ପ୍ରଦେଶ କଂଗ୍ରେସର ବିଶାଳ ୩୮ ଜଣିଆ ମିଡିଆ ଟିମ୍ ଘୋଷିତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 27, 2018

ପ୍ରଦେଶ କଂଗ୍ରେସର ବିଶାଳ ୩୮ ଜଣିଆ ମିଡିଆ ଟିମ୍ ଘୋଷିତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିର୍ବାଚନ ପୂର୍ବରୁ ପ୍ରଦେଶ କଂଗ୍ରେସ କମିଟି ନିଜର ବିଶାଳକାୟ ମିଡିଆ ଟିମ୍ ଘୋଷଣା କରିଛି। ଦଳର ମୁଖପାତ୍ର ଟିମରେ ୩୩ଜଣ ଓ ଯୋଗାଯୋଗ ଟିମରେ ୫ଜଣଙ୍କୁ ନିଯୁକ୍ତି ମିଳିଛି। ବିଭିନ୍ନ ପ୍ରସଙ୍ଗରେ ମୁଖପାତ୍ର ଟିମ୍ ଚାହିଁଲେ ୪ଜଣ ବରିଷ୍ଠ ନେତାଙ୍କ ସହଯୋଗ ନେଇପାରିବ ବୋଲି ପ୍ରଦେଶ କଂଗ୍ରେସ ପକ୍ଷରୁ କୁହାଯାଇଛି।

ପିସିସି ମିଡିଆ ବିଭାଗ ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକ ଏକ ପ୍ରେସ୍ ରିଲିଜରେ କହିଛନ୍ତି ଯେ ଏଆଇସିସି ଅନୁମୋଦନକ୍ରମେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓଡ଼ିଶା ପିସିସି ମିଡିଆ ଓ ଯୋଗାଯୋଗ ବିଭାଗ କମିଟି ଗଠନ କରିଛନ୍ତି। ଏହି କମିଟିରେ ବରିଷ୍ଠ ମୁଖପାତ୍ର ଭାବେ ୭ଜଣ ଥିବାବେଳେ ମୁଖପାତ୍ର ଭାବେ ୨୨ଜଣ ରହିଛନ୍ତି।

ବରିଷ୍ଠ ମୁଖପାତ୍ର ହେଲେ ବିଧାୟକ ତାରାପ୍ରସାଦ ବାହିନୀପତି, ଡାକ୍ତର ପ୍ରଫୁଲ୍ଲ ମାଝୀ ଓ ଅଂଶୁମାନ ମହାନ୍ତି ତଥା ସୁଚରିତା ମହାନ୍ତି, ହମିଦ୍ ହୁସେନ୍, ବିଜୟଲକ୍ଷ୍ମୀ ସାହୁ ଓ ସମରେନ୍ଦ୍ର ମିଶ୍ର ପ୍ରମୁଖ ନିଯୁକ୍ତି ପାଇଥିବା ବେଳେ ମୁଖପାତ୍ର ଭାବରେ ବିଭୁ ପ୍ରସାଦ ତରାଇ, ସସ୍ମିତା ବେହେରା, ବିନାୟକ ଦାସ ମହାପାତ୍ର, ଅମୀୟ ପାଣ୍ଡବ, ସୋନାଲି ସାହୁ, ମନୋଜ ମହାପାତ୍ର, ନାରାୟଣ ପ୍ରସାଦ ଜେନା, ପଦ୍ମାକର ଗୁରୁ, ଦେବୀ ପୃଷ୍ଟି, ପ୍ରଶାନ୍ତ ଶତପଥି , ନିଶିକାନ୍ତ ମିଶ୍ର, ଅର୍ଚ୍ଚନା ନନ୍ଦୀ, ହିମାଂଶୁ ଲେଙ୍କା, ଗୋବିନ୍ଦ ଭୂୟାଁ, ରଜନୀ କୁମାର ମହାନ୍ତି, ସୁଦର୍ଶନ ଦାସ, ବିସ୍ମୟ ମହାପାତ୍ର, ଅମିତ୍ ମହାନ୍ତି, ଅଶୋକ ସାମଲ, ଶୈଳେନ୍ଦୁ ମଜୁମଦାର, ନିକୁ ପଶାୟତ,ଡ. ସ୍ମୃତିରଂଜନ ଲେଙ୍କା ପ୍ରମୁଖ ନିଯୁକ୍ତ ହୋଇଛନ୍ତି।

ଆବଶ୍ୟକ ସ୍ଥଳେ ଏହି ବିଭାଗକୁ ପରାମର୍ଶ ଏବଂ ତଥ୍ୟ ଯୋଗାଇଦେବା ଓ ସହଯୋଗ କରିବା ପାଇଁ ପ୍ରଦେଶ କଂଗ୍ରେସ ଉପସଭାପତି ଅଧ୍ୟାପକ କୈଳାସ ଆଚାର୍ଯ୍ୟ, ଗଣେଶ୍ୱର ବେହେରା, ଡ. ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ଓ ଡ. ଦେବାଶିଷ ପଟ୍ଟନାୟକଙ୍କୁ ଦାୟିତ୍ୱ ଦିଆଯାଇଛି।

ମିଡିଆ ସଂଯୋଜକ ଭାବେ ଫଟୋ ସାମ୍ବାଦିକ ଦୀପକ କୁମାର ମହାପାତ୍ର, ପ୍ରଦୀପ ମହାପାତ୍ର, ଓମ୍ ପ୍ରକାଶ ସାହୁ, ମାନସ ମହାପାତ୍ର ଓ ସୂର୍ଯ୍ୟ ନାରାୟଣ ପଣ୍ଡାଙ୍କୁ ନିଯୁକ୍ତି ଦିଆଯାଇଛି ବୋଲି ଶ୍ରୀ ନାୟକ ଜଣାଇଛନ୍ତି ।



from Odisha Reporter https://ift.tt/2OaTyDo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages