
ପ୍ୟାରିସ୍: ଫ୍ରାନ୍ସର ପ୍ୟାରିସଠାରେ ଚାଲିଥିବା ଫ୍ରେଞ୍ଚ ଓପନ୍ ବ୍ୟାଡ୍ମିଣ୍ଟନ୍ ଟୁର୍ଣ୍ଣାମେଣ୍ଟ୍ରେ ଭାରତୀୟ ଦଳର ବିପର୍ଯ୍ୟୟ ଘଟିଛି। ଟୁର୍ଣ୍ଣାମେଣ୍ଟର୍ କ୍ୱାର୍ଟର ଫାଇନାଲ୍ରେ ଭାରତର ୩ ଜଣ ଷ୍ଟାର ଶଟଲର୍ ପିଭି ସିନ୍ଧୁ, ସାଇନା ନେହ୍ୱାଲ ଓ କିଦାମ୍ବି ଶ୍ରୀକାନ୍ତ ପରାସ୍ତ ହୋଇଛନ୍ତି। କହିବାକୁ ଗଲେ ଫ୍ରେଞ୍ଚ ଓପନ ଟୁର୍ଣ୍ଣାମେଣ୍ଟର ସିଙ୍ଗଲ୍ସ ବର୍ଗରେ ଭାରତର ଅଭିଯାନ ଶେଷ ହୋଇଛି।
ଡିଫେଣ୍ଡିଙ୍ଗ ଚାମ୍ପିୟନ କିଦାମ୍ବି ଶ୍ରୀକାନ୍ତଙ୍କୁ ବିଶ୍ୱର ୧ନଂ ଶଟଲର୍ କେଣ୍ଟୋ ମୋମୋଟା ସିଧାସଳଖ ୨୧-୧୬, ୨୧-୧୯ରେ ପରାସ୍ତ କରିଥିଲେ। ଜାପାନୀ ପ୍ରତିପକ୍ଷଙ୍କଠାରୁ ଚଳିତବର୍ଷ ଶ୍ରୀକନ୍ତ କ୍ରମାଗତ ୫ଥର ପାଇଁ ପରାସ୍ତ ହୋଇଛନ୍ତି। ଗତ ସପ୍ତାହରେ ମୋମୋଟା ଡେନମାର୍କ ଓପନ୍ର ସେମି ଫାଇନାଲ୍ରେ ମଧ୍ୟ ଶ୍ରୀକାନ୍ତଙ୍କୁ ପରାସ୍ତ କରିଥିଲେ।

ସେହିପରି ଅଲମ୍ପିକ୍ସ ରୌପ୍ୟ ବିଜେତା ପିଭି ସିନ୍ଧୁ ମଧ୍ୟ ଚାଇନିଜ୍ ଶଟଲର୍ ହେ ବିଙ୍ଗଜିଆଓଙ୍କ ଠାରୁ ସିଧାସଳଖ ୧୩-୨୧ ଓ ୧୬-୨୧ରେ ପରାସ୍ତ ହୋଇଛନ୍ତି। ବିଙ୍ଗଜିଆଓ ଜୁଲାଇ ମାସରେ ମଧ୍ୟ ଇଣ୍ଡୋନେସିଆ ଓପନ୍ ମ୍ୟାଚରେ ସିନ୍ଧୁଙ୍କୁ ହରାଇଥିଲେ।
ସେହିପରି ସାଇନା ନେହ୍ୱାଲଙ୍କୁ ବିଶ୍ୱର ଏକ ନଂ ୧ ଶଟଲର୍ ତାଇୱାନ୍ର ତାଇ ତୁଜଜ ୟାଙ୍ଗ ୨୨-୨୦ ଓ ୨୦-୧୧ରେ ପରାସ୍ତ କରିଛନ୍ତି।
from Odisha Reporter https://ift.tt/2SniDOP
No comments:
Post a Comment