
ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ୨୦୧୯ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଛି କଶ୍ମୀରଠାରୁ କନ୍ୟାକୁମାରୀ। କିନ୍ତୁ ୨୦୧୪ରେ ଅଳ୍ପ ବହୁତ ବଦନାମ୍ ହୋଇଥିବା ଫେସବୁକ୍ ୨୦୧୯ରେ ଟ୍ରଲ୍ ବାହିନୀଙ୍କ ବିରୋଧରେ ଯୁଦ୍ଧ ସ୍ୱରୂପ ଏକ ନୂଆ ଆହ୍ୱାନକୁ ସାମ୍ନା କରିବାକୁ ଯାଉଛି।
ଆଉ ସେଥିପାଇଁ ଫେସ୍ବୁକ୍ ମଧ୍ୟ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରି ସମଗ୍ର ଭାରତ ପାଇଁ ଏକ ୧୦୦ ଜଣିଆ ଟ୍ୟାସ୍କ ଫୋର୍ସ ଗଠନ କରିଛି। ସେମାନେ ରାଜନୀତିକ ଦଳ ସହିତ ମଧ୍ୟ ଯୋଗାଯୋଗରେ ରହିବେ ବୋଲି ଫେସବୁକ୍ର ୟୁରୋପ୍, ମିଡିଲ୍ ଇଷ୍ଟ୍ ଏବଂ ଆଫ୍ରିକା କ୍ଷେତ୍ରର ପଲିସି ଉପସଭାପତି ରିଚାର୍ଡ ଆଲାନ୍ ସୂଚନା ଦେଇଛନ୍ତି।
ଏହି ଟିମ୍ରେ ସୁରକ୍ଷା ବିଶେଷଜ୍ଞ ଏବଂ କଣ୍ଟେଣ୍ଟ ବିଶେଷଜ୍ଞ ମଧ୍ୟ ରହିବେ, ଯେଉଁମାନେ କି ନିର୍ବାଚନ ସମୟରେ ଆସିବାକୁ ଥିବା ସମ୍ଭାବ୍ୟ ଗାଳିଗୁଲଜ ଓ ଆପତ୍ତିଜନକ ଆଚରଣ ଉପରେ ନଜର ରଖିବେ। ଫେସବୁକ୍ କମ୍ୟୁନିଟି ଷ୍ଟାଣ୍ଡାର୍ଡକୁ ବଜାୟ ରଖିବା ପାଇଁ ମଧ୍ୟ ଏକ ଭିନ୍ନ ଟିମ୍ କାମ କରିବ, ଯାହାକି ଫେସବୁକ୍ରେ ଭୁଲ ତଥ୍ୟ ପ୍ରଚାରକୁ ରୋକିବା ଦିଗରେ କାମ କରିବ।
ଟାସ୍କଫୋର୍ସ ପାଇଁ ସବୁଠାରୁ ବଡ଼ ଆହ୍ଵାନ ରହିବ ରାଜନୀତିକ ଖବର ଏବଂ ରାଜନୀତିକ କୁପ୍ରଚାର ବା ଅପପ୍ରଚାର ମଧ୍ୟରେ ଫରକ ବାଛିବା। ଏଥିପାଇଁ ବର୍ତ୍ତମାନ ଫେସବୁକ୍ରେ କାମ କରୁଥିବା କର୍ମଚାରୀଙ୍କ ବ୍ୟତୀତ କେତେକ ବ୍ୟକ୍ତିଙ୍କୁ ନିଯୁକ୍ତି ମଧ୍ୟ ଦିଆଯିବ।
from Odisha Reporter https://ift.tt/2pEVDhi
No comments:
Post a Comment