
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବରିଷ୍ଠ ନେତା ଦାମୋଦର ରାଉତଙ୍କୁ ନେଇ ଏବେ ରାଜ୍ୟ ରାଜନୀତି ସରଗରମ। ‘ଦାମ-ବାଣ’ରେ ସରକାର ଘାଇଲା। ସବୁବେଳେ ସରକାରଙ୍କ ଗୁମର ଖୋଲୁଥିବା ଡାକ୍ତର ରାଉତ ଆଜି ଓଡ଼ିଶାରେ ଏକ ନୂଆ ଦଳ ଗଢ଼ିବା ନେଇ ଘୋଷଣା କରିଛନ୍ତି।
ସେ କହିଛନ୍ତି- “ଅକ୍ଟୋବର ଶେଷ ସୁଦ୍ଧା ନୂଆ ଦଳ ଘୋଷଣା ହେବ। ବିଜୁଙ୍କ ନାଁରେ ଏହି ନୂଆ ଦଳ ଗଠନ କରାଯିବ।”
ସେ ଆହୁରି ଆକ୍ଷେପ କରି କହିଛନ୍ତି- “ଏହି ଦଳରେ ଅସଲି ବିଜେଡି ଲୋକ ରହିବେ। ଏବେ ବିଜେଡିରେ ନକଲି ଲୋକ ଅଛନ୍ତି।”
ବିଜେଡିରୁ ବହିଷ୍କାର ପରେ ଦାମ କେଉଁ ଦଳରେ ମିଶିବେ, କିମ୍ବା ନୂଆ ଏକ ଦଳ ଗଠନ କରିବେ ସେ ନେଇ ଚର୍ଚ୍ଚା ଜୋର ଧରିଥିଲା।
from Odisha Reporter https://ift.tt/2ycVwgw
No comments:
Post a Comment