ଚୋରି ପାଇଁ ମଙ୍ଗଳବାର ଶୁଭ! ପଢ଼ନ୍ତୁ, ଲୁଟେରାର ରୋଚକ ସ୍ପଷ୍ଟୋକ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 23, 2018

ଚୋରି ପାଇଁ ମଙ୍ଗଳବାର ଶୁଭ! ପଢ଼ନ୍ତୁ, ଲୁଟେରାର ରୋଚକ ସ୍ପଷ୍ଟୋକ୍ତି

ହାଇଦ୍ରାବାଦ: ବିବାହ, ବ୍ରତ ଓ ଉତ୍ସବ ଭଳି ଚୋରି କରିବା ପାଇଁ ପୁଣି ଶୁଭ ଆଉ ଅଶୁଭ ଦିନ ଥାଏ। ଆପଣ ଆଶ୍ଚର୍ଯ୍ୟ ହୋଇ ପାରନ୍ତି, କିନ୍ତୁ ଆମେ ଆଦୌ ଗପ କହୁ ନାହୁଁ। ହାଇଦ୍ରାବାଦ୍‌ରୁ ଗିରଫ ହୋଇଥିବା ଏକ ପେଷାଦାର ଚୋର ପୁଲିସକୁ ଦେଇଥିବା ବୟାନରେ କହିଛି ଯେ ଚୋରି କରିବାକୁ ମଙ୍ଗଳବାର ତା ପାଇଁ ସବୁବେଳେ ଶୁଭ ହୋଇଥାଏ।

ପୁଲିସ୍‌ ନିକଟରେ ଦେଇଥିବା ନିଜ ସ୍ୱୀକାରୋକ୍ତିରେ ଏହି ପେଷାଦାର୍‌ ଚୋର କହିଛି ଯେ ମଙ୍ଗଳବାରକୁ ଶୁଭ ବୋଲି ଭାବି ସେ ସପ୍ତାହରେ କେବଳ ଏହି ଦିନରେ ହିଁ ଚୋରି କରିଥାଏ।

ହାଇଦ୍ରାବାଦ୍‌ ପୁଲିସ୍‌ ଗିରଫ କରିଥିବା ଏହି ଅନ୍ଧବିଶ୍ୱାସୀ ଚୋର ହେଉଛି ମହମ୍ମଦ ସମୀର୍‌ ଖାନ୍‌। ସେ ତେଲେଙ୍ଗାନା, କର୍ଣ୍ଣାଟକ ଏବଂ ଆନ୍ଧ୍ରପ୍ରଦେଶର ବିଭିନ୍ନ ସ୍ଥାନରୁ କେବଳ ମଙ୍ଗଳବାର ହିଁ ଚୋରି କରିଥାଏ।
ମହମ୍ମଦ ସମୀର ଖାନ୍ ଓ ତା’ର ସାଥୀ ମହମ୍ମଦ ସୋଏବ୍‌କୁ ହାଇଦ୍ରାବାଦ୍‌ ପୁଲିସ୍‌ ଗିରଫ କରିବା ସହ ସେମାନଙ୍କ ଠାରୁ ପ୍ରାୟ୨୧ ଲକ୍ଷ ଟଙ୍କା ମୂଲ୍ୟର ସୁନା ଜବତ କରିଛି।

ପୁଲିସ୍‌ର କହିବା ଅନୁସାରେ, ସମୀର୍‌ର ଆଖିକୁ ଭଲ ଦିଶୁ ନଥିବାରୁ ସେ କେବଳ ଦିନବେଳା ହିଁ ଚୋରି କରିଥାଏ ଏବଂ ଏବଂ ଏଥିରେ ସୋଏବ୍‌ ତାକୁ ସହଯୋଗ କରେ।

ସମୀର ଖାନ୍‌ଙ୍କର ବଂଶଧର ଆଫଗାନିସ୍ତାନରେ ରୁହନ୍ତି। ତେବେ ସେ ବାଙ୍ଗାଲୋର୍‌ରେ ରହୁଥିଲା ଏବଂ ତା’ ମା’ଙ୍କ ସହ କିଛି ବର୍ଷ ତଳୁ ହାଇଦ୍ରାବାଦ୍‌କୁ ଚାଲି ଆସିଛି। ଆଦୌ ପାଠ ପଢ଼ି ନଥିବା ସମୀର୍‌ କେବଳ କନ୍ନଡ଼ ଓ ଉର୍ଦ୍ଦୁରେ କଥା କୁହେ। ସମୀରର ସହଯୋଗୀ ସୋଏବ୍‌ର ଘର ହାଇଦ୍ରାବାଦ୍‌ ନିକଟ ଓଲ୍‌ଡ୍‌ ମଲକ୍‌ପେଟ୍‌।

ଗିରଫ ପରେ ସମୀର ଖାନ୍‌ ପୁଲିସକୁ ଦେଇଥିବା ସ୍ୱୀକାରୋକ୍ତି ଅନୁସାରେ, ଚୋରିରେ ସଫଳ ହେବା ପାଇଁ ସେ ମଙ୍ଗଳବାରକୁ ଶୁଭ ବୋଲି ବିଶ୍ୱାସ କରେ। ଏହି ମଙ୍ଗଳବାର ସେ ଓ ସାଏବ୍‌
ବାଇକ୍‌ରେ ହେଲ୍‌ମେଟ୍‌ ପିନ୍ଧି ଚୋରି କରିବାକୁ ଯାଆନ୍ତି। ତାଲା ପଡ଼ିଥିବା ଘର ବାହାରେ ଜଣେ ଜଗି ରହୁଥିବାବେଳେ ଅନ୍ୟ ଜଣେ ଭିତରେ ପଶି ଲୁଟ୍‌ କରେ। ୧୦ ମିନିଟ୍‌ରେ ଦୁହେଁ ସେମାନଙ୍କ ଅପରେସନ୍‌ ଶେଷ କରି ଦିଅନ୍ତି।

ବେଙ୍ଗାଲୁରୁ ଓ ତେଲେଙ୍ଗାନାରେ ସେମାନେ ୩୦ରୁ ଅଧିକ ଚୋରି କରିଥିବା ପୁଲିସ୍‌ ସୂଚନା ଦେଇଛି।



from Odisha Reporter https://ift.tt/2JbQLsG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages