ଜାଡେଜାଙ୍କ ମେଡେନ୍‌ ଶତକ ପରେ ୬୪୯/୯ରେ ପାଳି ଘୋଷଣା କଲା ଟିମ୍‌ ଇଣ୍ଡିଆ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 5, 2018

ଜାଡେଜାଙ୍କ ମେଡେନ୍‌ ଶତକ ପରେ ୬୪୯/୯ରେ ପାଳି ଘୋଷଣା କଲା ଟିମ୍‌ ଇଣ୍ଡିଆ

ରାଜ୍‌କୋଟ୍‌: ୱେଷ୍ଟ ଇଣ୍ଡିଜ ବିପକ୍ଷରେ ଟିମ୍‌ ଇଣ୍ଡିଆ ପ୍ରଥମ ଇନିଂସ୍‌ରେ ୯ ୱିକେଟ୍‌ ହରାଇ ବିଶାଳ ୬୪୯ ରନ୍‌ କରିବା ପରେ ଇନିଂସ୍‌ ଘୋଷଣା କରିଛି। ପ୍ରଥମେ ଡେବ୍ୟୁଟାଣ୍ଟ ପୃଥ୍ୱୀ ଶ’ଙ୍କ ପରେ ଅଧିନାୟକ ବିରାଟ୍‌ କୋହଲି ଏବଂ ଶେଷରେ ଅଲରାଉଣ୍ଡର୍‌ ରବୀନ୍ଦ୍ର ଜାଡେଜାଙ୍କ ମେଡେନ୍‌ ଶତକ ପରେ ଟିମ୍‌ ଇଣ୍ଡିଆ ୱେଷ୍ଟ ଇଣ୍ଡିଜକୁ ତା’ର ଇନିଂସ ଆରମ୍ଭ କରିବାର ସୁଯୋଗ ଦେଇଛି।

ଏକ ବିଶାଳ ସ୍କୋରର ପିଛା କରିବାକୁ ପଡ଼ିଆକୁ ଓହ୍ଲାଇଥିବା ୱେଷ୍ଟ୍‌ଇଣ୍ଡିଜ୍‌ ପ୍ରାରମ୍ଭିକ ବିପର୍ଯ୍ୟୟ ସମ୍ମୁଖୀନ ହୋଇଛି। ଦଳ ମାତ୍ର ୩୯ ରନ୍‌ରେ ୪ଟି ୱିକେଟ୍‌ ହରାଇଛି। ଭାରତ ପକ୍ଷରୁ ସ୍ପିଡ୍‌ଷ୍ଟର ମହମ୍ମଦ ଶାମି ଦୁଇଟି ୱିକେଟ୍‌ ନେଇଥିବା ବେଳେ ରବିଚନ୍ଦ୍ରନ୍‌ ଅଶ୍ୱିନ୍ ଗୋଟିଏ ୱିକେଟ୍‌ ନେଇଛି। ଆଉ ଗୋଟିଏ ୱିକେଟ୍‌ ରନ୍‌ ଆଉଟ୍‌ରୁ ମିଳିଛି। ୱେଷ୍ଟ୍‌ଇଣ୍ଡିଜ୍‌ କ୍ୟାପ୍ଟେନ୍‌ ତଥା ଓପନର୍‌ କେସି ବ୍ରାଥୱେଟ୍‌ ୨, ଅନ୍ୟତମ ଓପନର୍‌ କେଏ ପାୱେଲ୍‌ ୧, ଶାହି ହୋପ୍ ୧୦ ଓ ଶିମରୋନ୍‌ ହେଥମାୟର ୧୦ ରନ୍‌ କରି ପ୍ୟାଭିଲିୟନ୍‌ ଫେରିଛନ୍ତି।

ପ୍ରଥମ ଦିନ ୪ ୱିକେଟ୍‌ ହରାଇ ୩୬୪ ରନ୍‌ କରିଥିବା ଟିମ୍‌ ଇଣ୍ଡିଆ ଦ୍ୱିତୀୟ ଦିନ ରନ୍‌ ସଂଗ୍ରହ ହାରକୁ ଦ୍ରୁତତର କରିଥିଲା। ଅଧିନାୟକ ବିରାଟ୍‌ କୋହଲି ଓ ୱିକେଟ୍‌ କିପର୍‌ ବ୍ୟାଟସ୍‌ମ୍ୟାନ୍‌ ରିଷଭ ପନ୍ତ ଇଣ୍ଡିଜ୍‌ ବୋଲର୍‌କୁ ଜୋରଦାର ଆକ୍ରମଣ କରିଥିଲେ। ମାତ୍ର ୮୪ଟି ବଲ୍‌ରେ ୯୨ ରନ୍‌ କରି ଆଉଟ୍‌ ହେବା ପୂର୍ବରୁ ରିଷଭ କ୍ୟାପଟେନ ବିରାଟ୍‌ଙ୍କ ସହ ମିଶି ୫ମ ୱିକେଟ୍‌ ପାଇଁ ୧୩୩ ରନ୍‌ର ଭାଗିଦାରୀ କରିଥିଲେ।

ଏହାପରେ କୋହଲି ନିଜ ଟେଷ୍ଟ୍‌ କ୍ୟାରିୟର୍‌ ୨୪ ତମ ଶତକ ହାସଲ କରି ଦ୍ରୁତ ଗତିରେ ରନ୍‌ ସଂଗ୍ରହ କରିବାକୁ ଉଦ୍ୟମ କଲାବେଳେ ଆଉଟ୍‌ ହୋଇଯାଇଥିଲେ। କୋହଲି ଆଉଟ୍‌ ହେବା ପୂର୍ବରୁ ୧୩୯ ରନ୍‌ର ଇନିଂସ୍‌ ଖେଳିଥିଲେ। କୋହଲି ଆଉଟ୍‌ ହେବା ପରେ ଜାଡେଜା ଅନ୍ୟ ଟେଲ୍ଏଣ୍ଡରଙ୍କ ସହ ମିଶି ଦଳୀୟ ସ୍କୋର ୬୪୯ରେ ପହଞ୍ଚାଇଥିଲେ।

ଇତି ମଧ୍ୟରେ ଜାଡେଜା ତାଙ୍କ ଟେଷ୍ଟ କ୍ୟାରିୟରର ପ୍ରଥମ ଶତକ ହାସଲ କରିଥିଲେ। ସେ ୧୩୨ଟି ବଲ୍‌ରେ ୧୦୦ ରନ୍‌ ସମ୍ପୂର୍ଣ୍ଣ କରିବା ପରେ ଅଧିନାୟକ ବିରାଟ୍‌ ପାଳି ଘୋଷଣା କରିଥିଲେ। ଟେଲ୍ଏଣ୍ଡରଙ୍କ ମଧ୍ୟରେ ଉମେଶ ଯାଦବ ୨୨, ରବିଚନ୍ଦ୍ରନ୍ ଅଶ୍ୱିନ୍‌ ୭ ଓ କୁଲଦୀପ ଯାଦବ ୧୨ ରନ୍‌ କରି ଆଉଟ୍‌ ହୋଇଥିଲେ। ଶେଷ ପର୍ଯ୍ୟନ୍ତ ଜାଡେଜା ଓ ମହମ୍ମଦ ଶାମି ଅପରାଜିତ ରହିଥିଲେ।

ଏହାପୂର୍ବରୁ ଗତକାଲି ପୃଥ୍ୱୀ ଶ’ ୧୩୪, ଚେତେଶ୍ୱର ପୂଜାରା ୮୬ ଓ ଅଜିଙ୍କ୍ୟ ରାହଣେ ୪୧ ରନ୍‌ କରି ଆଉଟ୍‌ ହୋଇଥିଲେ।

ଇଣ୍ଡିଜ୍‌ ପକ୍ଷରୁ ଦେବେନ୍ଦ୍ର ବିଶୁ ସର୍ବାଧିକ ୪ଟି ୱିକେଟ୍‌ ନେଇଥିବା ବେଳେ ଏସ୍‌ ଲୁଇସ୍‌ ୨ଟି, ଏସ୍‌ ଗାବ୍ରୀଏଲ୍‌, ରୋଷ୍ଟନ୍‌ ଚେଜ୍‌ ଓ କେସି ବ୍ରାଥୱେଟ୍‌ ଗୋଟିଏ ଲେଖାଏ ୱିକେଟ୍‌ ନେଇଛନ୍ତି।

ଶତକ ହାସଲ ପରେ ଜାଡେଜା। ଦେଖନ୍ତୁ ଭିଡିଓ



from Odisha Reporter https://ift.tt/2y2Pos3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages