ମୂଷା ପିଇଦେଲା ବିହାର ପୁଲିସ୍‌ର ୧୧,୫୮୪ ବୋତଲ ବିୟର୍‌! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 3, 2018

ମୂଷା ପିଇଦେଲା ବିହାର ପୁଲିସ୍‌ର ୧୧,୫୮୪ ବୋତଲ ବିୟର୍‌!

କୈମୁର: ବିହାରର ପୁଲିସ୍‌ ବିଭିନ୍ନ ସମୟରେ ଜବତ କରି ରଖିଥିବା ମଦ ବିଶେଷ କରି କ୍ୟାନ୍‌ଡ ବିୟର୍‌ଗୁଡ଼ିକ ଏବେ ନଷ୍ଟ ହୋଇଯାଇଛି। କୈମୁର ଜିଲ୍ଲା ପ୍ରଶାସନ ପୁଲିସ୍‌ ଷ୍ଟୋର ରୁମ୍‌ ଖୋଲିବା କ୍ଷଣି ଏହା ମଧ୍ୟରେ ଥିବା ୧୧,୫୮୪ ବିୟର କ୍ୟାନ୍‌ ଖାଲି ପଡ଼ିଥିବା ଦେଖିବାକୁ ପାଇଛି।

ତେବେ ପୁଲିସ୍‌ ଷ୍ଟୋର୍‌ ରୁମ୍‌ରେ ଥିବା ମଦକୁ କିଏ ନଷ୍ଟ କଲା, ତାକୁ ନେଇ ପ୍ରଶାସନ ପକ୍ଷରୁ ଏକ ବୟାନ ଜାରି କରାଯାଇଛି। ଏଥିରେ ଷ୍ଟୋର୍‌ ରୁମ୍‌ରେ ଥିବା ସବୁ ବିୟର୍‌କୁ ମୂଷାମାନେ ପିଇଦେଇଥିବା ପରୋକ୍ଷରେ କୁହାଯାଇଛି।

ମୂଷାମାନେ ହିଁ ଷ୍ଟୋର୍‌ ରୂମ୍‌ରେ ଥିବା ବିୟର କ୍ୟାନ୍‌ ଗୁଡ଼ିକୁ କଣା କରି ଏହାକୁ ନଷ୍ଟ କରିଦେଇଛନ୍ତି ବୋଲି ସବ୍‌ ଡିଭିଜନାଲ୍‌ ମାଜିଷ୍ଟ୍ରେଟ୍‌ କୁମାରୀ ଅନୁପମା କହିଛନ୍ତି। ସେ କହିଛନ୍ତି, ତଦନ୍ତ ବେଳେ ଜଣାପଡ଼ିଛି ଯେ ବିୟର କ୍ୟାନ୍‌ ଉପରେ ହୋଇଥିବା କଣା ମୂଷାଙ୍କ ଦ୍ୱାରା ହୋଇଛି। ଏହି ବିୟର୍‌ କ୍ୟାନ୍‌ ଗୁଡ଼ିକ ଏବେ ଖାଲି ପଡ଼ିଛି। ଗତ ୨ ବର୍ଷ ମଧ୍ୟରେ ଏତେ ସଂଖ୍ୟକ ବିୟର୍‌ କ୍ୟାନ୍‌ ଜବତ ହୋଇଥିଲା ବୋଲି ସେ କହିଛନ୍ତି।

୨୦୧୭ ମେ’ ମାସରେ ମଧ୍ୟ ପୁଲିସ୍‌ ଜବତ କରିଥିବା ସବୁ ମଦ ମୂଷା ପିଇ ଦେଇଥିବା ରିପୋର୍ଟ ପ୍ରକାଶ ପାଇଥିଲା।



from Odisha Reporter https://ift.tt/2Ow4QX6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages