
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍): ଆମ ନିତିଦିନିଆ ଖାଦ୍ୟ ପ୍ରସ୍ତୁତିରେ ଡାଲଚିନି ଏକ ବହୁଳ ବ୍ୟବହୃତ ମସଲା। ସାଧାରଣତଃ ଖାଦ୍ୟକୁ ସ୍ୱାଦିଷ୍ଟ ଓ ସୁଗନ୍ଧଯୁକ୍ତ କରୁଥିବା ଏହି ମସଲା ସାମଗ୍ରୀରେ ପ୍ରଚୂର ଔଷଧୀୟ ଗୁଣ ରହିଛି। ବହୁ ପାରମ୍ପରିକ ଔଷଧୀୟ ସାମଗ୍ରୀ ଓ ଖାଦ୍ୟ ସଂରକ୍ଷଣରେ ଡାଲଚିନିକୁ ମଧ୍ୟ ବ୍ୟବହାର କରାଯାଇଥାଏ।
ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଡାଲଚିନି ଶରୀରରେ ଅସ୍ୱାଭାବିକ ଭାବେ ବୃଦ୍ଧି ପାଇଥିବା ରକ୍ତ ଶର୍କରାକୁ ହ୍ରାସ କରି ଡାଇବେଟିସ୍କୁ ନିୟନ୍ତ୍ରଣ କରିଥାଏ। ଡାଇବେଟିସ୍ ଜନିତ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ସହ ଏହା ଅନ୍ୟ ରୋଗ ଉପଶମରେ ମହୌଷଧୀ ଭଳି କାମ କରିଥାଏ।
ଡାଲଚିନିରେ ଥିବା ଆଣ୍ଟିଅକ୍ସିଡାଣ୍ଟ୍ସ୍ ଶରୀରର ଅକ୍ସିଡେଟିଭ୍ ସ୍ଟ୍ରେଶ୍(oxidative stress)କୁ ହ୍ରାସ କରିବା ସହ ବିଭିନ୍ନ ରୋଗର ଆଶଙ୍କାକୁ ମଧ୍ୟ ଦୂର କରିଥାଏ।
ବିଭିନ୍ନ ଗବେଷଣାରୁ ଜଣାପଡ଼ିଛି, ଡାଲଚିନିରେ ଶରୀରର ବ୍ଲଡ୍ ସୁଗାର୍ ସ୍ତର ଓ ଇନସୁଲିନ୍ର ମାତ୍ରାକୁ ନିୟନ୍ତ୍ରଣ କରିବାର କ୍ଷମତା ରହିଛି।
ଡାଇବେଟିସ୍କୁ ଏହିପରି ନିୟନ୍ତ୍ରଣ କରେ ଡାଲଚିନି:
ଡାଲଚିନିରେ ଥିବା ପ୍ରଚୂର ମାତ୍ରାର ଆଣ୍ଟିଅକ୍ସିଡାଣ୍ଟ୍ସ୍, ଟାଇପ୍-୨ ଡାଇବେଟିସ୍ ଭଳି ଶରୀରର ବିଭିନ୍ନ ଦୀର୍ଘ ମିଆଦୀ ରୋଗର ପ୍ରମୁଖ କାରଣ କୁହାଯାଉଥିବା ଅକ୍ସିଡେଟିଭ୍ ସ୍ଟ୍ରେଶ୍କୁ ହ୍ରାସ କରିଥାଏ।
ସାଧାରଣତଃ ଡାଇବେଟିସ୍ ରୋଗୀଙ୍କ ପାଚନ ତନ୍ତ୍ରରୁ ଶରୀରର ଆବଶ୍ୟକତା ଅନୁସାରେ ଇନ୍ସୁଲିନ୍ ନିର୍ଗତ କ୍ଷମତା ହ୍ରାସ ପାଇଥାଏ। ଯେତିକି ବି ଇନ୍ସୁଲିନ୍ ବାହାରିଥାଏ, ଶରୀରର ବିଭିନ୍ନ ସେଲ୍ ସେହି ଇନ୍ସୁଲିନ୍କୁ ଠିକ୍ ଭାବେ ଗ୍ରହଣ କରିପାରନ୍ତି ନାହିଁ। ଏଥିଯୋଗୁ ବ୍ଲଡ୍ ସୁଗାର୍ ସ୍ତରରେ ସ୍ଥିରତା ରହେ ନାହିଁ। ଡାଲଚିନି ଖାଇବା ମାତ୍ରେ ହିଁ ଏହା ଶରୀରର ଇନ୍ସୁଲିନ୍ ପରିଚାଳନା କ୍ଷମତାକୁ ବୃଦ୍ଧି କରିଥାଏ।
ଖାଦ୍ୟ ପରେ କିଛି ଡାଲଚିନି ଖାଇଲେ, ହଜମ ପ୍ରକ୍ରିୟା ସହଜ ହେବା ସହ ଖାଲିପେଟ ଯୋଗୁ ସୃଷ୍ଟି ହେଉଥିବା ସମସ୍ୟା ଦୂର ହୁଏ। ଡାଇବେଟିସ୍ଜନିତ ଅନ୍ୟାନ୍ୟ ରୋଗରୁ ଏହା ଶରୀରକୁ ସୁରକ୍ଷା ଦିଏ।
ଦିନକୁ ଅନ୍ତତଃପକ୍ଷେ ମାତ୍ର ୨ଗ୍ରାମ୍ ଡାଲଚିନି ନିୟମିତ ୧୨ସପ୍ତାହ ଯାଏ ଖାଇବା ଦ୍ୱାରା ଉଭୟ systolic ଏବଂ diastolic ରକ୍ତଚାପରୁ ଆରୋଗ୍ୟ ମିଳେ। ଏହା ହୃଦ୍ରୋଗରୁ ମଧ୍ୟ ସୁରକ୍ଷା ଦେଇଥାଏ।
ଡାଇବେଟିସ୍ ନିଯନ୍ତ୍ରଣ ପାଇଁ ଡାଲଚିନି କେମିତି ବ୍ୟବହାର କରିବେ:
ଡାଲଚିନିରୁ ସ୍ୱାସ୍ଥ୍ୟ ପାଇଁ ସର୍ବୋତ୍କୃଷ୍ଟ ଫାଇଦା ପାଇବାକୁ ହେଲେ, ଏକ ଗ୍ଲାସ୍ ପାଣିରେ କିଛି ଡାଲ୍ଚିନି(ଏକ ଛୋଟ ଅଂଶ) ବତୁରାଇ ରାତିରେ ରଖି ଦିଅନ୍ତୁ। ସକାଳୁ ଉଠିବା ମାତ୍ରେ ଖାଲି ପେଟରେ ଏହି ଗ୍ଲାସ୍ ପାଣିକୁ ପିଅନ୍ତୁ। ଏହା ସହ ଆପଣଙ୍କ ଖାଦ୍ୟ ଓ ପାନୀୟରେ ଡାଲଚିନି ଗୁଣ୍ଡକୁ ବ୍ୟବହାର କରନ୍ତୁ।
ତେବେ ସାବଧାନ, ଆବଶ୍ୟକରୁ ଅଧିକ ମାତ୍ରାର ଡାଲଚିନି ଖାଇଲେ, ଲିଭର୍ ଓ ଅନ୍ୟାନ୍ୟ ଶାରୀରିକ ସମସ୍ୟା ଉପୁଜିବାର ଆଶଙ୍କା ରହିଛି। ତେଣୁ ନିୟମିତ ଖାଦ୍ୟ ତାଲିକାରେ ଡାଲଚିନିକୁ ସ୍ଥାନ ଦେବା ପୂର୍ବରୁ ଜଣେ ବିଶେଷଜ୍ଞଙ୍କ ସହ ପରାମର୍ଶ କରି ନେବା ଉଚିତ୍।
from Odisha Reporter https://ift.tt/2NRxjSI
No comments:
Post a Comment