ରଣଭୂମି ପାଲଟିଲା ବଡ଼ଦାଣ୍ଡ: ପଥର ମାଡ଼ କଲେ, ଟାୟାର ଜାଳିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 3, 2018

ରଣଭୂମି ପାଲଟିଲା ବଡ଼ଦାଣ୍ଡ: ପଥର ମାଡ଼ କଲେ, ଟାୟାର ଜାଳିଲେ

ପୁରୀ (ଓଡ଼ିଶା ରିପୋର୍ଟର): କୋଟି କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା ହେଉଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ। ସେଥିପାଇଁ ପ୍ରତିଦିନ ଦେଶ ଦେଶରୁ ହଜାର ହଜାର ଭକ୍ତ ଶ୍ରୀକ୍ଷେତ୍ର ଆସି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି। ମାତ୍ର ଆଜି କିନ୍ତୁ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରିବାରୁ ବଞ୍ଚିତ ହୋଇଛି। ଧାଡ଼ିଦର୍ଶନକୁ ବିରୋଧ କରି ଜଗନ୍ନାଥ ସେନାର ପୁରୀ ବନ୍ଦ ଯୋଗୁ ଏପରି ପରିସ୍ଥିତି ସୃଷ୍ଟି ହୋଇଛି।

ଆନ୍ଦୋଳନାରୀମାନେ ବଡ଼ଦାଣ୍ଡରେ ଲଙ୍କାକାଣ୍ଡ ରଚିଛନ୍ତି। ବ୍ୟାପକ ଭଙ୍ଗାରୁଜା କରିବା ସହିତ ସେମାନେ ପଥର ମାଡ଼ କରିଥିବା ଅଭିଯୋଗ ହୋଇଛି। ଫଳରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ପଥର ମାଡ଼ରେ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। ସୁରକ୍ଷା ଦୃଷ୍ଟିରୁ ସିଂହଦ୍ୱାର ସାମ୍ନାରୁ ମାର୍କେଟ ଛକ ଯାଏ ପୁଲିସ୍ ଫ୍ଲାଗମାର୍ଚ୍ଚ କରିଛି।

ଶ୍ରୀଜଗନ୍ନାଥ ସେନା ପକ୍ଷରୁ ବନ୍ଦ ପାଳନ ବେଳେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ମଧ୍ୟ ବ୍ୟାପକ ଭଙ୍ଗାରୁଜା କରାଯାଇଛି। ଆନ୍ଦୋଳନକାରୀମାନେ କାର୍ଯ୍ୟାଳୟ ଭିତରକୁ ଧସେଇ ପଶିବା ସହ ଆସବାବ ପତ୍ର ଭଙ୍ଗାରୁଜା କରିଛନ୍ତି। ସେମାନେ ବଡ଼ଦାଣ୍ଡ ଓ ସିଂହଦ୍ୱାର ଆଗରେ ଧାଡି ଦର୍ଶନ ପାଇଁ କରାଯାଇଥିବା ବାରିକେଡ୍ ଭାଙ୍ଗିବା ସହ ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ସେହିପରି ଆନ୍ଦୋଳନକାରୀମାନେ ପୁରୀ ଟାଉନଥାନାରେ ଧସେଇ ପଶିବାକୁ ଉଦ୍ୟମ କରିଥିଲେ। ମାତ୍ର ସେଥିରେ ବିଫଳ ହେବାରୁ ସେମାନେ ଥାନା ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପରେ ସେମାନେ ଟାଉନ ଥାନା ଉପରକୁ ପଥରମାଡ଼ ମଧ୍ୟ କରିଥିଲେ। ଏତିକି ବେଳେ ପୁଲିସ ଲାଠିମାଡ଼ କରିଥିଲା। ଫଳରେ ସେମାନେ ଛତ୍ରଭଙ୍ଗ ଦେଇଥିଲେ ଆନ୍ଦୋଳନକାରୀ।

‘ବନ୍ଦ’ର ପ୍ରଭାବରେ ସହରରେ ଦୋକାନ ବଜାର ସହ ସମସ୍ତ ସ୍କୁଲ ଓ କଲେଜ ବନ୍ଦ ରହିଛି। ଆନ୍ଦୋଳନ ଯୋଗୁ ମନ୍ଦିରରେ ସାଧାରଣ ଦର୍ଶନ ପ୍ରଭାବିତ ହୋଇଛି। ସେପଟେ ପୁରୀ ବନ୍ଦ ଡାକରା ଦେଇଥିବା ସାମାଜିକ ସଂଗଠନ ଶ୍ରୀଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକଙ୍କୁ ଘରୁ ଉଠାଇ ନେଇଛି ପୁଲିସ।

ପୁରୀ ଜିଲ୍ଲାପାଳ ଜ୍ୟୋତିପ୍ରକାଶ ଦାସ କହିଛନ୍ତି-“ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ପରୀକ୍ଷାମୂଳକ ଭାବେ ଚାଲିଥିଲା। ତେବେ ଦର୍ଶନରେ ଯେମିତି ଅସୁବିଧା ନହେବ ସେ ନେଇ ପୁନଃ ତର୍ଜମା କରାଯିବ। ସହ ସ୍ଥାନୀୟ ଲୋକଙ୍କ ଅସୁବିଧା ଯେମିତି ନହେବ, ତା’ର ବ୍ୟବସ୍ଥା କରାଯିବ।”



from Odisha Reporter https://ift.tt/2IAWHeC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages