
ଅନୁଗୋଳ (ବିରଜା ଦାସ): ଆତଙ୍କ ମଚାଇ ଥିବା ବାଘୁଣୀ ସୁନ୍ଦରୀ ଧରା ଦେବାର ନାଁ ନେଉନି। ବନ ବିଭାଗ ଓ ଟ୍ରାଙ୍କୁଲାଇଜ୍ ଟିମ୍ ସହ ଲୁଚକାଳି ଖେଳୁଛି। ଦିନରେ ତା’ର ଗତିବିଧି ଉପରେ ପୂରା ନଜର ରଖାଯାଇଥିଲେ ବି ରାତିରେ ଟ୍ରାଙ୍କୁଲାଇଜ୍ କରିବାକୁ ମିଶନ ଆରମ୍ଭ ହେବା ବେଳକୁ ସୁନ୍ଦରୀ କୁଆଡେ ଗାଏବ ହୋଇ ଯାଇଛି।
ଜିପିଏସ୍ ଟ୍ରାକିଂ ସୂଚନା ଆଧାରରେ କୁମୁରି ଓ ବାଘମୁଣ୍ଡା ଗାଁ ମଝି ଜଙ୍ଗଲରେ ବାଘୁଣୀ ବିଚରଣ କରୁଥିବା ଜଣାପଡ଼ିଥିଲା। ସାରା ରାତି ଅନିଦ୍ରା ରହି ସବୁ ପରିଶ୍ରମ ବୃଥାରେ ଯାଇଛି। ଗଛ ଉପରେ ମଞ୍ଚା ବାନ୍ଧି ଜଗିବା ସତ୍ତ୍ୱେ ତା’ର ଖୋଜ ଖବର ମିଳିନାହିଁ। ଗତରାତିରେ ଟ୍ରାଙ୍କୁଲାଇଜ୍ ଟିମ୍କୁ ଚକମା ଦେଇଛି କେଉଁ ଆଡ଼େ ପଳାଇଛି ବାଘୁଣୀ।
ମଣିଷ ମାରିବା ଅଭିଯୋଗ ଆସିବା ପରେ ପ୍ରଶାସନ ସୁନ୍ଦରୀକୁ ଟ୍ରାଙ୍କୁଲାଇଜ୍ କରି କାବୁ କରିବାକୁ ନିଷ୍ପତ୍ତି ନେଇଥିଲା। ଗତକାଲିଠାରୁ ଟ୍ରାଙ୍କୁଲାଇଜ୍ ପାଇଁ ଅପରେସନ ଆରମ୍ଭ ହୋଇଥିଲା। ଟ୍ରାଙ୍କୁଲାଇଜ୍ କରି ସୁନ୍ଦରୀକୁ ସୁରକ୍ଷିତ ଭାବେ ଯନ୍ତାରେ ରଖାଯିବକୁ ସବୁ ପ୍ରକାର ପ୍ରସ୍ତୁତି ଶେଷ ହୋଇଥିଲା।
ଏପରିକି ଟ୍ରାଙ୍କୁଲାଇଜ୍ ଟିମ୍କୁ ସୁରକ୍ଷା ସହ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବାକୁ ଦୁଇ ପ୍ଲାଟୁନ୍ ଫୋର୍ସ ମଧ୍ୟ ଅପରେସନରେ ସାମିଲ ହୋଇଛନ୍ତି। ହେଲେ ଠିକଣା ସମୟରେ ସମସ୍ତଙ୍କୁ ଚକମା ଦେଖାଇ ସୁନ୍ଦରୀ ଗାଏବ ହୋଇଗଲା।
ଏକ ବଳଦକୁ ଶିକାର କରିବା ପରେ ସୁନ୍ଦରୀକୁ ଶେଷ ଥର ପାଇଁ କୁମୁରି ଗାଁ ପାଖ ଜଙ୍ଗଲରେ ଦେଖିବାକୁ ମିଳିଥିଲା।
from Odisha Reporter https://ift.tt/2O1gTaK
No comments:
Post a Comment