
ନୂଆଦିଲ୍ଲୀ: କେନ୍ଦ୍ରୀମନ୍ତ୍ରୀ ନୀତିନ ଗଡ଼କରୀ ପ୍ରତିଦିନ ତିରୁପତିରୁ ୫ ଟ୍ରକ୍ ଚୁଟି କିଣି ନେଇଥାନ୍ତି। ତିରୁପତିରେ ମୁଣ୍ଡନରୁ ବାହାରୁ ଥିବା ଏହି ଚୁଟିକୁ ସେ କିଣିଥାନ୍ତି। ତେବେ ଏତେ ପରିମାଣରେ ଚୁଟି କିଣି ସେ କ’ଣ କରନ୍ତି? ଏ ପ୍ରଶ୍ନ ନିଶ୍ଚିତ ଆପଣଙ୍କ ମନକୁ ଆସୁଥିବ। ଏହି ଚୁଟି କିଣା ରହସ୍ୟ ଉପରୁ ନିଜେ ଗଡ଼କରୀ ପରଦା ଉଠାଇଛନ୍ତି।
ଇଣ୍ଡିଆ ଟୁଡେର ସଫାଇଗିରୀ ଆୱାର୍ଡ ୨୦୧୮ରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଗଡ଼କରୀ ଚୁଟି କିଣା ଓ ଏଥିରୁ ଲାଭ ପାଇବାର ରହସ୍ୟ କହିଛନ୍ତି।
ସେ କହିଛନ୍ତି, “ୱର୍ଦ୍ଧାର ମହାତ୍ମାଗାନ୍ଧି ବିଜ୍ଞାନ ସଂସ୍ଥାନ ଏହି ଚୁଟିରୁ ଏମିନୋ ଏସିହ୍ ପ୍ରସ୍ତୁତ କରିବା ଟେକ୍ନିକ୍ ବାହାର କରିବାରେ ସଫଳ ହୋଇଛନ୍ତି। ସଂସ୍ଥାନ୍ ପକ୍ଷରୁ ପ୍ରସ୍ତୁତ ଏମିନୋ ଏସିଡ୍ର ଏକ ବୋତଳ ନେଇ କ୍ଷେତରେ ପ୍ରୟୋଗ କରିବା ପରେ ଅମଳ ଭଲ ହୋଇଥିଲା। ଏହି ଟେକ୍ନିକ୍ ମାଧ୍ୟମରେ ଚାଷୀଙ୍କୁ ସହଯୋଗ କରିବାକୁ ଚିନ୍ତା କରି ନିଜ ଗାଁରେ କଟା ଚୁଟିରୁ ଏମିନୋ ଏସିଡ ପ୍ରସ୍ତୁତର ଏକ ଛୋଟ ୟୁନିଟ୍ ସ୍ଥାପନ କରିଥିଲି। ଏବେ ପ୍ରତିଦିନ ତିରୁପତି ମନ୍ଦିରରୁ ୫ ଟ୍ରକ୍ ଚୁଟି କିଣି ଏଥିରେ ଏମିନୋ ଏସିଡ ଉପରେ ଆଧାରିତ ମାଇକ୍ରୋ ନ୍ୟୁଟ୍ରିଏଣ୍ଟ ପ୍ରସ୍ତୁତ କରୁଛି।”
ଗଡ଼କରୀ ଆହୁରି କହିଛନ୍ତି, “କଟା ଯାଇଥିବା ଚୁଟିରୁ ପ୍ରସ୍ତୁତ ଏମିନୋ ଏସିଡ ବୋତଲକୁ ୩୦୦ ଟଙ୍କାରେ ବିକ୍ରି କରୁଛୁ। ବାହାରେ ସମାନ ପରିମାଣରେ ଏସିଡ କିଣିଲେ ଚାଷୀଙ୍କୁ ୯୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି। ଆମେ ବହୁତ କମ୍ ଲାଭ ରଖୁଛୁ। କହିବାକୁ ଗଲେ ଏସିଡ୍ ପ୍ରସ୍ତୁତରେ ହେଉଥିବା ଖର୍ଚ୍ଚ ସହ ସମାନ। ଏଥିରୁ ମୋତେ ୧୨ରୁ ୧୫ କୋଟି ଟଙ୍କା ଲାଭ ହେଉଛି। ଦୁବାଇ ସରକାର ୧୮୦ କଣ୍ଟେନର୍ ଆମିନୋ ଏସିଡ ନେବାକୁ ଅର୍ଡର କରିଥିଲେ। ଆମେ ବର୍ତ୍ତମାନ ସୁଦ୍ଧା ତାଙ୍କୁ ୪୦ କଣ୍ଟେନର୍ ଯୋଗାଇ ସାରିଛୁ।”
from Odisha Reporter https://ift.tt/2xWet7Z
No comments:
Post a Comment