୨ ସପ୍ତାହରେ ତଦନ୍ତ ସାରିବାକୁ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 25, 2018

୨ ସପ୍ତାହରେ ତଦନ୍ତ ସାରିବାକୁ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ବର୍ତ୍ତମାନ ଛୁଟିରେ ଥିବା ସିବିଆଇ ମୁଖ୍ୟ ଆଲୋକ ବର୍ମାଙ୍କ ନିକଟରୁ କ୍ଷମତା ଅପସାରଣ କରି ତାଙ୍କୁ ଛୁଟିରେ ପଠାଇଦେବାକୁ ନେଇ ସରକାରଙ୍କ ବିରୋଧରେ ସେ ଆଣିଥିବା ଅଭିଯୋଗର ତଦନ୍ତ ୨ ସପ୍ତାହ ମଧ୍ୟରେ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମ୍‌କୋର୍ଟ। ଅନ୍ୟପକ୍ଷରେ ସାମୟିକ ମୁଖ୍ୟ ଦାୟିତ୍ୱରେ ଥିବା ଏମ୍‌ ନାଗେଶ୍ୱର ରାଓ ଏହି ଅବଧିରେ କୌଣସି ନୀତିଗତ ନିଷ୍ପତ୍ତି ନେଇପାରିବେ ନାହିଁ ବୋଲି ମଧ୍ୟ କହିଛନ୍ତି ସର୍ବୋଚ୍ଚ ନ୍ୟାୟଳୟ।

ସୁପ୍ରିମ୍‌କୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇ କହିଛନ୍ତି, ନାଗେଶ୍ୱର କେବଳ ପ୍ରଶାସନିକ ମୁଖ୍ୟ ଦାୟିତ୍ୱ ତୁଲାଇବେ। ଏହା ବ୍ୟତୀତ ମଧ୍ୟରାତ୍ରି ପରେ ସରକାରଙ୍କ ନିର୍ଦ୍ଦେଶରେ ନୂତନ ଦାୟିତ୍ୱ ନେବା ପରଠାରୁ ନେଇଥିବା ସମସ୍ତ ନିଷ୍ପତ୍ତି ବାବଦରେ କୋର୍ଟଙ୍କୁ ଜଣାଇବାକୁ ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି। ଦୀପାବଳି ପରେ ଅର୍ଥାତ ନଭେମ୍ବର ୧୨ ତାରିଖକୁ ଏହି ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ ହୋଇଛି।

ସେଣ୍ଟ୍ରାଲ ଭିଜିଲାନ୍ସ କମିଶନ୍‌(ସିଭିସି) ଏହି ମାମଲାର ତଦନ୍ତ କରିବ ଏବଂ ଅବସରପ୍ରାପ୍ତ ସୁପ୍ରିମ୍‌କୋର୍ଟ ବିଚାରପତି ଏକେ ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ଏହା ଚାଲୁ ରହିବ।
ଶ୍ରୀଯୁକ୍ତ ବର୍ମାଙ୍କ ନିକଟରୁ କ୍ଷମତା ଅପସାରଣ କରି ତାଙ୍କୁ ଜୋର ଜବରଦସ୍ତ କରି ଛୁଟିରେ ପଠାଇଦେବାକୁ ନେଇ ସେ ସରକାରଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ। ଏହାପରେ ଯୁଗ୍ମ ନିର୍ଦ୍ଦେଶକ ଏମ୍‌ ନାଗେଶ୍ୱର ରାଓଙ୍କୁ ସରକାର ଅନ୍ତରୀଣ କାଳୀନ ନିର୍ଦ୍ଦେଶକ ଦାୟିତ୍ୱ ଦେଇଥିଲେ। ଏହି ନିଷ୍ପତ୍ତି ବିରୋଧରେ ବର୍ମା କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।

ସରକାରଙ୍କ ବିରୋଧରେ ସେ ଆଣିଥିବା ଆବେଦନରେ ଦର୍ଶାଇଛନ୍ତି, ସମ୍ବେଦନଶୀଳ ମାମଲା ସବୁରେ ସରକା ହସ୍ତକ୍ଷେପ ଦ୍ୱାରା ଦେଶର ପ୍ରମୁଖ ତଦନ୍ତକାରୀ ସଂସ୍ଥା ସିବିଆଇର ସ୍ୱାୟତ୍ତତା ଏବଂ ସ୍ୱତନ୍ତ୍ରତା କ୍ଷୁର୍ଣ୍ଣ ହେଉଛି। ଉଚ୍ଚ ପଦାଧିକାରୀଙ୍କ ବିରୋଧରେ ତଦନ୍ତକୁ ବିରୋଧ କରି କୁହାଯାଉଛି,“ଏଭଳି କିଛି ନିଷ୍ପତ୍ତି ନିଅନାହିଁ ଯାହା ସରକାରଙ୍କୁ ଅଡ଼ୁଆରେ ପକାଇବ।” ସେ ଏହି ଆବେଦନରେ ଯୁକ୍ତି ଦର୍ଶାଇଛନ୍ତି ସିବିଆଇ ନିର୍ଦ୍ଦେଶକ ବଦବୀରେ ଜଣେ ୨ ବର୍ଷ ରହିବା ଠିକ୍‌ ହେବ ଯାହାକି ପୂର୍ବରୁ ମଧ୍ୟ ସୁପ୍ରିମ୍‌କୋର୍ଟ ଦର୍ଶାଇଛନ୍ତି।

ଆଜିର ଶୁଣାଣି ସମୟରେ ସିଭିସି ପକ୍ଷରୁ ଯୁକ୍ତି ଦର୍ଶାଯାଇଥିଲା, ନା ଉଭୟ ଅଧିକାରୀ ଏହି ତଦନ୍ତ କରିପାରିବ ନା ସେମାନଙ୍କ ନେତୃତ୍ୱରେ ଥିବା ଏକ ସଂସ୍ଥା ଏହି ତଦନ୍ତ କରିପାରିବ। ତେଣୁ ସେମାନେ କ୍ଷମତାରେ ନରହିବା ଉଚିତ। ଅନ୍ୟପକ୍ଷରେ ନିଜକୁ ନିର୍ଦ୍ଦୋଷ ଦର୍ଶାଇ ଆଲୋକ ବର୍ମା ଲାଞ୍ଚ ନେଇଥିବା ଅଭିଯୋଗ ଆଣି ଏହି ପ୍ରସଙ୍ଗକୁ ଭିନ୍ନ ମୋଡ଼ ଦେଇଥିବା ରାକେଶ ଅସ୍ଥାନା ମଧ୍ୟ ସରକାରଙ୍କ ନିଷ୍ପତ୍ତି ବିରୋଧରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।

ବର୍ତ୍ତମାନ କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ନାଗେଶ୍ୱର ଦାୟିତ୍ୱ ନେବାପରେ କିଛି ଅସ୍ଥାନାଙ୍କ ବିରୋଦରେ ତଦନ୍ତ କରୁଥିବା ବର୍ମାଙ୍କ ଟିମ୍‌ର ସିବିଆଇ ଅଧିକାରୀଙ୍କ ବଦଳି ସଂକ୍ରାନ୍ତୀୟ ନିଷ୍ପତ୍ତି ବର୍ତ୍ତମାନ ଅକାମୀ ହୋଇଯିବ।



from Odisha Reporter https://ift.tt/2SkCdeE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages