ସାବରୀମାଲା ବିବାଦ: ସ୍ୱାମୀ ସନ୍ଦୀପାନନ୍ଦ ଗିରିଙ୍କ ଆଶ୍ରମ ଜାଳିଦେଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 27, 2018

ସାବରୀମାଲା ବିବାଦ: ସ୍ୱାମୀ ସନ୍ଦୀପାନନ୍ଦ ଗିରିଙ୍କ ଆଶ୍ରମ ଜାଳିଦେଲେ

ଥିରୁଭନନ୍ତପୁରମ୍‌: ବିବାଦୀୟ ଧର୍ମଗୁରୁ ସ୍ୱାମୀ ସନ୍ଦୀପାନନ୍ଦ ଗିରିଙ୍କ କୁନ୍ଦାମାନକାଡାଭୁଠାରେ ଥିବା ସାଲଗ୍ରାମମ୍‌ ଆଶ୍ରମରେ ଆଜି ଭୋର୍‌ରୁ କିଛି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଛନ୍ତି। ସ୍ୱାମୀ ସନ୍ଦୀପାନନ୍ଦ ସାବରୀମାଲା ମନ୍ଦିରରେ ପୂଜା ପାଉଥିବା ସ୍ୱାମୀ ଆୟାପ୍ପାଙ୍କ ଦର୍ଶନ ସବୁ ବୟସର ମହିଳାମାନେ କରିପାରିବେ ବୋଲି ମତ ଦେଇଥିବାରୁ, ତାଙ୍କ ଆଶ୍ରମରେ ଏଭଳି ଆକ୍ରମଣ ହୋଇଥିବା କୁହାଯାଉଛି।

ଦୁର୍ବୃତ୍ତମାନେ ଆଶ୍ରମରେ ନିଆଁ ଲଗାଇ ଦେଇଥିବାରୁ ଦୁଇଟି ହଣ୍ଡା ସିଟି କାର ଓ କିଛି ବାଇକ୍‌ ସଂପୂର୍ଣ୍ଣ ପୋଡ଼ି ପାଉଁଶ ହୋଇଯାଇଛି। ସେହିପରି ଆଶ୍ରମର ଲକ୍ଷାଧିକ ସମ୍ପତ୍ତି ନଷ୍ଟ ହୋଇଯାଇଥିବା ଜଣାପଡ଼ିଛି। ରାତି ପ୍ରାୟ ୨.୫୦ରେ ଏଭଳି ଘଟଣା ଘଟିଛି।

ଖବର ପାଇ ଥିରୁଭନନ୍ତପୁରମ୍‌ ୟୁନିଟ୍‌ର ଅଗ୍ନିଶମ କର୍ମଚାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ସେତେବେଳକୁ ଗାଡ଼ି ଓ ଆଶ୍ରମର କିଛି ଅଂଶ ପୋଡ଼ି ପାଉଁଶ ହୋଇଯାଇଥିଲା। ଆଜି ସକାଳୁ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ ଘଟଣା ସ୍ଥଳରେ ପହଞ୍ଚି ଏଭଳି ଘଟଣାର ଦୃଢ଼ ନିନ୍ଦା କରିଛନ୍ତି।
ଅନ୍ୟପକ୍ଷରେ କେରଳ ପୁଲିସ୍‌ ବିଭିନ୍ନ ସ୍ଥାନରେ ଚଢ଼ଉ କରି ସାବରୀମାଲା ମନ୍ଦିରକୁ ମହିଳାଙ୍କ ପ୍ରବେଶକୁ ବିରୋଧ କରି ଆନ୍ଦୋଳନ କରୁଥିବା ୨୮୨୫ ଜଣ ଲୋକଙ୍କୁ ଗିରଫ କରିଛି। ସେହିପରି ୪୯୫ଟି ମାମଲା ରୁଜୁ କରିଛି।

ତେବେ ପୁଲିସ୍‌ର ଏଭଳି ଗିରଫଦାରୀକୁ ବିଜେପି ସଭାପତି ଅମିତ ଶାହ ବିରୋଧ କରିଛନ୍ତି। କେରଳରେ କ୍ଷମତାସୀନ ବାମପନ୍ଥୀ ସରକାର ଜାଣିଶୁଣି ଆର୍‌ଏସ୍‌ଏସ୍‌ ଓ ହିନ୍ଦୁ ସଂଗଠନର ଲୋକଙ୍କୁ ଗିରଫ କରୁଛି। କିନ୍ତୁ ସାବରୀମାଲା ମନ୍ଦିରର ପ୍ରକୃତ ଭକ୍ତଙ୍କ ସହ ବିଜେପି ସର୍ବଦା ରହିଛି ବୋଲି ସେ କହିଛନ୍ତି।



from Odisha Reporter https://ift.tt/2Pr9lmj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages