ସାବଧାନ! ଡାଲିରେ ବି ମିଶୁଛି କେମିକାଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 25, 2018

ସାବଧାନ! ଡାଲିରେ ବି ମିଶୁଛି କେମିକାଲ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଲଞ୍ଚ୍‌ ହେଉ ଅବା ଡିନର୍‌ ସମସ୍ତେ ଖାଦ୍ୟରେ ଡ଼ାଲି ଖାଇବା ପାଇଁ ପସନ୍ଦ କରିଥାଆନ୍ତି। ଡ଼ାଲି ବିନା ଖାଦ୍ୟ ସମ୍ପୂର୍ଣ୍ଣ ହୋଇ ନ ଥାଏ। ବିଶେଷ କରି ଆମେ ମୁଗ ଏବଂ ମସୁର ଡ଼ାଲି ଖାଇବା ପାଇଁ ପସନ୍ଦ କରିଥାନ୍ତି। ହେଲେ ମନେରଖନ୍ତୁ ଆଜି କାଲିକା ଭେଜାଲ ଜମାନାରେ ଡାଲି ବି ଭେଜାଲ ହେଲାଣି। ଯଦି ଆପଣ ମଧ୍ୟ ଏହି ଡ଼ାଲି ଖାଉଛନ୍ତି, ତେବେ ସାବଧାନ ହୋଇଯାଆନ୍ତୁ। କାରଣ ଏହି ଡ଼ାଲିରେ ରାସାୟନିକ ପଦାର୍ଥ ଦିଆଯାଉଛି ବୋଲି ପ୍ରମାଣ ମିଳିସାରିଛି।

ଫୁଡ୍‌ ସେଫ୍ଟି ଅଥୋରିଟି ଦ୍ୱାରା କରାଯାଇଥିବା ଗବେଷଣା ଅନୁସାରେ ଡ଼ାଲିରେ ବିଷାକ୍ତ ତତ୍ତ୍ୱ ଭରି ରହିଛି। କାନାଡ଼ା ଏବଂ ଅଷ୍ଟ୍ରେଲିଆରେ ବହୁଳ ମାତ୍ରାରେ ଡ଼ାଲି ଉତ୍ପାଦନ କରାଯାଇଥାଏ। Food Safety and Standards Authority of India(FSSAI) ମୁଗ ଓ ମସୁର ଡ଼ାଲି ଖାଉଥିବା ଉପଭୋକ୍ତାଙ୍କୁ ଡ଼ାଲି ଖାଇବା କମ୍‌ କରିବା ପାଇଁ ପରାମର୍ଶ ଦେଇଛନ୍ତି।

ଲ୍ୟାବ୍‌ରେ ପରୀକ୍ଷା କରିବା ପରେ ମୁଗ ଓ ମସୁର ଡ଼ାଲିରେ ଗ୍ଲାଇଫୋସେଟ୍‌ ହର୍ବିସାଇଡସ୍‌ କେମିକାଲ୍‌ ଥିବା ଜଣାପଡ଼ିଛି। ଯାହା ଶରୀରକୁ କ୍ଷତି ପହଞ୍ଚାଇଥାଏ ବୋଲି FSSAIର କର୍ତ୍ତୃପକ୍ଷ କହିଛନ୍ତି। କାନାଡ଼ା ଡ଼ାଲିରେ  ୨୮୨ କଣିକା ଏବଂ ଅଷ୍ଟ୍ରେଲିଆ ଡ଼ାଲିରେ ୧୦୦୦ ଗ୍ଲାଇଫ୍ଲୋସେଟ୍‌ କଣିକା ମିଳିଥିଲା। ଯାହା କୌଣସି ସାମାନ୍ୟ କଣିକାଠାରୁ ଅଧିକା ଅଟେ।
ଏହି ରାସାୟନିକ ପଦାର୍ଥ ଶରୀରରେ ଗମ୍ଭୀର ସମସ୍ୟା ସୃଷ୍ଟି କରିଥାଏ। ଏହାଦ୍ୱାର ଶରୀରରେ ପ୍ରୋଟିନ୍‌ ସମ୍ୱନ୍ଧିତ ପ୍ରକ୍ରିୟା ପ୍ରଭାବିତ ହୋଇଥାଏ।
ଗ୍ଲାଇଫୋସେଟ୍‌ ହର୍ବିସାଇଡସ୍‌ କେମିକାଲ୍‌ ଶରୀରର ପ୍ରତିରକ୍ଷା ତନ୍ତ୍ରକୁ କ୍ଷତି ପହଞ୍ଚାଇବା ସହିତ ଶରୀରରୁ ଆବଶ୍ୟକୀୟ ପୋଷକ ତତ୍ତ୍ୱର ଅବଶୋଷଣ କରିଥାଏ। ଏହା ବ୍ୟତୀତ ଗ୍ଲାଇଫୋସେଟ୍‌ କିଡ୍‌ନୀକୁ ମଧ୍ୟ କ୍ଷତି ପହଞ୍ଚାଇଥାଏ।



from Odisha Reporter https://ift.tt/2AudpKp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages