
କୋରାପୁଟ (ଓଡ଼ିଶା ରିପୋର୍ଟର): କୋରାପୁଟ ସ୍ଥିତ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ୍ କଲେଜର ଭେଷଜ ବିଭାଗରେ ଅବ୍ୟବସ୍ଥା ଦେଖିବାକୁ ମିଳିଛି। ୪ ଜଣ ଭେଷଜ ବିଶେଷଜ୍ଞ ଡାକ୍ତର ଏକା ସାଙ୍ଗରେ ଇସ୍ତଫା ଦେଇଛନ୍ତି। ସେମାନେ କଲେଜର ପ୍ରିନ୍ସପାଲ୍ ତଥା ଡିନ୍ଙ୍କୁ ଗତକାଲି ସନ୍ଧ୍ୟାରେ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି।
ବାଓମେଟ୍ରିକ୍ ଉପସ୍ଥାନରେ ଏହି ଚାରି ଡାକ୍ତର ମେଡିକାଲ୍ କଲେଜରେ ଅନୁପସ୍ଥିତ ଥିବା ଦେଖାଇବାରୁ ଡିନ୍ ସେମାନଙ୍କ ଦରମା ବନ୍ଦ କରି ଦେଇଥିଲେ।
ଏହି ଡାକ୍ତରମାନେ ଅଭିଯୋଗ କରିଛନ୍ତି ଯେ ସେମାନେ ନିୟମିତ ଭାବେ ଡ୍ୟୁଟି କରିଥିଲେ ମଧ୍ୟ ଉଦ୍ଦେଶ୍ୟ ମୂଳକ ଭାବେ ଡିନ୍ ସେମାନଙ୍କ ଦରମା ବନ୍ଦ କରି ଦେଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଏହି ସମସ୍ୟାର ସମାଧାନ ପାଇଁ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଚେଷ୍ଟା କରୁଛନ୍ତି।
from Odisha Reporter https://ift.tt/2ES7jrq
No comments:
Post a Comment