ନଭେମ୍ବର ୩୦ ପର୍ଯ୍ୟନ୍ତ ଲମ୍ବିବ ବିଜେଡିର ପଦଯାତ୍ରା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 27, 2018

ନଭେମ୍ବର ୩୦ ପର୍ଯ୍ୟନ୍ତ ଲମ୍ବିବ ବିଜେଡିର ପଦଯାତ୍ରା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡିର ଜନସମ୍ପର୍କ ପଦଯାତ୍ରା ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ। ପର୍ବପର୍ବାଣୀ ଓ ତିତଲି ବାତ୍ୟା ଯୋଗୁ ସବୁ ସ୍ଥାନରେ ପଦଯାତ୍ରା ହୋଇପାରିନଥିବାରୁ ଜନସମ୍ପର୍କ ପଦଯାତ୍ରାକୁ ନଭେମ୍ବର ୨ ପରିବର୍ତ୍ତେ ୩୦ତାରିଖ ପର୍ଯ୍ୟନ୍ତ ଚାଲୁ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଦଳର ସଭାପତି ନବୀନ ପଟ୍ଟନାୟକ ଏଥିପାଇଁ ଦଳର ପଦାଧିକାରୀମାନଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି ବୋଲି ବିଜେଡି ପକ୍ଷରୁ ଜାରି ପ୍ରେସ୍ ରିଲିଜରେ କୁହାଯାଇଛି।

ଦଳ ପକ୍ଷରୁ କୁହାଯାଇଛି ଯେ, ଅକ୍ଟୋବର ୨ ଗାନ୍ଧି ଜୟନ୍ତୀରୁ ଆରମ୍ଭ ହୋଇଥିବା ବିଜେଡିର ଜନସମ୍ପର୍କ ପଦଯାତ୍ରା ନଭେମ୍ବର ୨ତାରିଖରେ ଶେଷ ହେବାର ଥିଲା। କିନ୍ତୁ ପର୍ବପର୍ବାଣୀ ଓ ତିତଲି ବାତ୍ୟା ଯୋଗୁ ପଦଯାତ୍ରା ମାଧ୍ୟମରେ ପ୍ରତ୍ୟେକ ପରିବାର ପାଖରେ ପହଞ୍ଚିବାର ଲକ୍ଷ୍ୟକୁ ଦଳ ହାସଲ କରିପାରିନାହିଁ। ପଦଯାତ୍ରା ବେଳେ ପ୍ରତ୍ୟେକ ୱାର୍ଡର ପ୍ରତ୍ୟେକ ପରିବାରକୁ ଯେଭଳି ସାମିଲ କରାଯାଇପାରିବ ସେଥିପ୍ରତି ନିଶ୍ଚିତ ଭାବେ ଧ୍ୟାନ ଦେବା ପାଇଁ ଦଳର ସମସ୍ତ କର୍ମକର୍ତ୍ତାଙ୍କୁ ଏହି ମର୍ମରେ ସଭାପତି ଚିଠିଲେଖି ଅନୁରୋଧ କରିଛନ୍ତି।

ଏହି ପଦଯାତ୍ରାରେ ବିଜେଡି ସରକାରର ଲୋକାଭିମୁଖୀ କାର୍ଯ୍ୟକ୍ରମ ସଂପର୍କରେ ବ୍ୟାପକ ଜନସଚେତନତା ସୃଷ୍ଟି କରାଯିବା ସହିତ ଦଳ ତରଫରୁ ଗଢ଼ାଯାଇଥିବା ୱାର୍ଡ କମିଟିର ସଦସ୍ୟ ଏବଂ ସାଧାରଣ ଲୋକଙ୍କୁ ସାମିଲ କରି ଏହାକୁ ସଫଳତାର ସହିତ କାର୍ଯ୍ୟକାରୀ କରିବାକୁ ଚିଠିରେ ଅନୁରୋଧ କରାଯାଇଛି।

ଏହାସହିତ ଓଡ଼ିଶା ପ୍ରତି ଲଗାତାର କେନ୍ଦ୍ରୀୟ ଅବହେଳା, ମହାନଦୀ ଓ ପୋଲାଭରମ୍‍ ପ୍ରସଙ୍ଗରେ ଓଡ଼ିଶାର ସ୍ୱାର୍ଥକୁ ଅଣଦେଖା, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ନକରିବା, ଡିଜେଲ୍‍, ପେଟ୍ରୋଲ ଓ ରନ୍ଧନ ଗ୍ୟାସ୍‍ର ଅହେତୁକ ଦରବୃଦ୍ଧି ଯୋଗୁ ସାଧାରଣ ଖାଉଟି ଓ ଗୃହିଣୀଙ୍କ ଉପରେ ବଢ଼ୁଥିବା ଆର୍ଥିକ ବୋଝ, ରାଜ୍ୟର ବିଭିନ୍ନ ଜନହିତକର ଯୋଜନାରେ ଅର୍ଥକାଟ୍‍ ସଂପର୍କରେ ସାଧାରଣ ଲୋକଙ୍କୁ ଅବଗତ କରାଇବାକୁ ଦଳ ସଭାପତି ଶ୍ରୀ ପଟ୍ଟନାୟକ ଦଳୀୟ ନେତାମାନଙ୍କୁ ପରାମର୍ଶ ଦେଇଥିବା ଜଣାପଡ଼ିଛି ।



from Odisha Reporter https://ift.tt/2SmyTQ4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages