ନିର୍ବାଚନ ପାଇଁ କମ୍ପୁଛି କଲେଜ କ୍ୟାମ୍ପସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 6, 2018

ନିର୍ବାଚନ ପାଇଁ କମ୍ପୁଛି କଲେଜ କ୍ୟାମ୍ପସ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅକ୍ଟୋବର ୧୧ ତାରିଖରେ ହେବ ଛାତ୍ର ସଂସଦ ନିର୍ବାଚନ। ଏଥିଲାଗି ଜୋର ଧରିଛି କ୍ୟାମ୍ପେନିଂ। କଲେଜ ଓ ବିଶ୍ୱବିଦ୍ୟାଳୟ ଗୁଡିକରେ ପୁଶିଙ୍ଗ କାର୍ଡ ବାଣ୍ଟୁଛନ୍ତି ଆଶାୟୀ ପ୍ରାର୍ଥୀ। ଗିଫ୍ଟ ଓ ଚକୋଲେଟ୍ ଦେଇ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଉଦ୍ୟମ କରୁଛନ୍ତି ଆଶାୟୀ ପ୍ରାର୍ଥୀ।

ତେବେ ମଝିରେ ଦୁଇଦିନ ଛୁଟି ପଡୁଥିବାରୁ ଏବେ ଜୋରସୋରରେ ଚାଲିଛି କ୍ଲାସ୍ କ୍ୟାମ୍ପେନିଂ। ଏହାସହ ଛାତ୍ରଛାତ୍ରୀଙ୍କୁ ଆକୃଷ୍ଟ କରିବା ପାଇଁ ସୋଶାଲ୍‌ ମିଡିଆରେ ମଧ୍ୟ ଚାଲିଛି ଜୋର୍‌ଦାର ପ୍ରଚାର। ଭୁବନେଶ୍ୱରର ବିଜେବି ଓ ମହର୍ଷି କଲେଜ ସହିତ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ନିର୍ବାଚନ ମାହୋଲ ବେଶ୍ ସରଗରମ ରହିଛି। ହାତରେ ସମୟ ନଥିବାରୁ ଛୁଟିରେ ଡୋର ଟୁ ଡୋର କ୍ୟାମ୍ପେନିଂ କରିବେ ବୋଲି ପ୍ରାର୍ଥୀମାନେ କହିଛନ୍ତି।

ଜୟପୁର ବିକ୍ରମଦେବ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଜୋରସୋର କ୍ୟାମ୍ପେନିଂ ଚାଲିଛି। ନିଜ ସପକ୍ଷରେ ମତାମତ ନେବା ପାଇଁ ପୁଶିଙ୍ଗ କାର୍ଡ ସହ ସୋଶାଲ୍‌ ମିଡିଆରେ ପ୍ରଚାର ଚଳାଇଛନ୍ତି ପ୍ରାର୍ଥୀ।

ବାଲେଶ୍ୱର କେକେଏସ୍ ମହିଳା ମହାବିଦ୍ୟାଳୟ ଓ ରାଉରକେଲାର ନୀଳଶୈଳ ମହାବିଦ୍ୟାଳୟରେ ନିର୍ବାଚନ ମାହୋଲ ସରଗରମ ରହିଛି। ଆଶାୟୀ ପ୍ରାର୍ଥୀମାନେ ଜିତିବା ପାଇଁ ସବୁ ପ୍ରକାର ପ୍ରୟାସ ଚଳାଇଛନ୍ତି।

ସେପଟେ ଛାତ୍ର ଅଶାନ୍ତି ଯୋଗୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟକୁ ସାଇନ୍‌ ଡାଏ ଘୋଷଣା କରିଛନ୍ତି କର୍ତ୍ତୃପକ୍ଷ। ସେଥିପାଇଁ ଛାତ୍ରଛାତ୍ରୀମାନେ ହଷ୍ଟେଲ୍‌ ଛାଡ଼ିଛନ୍ତି। ଏନେଇ କୁଳପତି ରାଜେନ୍ଦ୍ର ପ୍ରସାଦ ଦାସ କହିଛନ୍ତି, ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଚାହୁଁଥିଲେ ନିର୍ବାଚନ ହେଉ ବୋଲି। କିନ୍ତୁ ଛାତ୍ର ଅଶାନ୍ତି ଯୋଗୁ ବାଧ୍ୟ ହୋଇ ଏହାକୁ ବାତିଲ କରିବାକୁ ପଡ଼ିଲା ବୋଲି ସେ କହିଛନ୍ତି।



from Odisha Reporter https://ift.tt/2E47jny

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages