୍ୟମ କରିଥିଲେ।

ମଧ୍ୟପ୍ରଦେଶ ନିର୍ବାଚନରେ ଦଳ ଗମ୍ଭୀର ସ୍ଥିତିରେ ଥିବାରୁ କଂଗ୍ରେସ ଗେରୁଆ ରାଜନୀତିକୁ ହିଁ ଭରସା କରିଛି। ନିର୍ବାଚନକୁ ଆଖି ଆଗରେ ରଖି ମଧ୍ୟପ୍ରଦେଶର ସମସ୍ତ ପଞ୍ଚାୟତରେ ଗୋଶାଳା ନିର୍ମାଣର ପ୍ରତିଶ୍ରୁତି ଦିଆଯାଇଛି। ଏତଦ୍‌ବ୍ୟତୀତ ରାମ ଗମନ ପଥ ଯାତ୍ରା ବାବଦରେ ମଧ୍ୟ ଘୋଷଣା କରାଯାଇଛି। ଆଉ ସେଥିପାଇଁ ରାହୁଲଙ୍କ ନାମ ସହିତ ପଣ୍ଡିତ ଯୋଡ଼ାଯାଇଛି, ଯେଉଁଥିରେ ତାଙ୍କ ପ୍ରଚାର ଅଭିଯାନରେ ତାଙ୍କ ପ୍ରପିତାମହ ଜବାହରଲାଲ ନେହରୁଙ୍କ ଛୁଙ୍କ ଦେବାର ମଧ୍ୟ ସୁଯୋଗ ମିଳିବ।

ଚିତ୍ରକୂଟ ଆଶ୍ରମର କାମ୍‌ତାନାଥ ମନ୍ଦିରରେ ପୂଜା କରି ରାହୁଲ ତାଙ୍କ ପ୍ରଚାର ଯାତ୍ରାର ଶୁଭାରମ୍ଭ କରିଛନ୍ତି। ଏହି ଆଶ୍ରମରେ ଭଗବାନ ଶ୍ରୀରାମ ତାଙ୍କର ୧୪ ବର୍ଷର ବନବାସ କାଳରୁ ୧୧ ବର୍ଷ ରହିଥିବା ବିଶ୍ୱାସ କରାଯାଏ। ବିଜେପିକୁ ଚେକ୍‌ ଦେବାପାଇଁ ମଧ୍ୟପ୍ରଦେଶରେ କ୍ଷମତାକୁ ଆସିଲେ ଏହାକୁ ‘ରିଲିଜିୟନ୍‌ ହବ୍‌’ କରିଦିଆଯିବ ବୋଲି ମଧ୍ୟ କଂଗ୍ରେସ ପ୍ରତିଶ୍ରୁତି ଦେଇଛି।



from Odisha Reporter https://ift.tt/2C6wvHF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages