‘ବିଗ୍‌ ବସ୍‌-୧୨’ରେ ହଇଚଇ ସୃଷ୍ଟି କରିବେ ପ୍ରଥମ ୱାଇଲ୍ଡ୍‌ କାର୍ଡ୍‌ ଏଣ୍ଟ୍ରି ପ୍ରତିଯୋଗୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 1, 2018

‘ବିଗ୍‌ ବସ୍‌-୧୨’ରେ ହଇଚଇ ସୃଷ୍ଟି କରିବେ ପ୍ରଥମ ୱାଇଲ୍ଡ୍‌ କାର୍ଡ୍‌ ଏଣ୍ଟ୍ରି ପ୍ରତିଯୋଗୀ

bigboss

ମୁମ୍ବାଇ: ‘ବିଗ୍‌ବସ୍‌-୧୨’ରେ ହେବ ପ୍ରଥମ ୱାଇଲ୍ଡ୍‌ କାର୍ଡ୍‌ ଏଣ୍ଟ୍ରି। ‘ବିଗ୍‌ ବସ୍‌’ ଆଉଟ୍‌ ହାଉସ୍‌ରୁ ବାହାର ହୋଇଥିବା କୃତୀଙ୍କ ଯୋଡ଼ିଦାର ସୁରଭି ରାଣା ୱାଇଲ୍ଡ୍‌ କାର୍ଡ ପ୍ରତିଯୋଗୀ ଭାବେ ଏବେ ଶୋ’ରେ ଏଣ୍ଟ୍ରି କରିବେ। ସୋମବାର ତଥା ଆଜିର ଏପିସୋଡ୍‌ରେ ତାଙ୍କୁ ଦେଖିବାକୁ ମିଳିବ।

ଶୋ’ ଏକ ପ୍ରମୋରେ ଦେଖା ଯାଇଥିଲା ରୋମିଲ୍‌ ଚୌଧୁରୀଙ୍କ ସହ ସୁରଭି ‘ବିଗ୍‌ ବସ୍‌’ ଘରେ ଏଣ୍ଟ୍ରି କରୁଛନ୍ତି। ସେ ପୂରା ଜୋଶ୍‌ର ସହ ଶୋ’କୁ ଫେରିଛନ୍ତି। ସୁରଭିଙ୍କ ଆସିବା ମାତ୍ରେ ଘରର ମାହୋଲ୍‌ ପୂରା ବଦଳି ଯାଇଛି। କାରଣ କଣ୍ଟ୍ରୋଭର୍ସିରେ ସେ ସମସସ୍ତଙ୍କ ଠାରୁ ସବୁବେଳେ ଆଗରେ। ସୁରଭିଙ୍କ ଏଣ୍ଟ୍ରି କିନ୍ତୁ ‘ବିଗ୍‌ ବସ୍‌’ ଘରେ ଆଉ କିଛି ପ୍ରତିଯୋଗୀଙ୍କୁ ପସନ୍ଦ ଆସି ନାହିଁ।

ତେବେ ସୁରଭି ‘ବିଗ୍‌ ବସ୍‌’କୁ ଆସିବା ପୂର୍ବରୁ ଏକ ସାକ୍ଷାତକାରରେ କହିଥିଲେ, ‘‘ମୁଁ ଧମାକା କରିବି ଆଉ ଏହି ଶୋ’ ଜିତିକି ହିଁ ବାହାରକୁ ବାହାରିବି।”

suravi

ଏମ୍‌ଟିଭିର ଲୋକପ୍ରିୟ ଶୋ’ ‘ରୋଡିଜ୍‌ ଏକ୍ସଟ୍ରିମ୍‌’ର ସବୁଠାରୁ କଣ୍ଟ୍ରୋଭର୍ସିଆଲ୍‌ ପ୍ରତିଯୋଗୀ ଥିଲେ ସୁରଭି। ଶୋ’ରେ ପ୍ରାୟ ସମସ୍ତଙ୍କ ଝଗଡ଼ା କରି ସେ ଲୋକପ୍ରିୟ ଥିଲେ। ‘ଏଥିରେ ସେ ନେହା ଧୁପିଆଙ୍କ ପ୍ରତିଯୋଗୀ ଥିଲେ। ଶୋ’ର ଟପ୍‌ ୫ରେ ନିଜ ପାଇଁ ସ୍ଥାନ ସୃଷ୍ଟି କରି ପାରିଥିବା ସୁରଭି ଏହି ଶୋ’ରେ ନିଜ ରୋକ୍‌ଠୋକ୍‌ ଓ ଝଗଡ଼ା କରିବା ସ୍ୱଭାବ ଯୋଗୁ ଅନେକ ପ୍ରତିଯୋଗୀଙ୍କର ଟାର୍ଗେଟ୍‌ରେ ରହି ସାରିଛନ୍ତି।

ସୁରଭି ପେଶାରେ ଜଣେ ଡାକ୍ତର। ସେ ଜଣେ ଡାକ୍ତରଙ୍କୁ ହିଁ ବିବାହ କରିଛନ୍ତି।



from Odisha Reporter https://ift.tt/2NXJMtj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages