ଧୋନିଙ୍କୁ ଏମିତି ଭାବେ ସମ୍ମାନ ଜଣାଇଲେ ପ୍ରଶଂସକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 31, 2018

ଧୋନିଙ୍କୁ ଏମିତି ଭାବେ ସମ୍ମାନ ଜଣାଇଲେ ପ୍ରଶଂସକ

dhoni

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦିନିକିଆ ସିରିଜ୍‌ରେ ମହେନ୍ଦ୍ର ସିଂହ ଧୋନି ଭଲ ପ୍ରଦର୍ଶନ କରିପାରି ନାହାନ୍ତି। ତେବେ ଏଥିପାଇଁ ତାଙ୍କ ଫ୍ୟାନ୍‌ମାନେ ଆଦୌ ଚିନ୍ତିତ ନୁହଁନ୍ତି। ଧୋନିଙ୍କ ପାଇଁ ସେମାନଙ୍କର ଯେଉଁ ଭଲ ପାଇବା ଅଛି, ତାହା ପୂରାପୂରି କାଏମ ରହିଛି। କେରଳର ଧୋନି ଫ୍ୟାନ୍ସ ଆସୋସିଏସନ୍ ଏହା ପ୍ରମାଣିତ କରିଛି।

କେରଳର ଥିରୁଅନନ୍ତପୁରମ୍‌ ସ୍ଥିତ ଗ୍ରୀନ୍‌ଫିଲ୍ଡ ଅନ୍ତର୍ଜାତୀୟ ଷ୍ଟାଡିୟମ୍ ବାହାରେ ଧୋନିଙ୍କର ଏକ ୩୫ ଫୁଟ୍ ଉଚ୍ଚର କଟ୍-ଆଉଟ୍ ଲଗାଯାଇଛି। ଅଲ୍ କେରଳ ଧୋନି ଫ୍ୟାନ୍ସ ଆସୋସିଏସନ୍ ପକ୍ଷରୁ ଏହି କଟ୍-ଆଉଟ୍ ଲଗାଯାଇଛି। ଏହି କଟ୍‌-ଆଉଟ୍ ଜରିଆରେ ଆସୋସିଏସନ୍‌ର ସଦସ୍ୟମାନେ ଧୋନିଙ୍କୁ ସମ୍ମାନ ଜଣାଇଛନ୍ତି।


ସୂଚନାଯୋଗ୍ୟ, ଗ୍ରୀନ୍‌ଫିଲ୍ଡ ଅନ୍ତର୍ଜାତୀୟ ଷ୍ଟାଡିୟମ୍‌ରେ ଆଜି ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଚଳିତ ଦିନିକିଆ ସିରିଜ୍‌ର ପଞ୍ଚମ ତଥା ଶେଷ ମ୍ୟାଚ୍ ଖେଳା ଯିବ। ଭାରତ ସିରିଜ୍‌ରେ ୨-୧ରେ ଆଗୁଆ ଥିବା ବେଳେ ଆଜି ବିଜୟୀ ହୋଇ ସିରିଜ୍ ହାତେଇବାକୁ ପ୍ରୟାସ କରିବ। ସେହିଭଳି ୱେଷ୍ଟଇଣ୍ଡିଜ୍ ସିରିଜ୍ ବରାବର କରିବାକୁ ଉଦ୍ୟମ କରିବ।

ଗ୍ରୀନ୍‌ଫିଲ୍ଡ ଅନ୍ତର୍ଜାତୀୟ ଷ୍ଟାଡିୟମ୍‌ରେ ଆଜି ଦ୍ୱିତୀୟ ଥର ପାଇଁ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳା ଯିବ। ଗତ ବର୍ଷ ନଭେମ୍ବର ୭ ତାରିଖରେ ଏଠାରେ ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳା ଯାଇଥିଲା। ଏହା ଏକ ଟି-ଟ୍ୱେଣ୍ଟି ମ୍ୟାଚ୍ ଥିଲା। ଏଥିରେ ଭାରତ ୬ ରନ୍‌ରେ ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରିଥିଲା।

ଚଳିତ ବର୍ଷ ଧୋନି ୧୨ଟି ଇନିଂସ୍‌ରୁ ୨୫ରୁ କମ୍ ହାରରେ ୨୫୨ ରନ୍ କରିଛନ୍ତି। ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-ଟ୍ୱେଣ୍ଟି ସିରିଜ୍ ଓ ଅଷ୍ଟ୍ରେଲିଆ ଗସ୍ତ ବେଳେ ହେବାକୁ ଥିବା ଟି-ଟ୍ୱେଣ୍ଟି ସିରିଜ୍ ପାଇଁ ତାଙ୍କୁ ଦଳରେ ସାମିଲ କରାଯାଇ ନାହିଁ। ତେବେ ଚୟନକର୍ତ୍ତାମାନେ କହିଛନ୍ତି, ଧୋନିଙ୍କ ବିକଳ୍ପ ତିଆରି କରିବା ପାଇଁ ଏମିତି ନିଷ୍ପତ୍ତି ନିଆଯାଇଛି।



from Odisha Reporter https://ift.tt/2AEhqM2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages