କଲେଜରେ ଫୁଟିଲା ବୋମା, ନିର୍ବାଚନ ବାତିଲ କଲେ କର୍ତ୍ତୃପକ୍ଷ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 1, 2018

କଲେଜରେ ଫୁଟିଲା ବୋମା, ନିର୍ବାଚନ ବାତିଲ କଲେ କର୍ତ୍ତୃପକ୍ଷ

ନୀଳଗିରି (ବିଶ୍ୱନାଥ ନାସ): ଅକ୍ଟୋବର ୧୧ ତାରିଖରେ ହେବ କଲେଜ ଛାତ୍ର ସଂସଦ ନିର୍ବାଚନ। ଏହା ପୂର୍ବରୁ କଲେଜ କ୍ୟାମ୍ପସ୍‌ ଅଶାନ୍ତ ହେଉଛି। ଆଜି ବାଲେଶ୍ୱର ଜିଲ୍ଲା ନୀଳଗିରି ମହାବିଦ୍ୟାଳୟରେ ବୋମା ମାଡ଼ ହୋଇଛି। ତେଣୁ କଲେଜରେ ସାଇନେ ଡାଏ ଘୋଷଣା କରାଯାଇଛି। ଛାତ୍ର ସଂସଦ ନିର୍ବାଚନକୁ ବାତିଲ କରିଛନ୍ତି କଲେଜ ଅଧ୍ୟକ୍ଷ।

ପୂରା ଘଟଣା ଏମିତି। ସବୁ ଦିନ ପରି ଆଜି ମଧ୍ୟ କ୍ଲାସ୍‌ ଚାଲିଥିଲା। ଗହଳିଚହଳିରେ ପୂରି ଉଠିଥିଲା କଲେଜ କ୍ୟାମ୍ପସ। କ୍ଲାସ୍‌ ଚାଲିଥିବା ବେଳେ ପୂର୍ବାହ୍ନ ପ୍ରାୟ ୧୧ଟା ୧୫ ମିନିଟ୍‌ ବେଳେ ଗୋଟିଏ ପରେ ଗୋଟିଏ ତିନିଟି ବୋମା ଫୁଟିଥିଲା। ତେବେ ବୋମା କ୍ଲାସ୍‌ରୁମ୍‌ ପାଖରେ ଫୁଟିଥିବାରୁ କିଛି କ୍ଷୟକ୍ଷତି ଘଟି ନାହିଁ। ବୋମା ଫୁଟିବା ଫଳରେ କ୍ୟାମ୍ପସରେ ଭୟର ବାତାବରଣ ଖେଳି ଯାଇଛି। ପିଲାମାନେ କ୍ଲାସ୍‌ରୁମ୍‌ ଛାଡ଼ି ପଳାଇ ଯାଇଥିଲେ।
ନୀଳଗିରି ଥାନା ପୁଲିସ କଲେଜରେ ପହଞ୍ଚି ଶୌଚାଳୟରୁ ଗୋଟିଏ ଅଫୁଟା ସୁତୁଲି ବୋମା ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ବୋମା ମାଡ଼ର ପ୍ରକୃତ କାରଣ ଜଣାପଡ଼ିନଥିଲେ ମଧ୍ୟ ନିର୍ବାଚନରେ ହାରିଯିବା ଭୟରେ କିଛି ଛାତ୍ରମାନେ ଏପରି କାମ କରିଥିବା ଅଭିଯୋଗ ହେଉଛି। ସୁରକ୍ଷା ଦୃଷ୍ଟିରୁ କଲେଜରେ ଏବେ ବ୍ୟାପକ ପୁଲିସ ମୁତୟନ କରାଯାଇଛି।



from Odisha Reporter https://ift.tt/2ycGFD5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages