ପାକିସ୍ତାନ୍‌ର ପୋଲ୍‌ ଖୋଲିଲା ମାସୁଦ୍‌ର ନୂଆ ଅଡିଓ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 7, 2018

ପାକିସ୍ତାନ୍‌ର ପୋଲ୍‌ ଖୋଲିଲା ମାସୁଦ୍‌ର ନୂଆ ଅଡିଓ

ଇସ୍‌ଲାମାବାଦ୍ (ଓଡ଼ିଶା ରିପୋର୍ଟର): କୁଖ୍ୟାତ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈସ୍‌ ଏ ମହମ୍ମଦର ମୁଖ୍ୟ କାର୍ପଟଦାର ମାସୁଦ୍‌ ଅଜହାର ଜାରି କରିଥିବା ନୂଆ ଅଡିଓରେ ପାକିସ୍ତାନ୍‌ର ପୋଲ୍ ଖୋଲିଦେଇଛି। ଏହି ଅଡିଓରେ ପାକିସ୍ତାନ ପକ୍ଷରୁ ବୈଦେଶିକ ମନ୍ତ୍ରୀଙ୍କ ୟୁଏଇରେ ଦିଆଯାଇଥିବା ବୟାନ ଏବଂ କଶ୍ମୀର ପ୍ରସଙ୍ଗକୁ ନେଇ ଇମ୍ରାନ୍‌ ଖାନ୍‌ଙ୍କ ସରକାରର ଉଦ୍ଦେଶ୍ୟ ବାବଦରେ ଉଲ୍ଲେଖ ରହିଛି।

କଶ୍ମୀର ଏବଂ ଇରାନ୍‌ ଆଦି ପ୍ରସଙ୍ଗରେ ପାକିସ୍ତାନ ଅନ୍ତର୍ଜାତୀୟ ସ୍ତରରେ ଯୁକ୍ତି ରଖିବାକୁ ପରୋକ୍ଷରେ ଆତଙ୍କୀଙ୍କ ମତ ଉପସ୍ଥାପନା କରିବା ପରି ଦର୍ଶାଇଛି ମାସୁଦ୍‌।

ଏହି ଅଡିଓରେ ସେ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହା ମେହମୁଦ୍‌ କୁରେସୀଙ୍କୁ ଭୁରି ଭୁରି ପ୍ରଶଂସା କରିବା ସୂଚାଇ ଦେଉଛି ତାଙ୍କ ବୟାନର ପ୍ରତିଟି ଶବ୍ଦ ଆତଙ୍କୀଙ୍କର ଏବଂ ମନ୍ତ୍ରୀ ଜଣଙ୍କ କେବଳ ତା’କୁ ଉପସ୍ଥାପନା କରୁଥିଲେ। ଏହି ଅଡିଓରେ ମାସୁଦ୍‌ କହିବାର ଶୁଣିବାକୁ ମିଳୁଛି, ଜାତିସଂଘର ସାଧାରଣ ଅଧିବେଶନରେ ମନ୍ତ୍ରୀଙ୍କ ଉପସ୍ଥାପନା ପ୍ରଶଂସାଯୋଗ୍ୟ। ଆମେ ସରକାରଙ୍କ ଭୁଲ ନୀତିର ସମାଲୋଚନା କରୁଛେ, ଠିକ ସେହିଭଳି ଭଲ ନିଷ୍ପତ୍ତି ପାଇଁ ପ୍ରଶଂସା ମଧ୍ୟ କରିବା ଉଚିତ।

୬ ଦିନ ପୂର୍ବରୁ ମଧ୍ୟ ମାସୁଦ ଏହିଭଳି ଏକ ଅଡିଓ ଜାରି କରି ସେ ଭାରତ ପ୍ରତି କଡ଼ା ଶବ୍ଦ ବ୍ୟବହାର କରିଥିଲା। ସେ ଏହି ଅଡିଓରେ କହିଥିଲା ପାକିସ୍ତାନ ସରକାର ଯଦି ତା’ ଉପରେ ଲାଗିଥିବା ୬ ମାସର କଟକଣା ଉଠାଇ ଦିଅନ୍ତି, କଶ୍ମୀର ମୁଜାହିଦ୍ଦୀନ୍‌ ଭାରତକୁ ଉଚିତ ଶିକ୍ଷା ଦିଅନ୍ତେ। ମାସୁଦ୍‌ର ଅଡିଓରୁ ଏକଥା ସ୍ପଷ୍ଟ ଯେ ବର୍ତ୍ତମାନର ଇମ୍ରାନ୍‌ ଖାନ୍‌ଙ୍କ ନୂତନ ସରକାର ମଧ୍ୟ ଆତଙ୍କବାଦୀଙ୍କ ଦ୍ୱାରା ବଶୀଭୂତ।



from Odisha Reporter https://ift.tt/2OE0NIt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages