ଟେଷ୍ଟ୍‌ କ୍ରିକେଟ୍‌ରୁ ଅବସର ନେବେ ୯୦ ଦଶକର ‘ଶେଷ ସନ୍ତକ’ ହେରାଥ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 22, 2018

ଟେଷ୍ଟ୍‌ କ୍ରିକେଟ୍‌ରୁ ଅବସର ନେବେ ୯୦ ଦଶକର ‘ଶେଷ ସନ୍ତକ’ ହେରାଥ୍‌

ନୂଆଦିଲ୍ଲୀ: ‘ଗାଲେ’ରେ ଆରମ୍ଭ, ‘ଗାଲେ’ରେ ଶେଷ। ନବେ ଦଶକର ଶେଷ ଖେଳାଳି ଭାବେ ଏଯାଏ ଟେଷ୍ଟ୍‌ କ୍ରିକେଟ୍‌ ଖେଳୁଥିବା ଶ୍ରୀଲଙ୍କାର ୪୦ ବର୍ଷ ବୟସ୍କ ରଙ୍ଗନା ହେରାଥ୍‌ ଗାଲେରେ ଖେଳାଯିବାକୁ ଥିବା ଇଂଲଣ୍ଡ ବିପକ୍ଷ ଟେଷ୍ଟ୍‌ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ପରେ ଅବସର ନେବେ। ଟେଷ୍ଟ୍‌ କ୍ରିକେଟ୍‌ ଇତିହାସର ସବୁଠାରୁ ସଫଳ ବାମହାତୀ ବୋଲର୍‌ କୁହାଯାଉଥିବା ଏବି ଭେଟେରାନ୍‌ ସିଂହଳୀ ସ୍ପିନର୍‌ ୧୯୯୯ ମସିହାରେ ଏହି ଗାଲେରେ ହିଁ ନିଜ ଟେଷ୍ଟ୍‌ କ୍ୟାରିଅର୍‌ ଆରମ୍ଭ କରିଥିଲେ।

ଟେଷ୍ଟ୍‌ କ୍ରିକେଟ୍ ଇତିହାସର ଶ୍ରେଷ୍ଠ ଦଶମ ବୋଲର୍‌ ଭାବେ ରଙ୍ଗନା ହେରାଥ୍‌ ଏଯାଏ ୪୩୦ଟି ୱିକେଟ୍‌ ନେଇଛନ୍ତି। ସେହିପରି ସାରା ବିଶ୍ୱରେ ୩୫ ବର୍ଷରୁ ଅଧିକ ବୟସର ପ୍ରଥମ ଖେଳାଳି ଭାବେ ସେ ୨୩୦ରୁ ଅଧିକ ୱିକେଟ୍‌ ଦଖଲ କରିଛନ୍ତି।

ସଂଯୋଗବଶତଃ, ଜାତୀୟ ଦଳରୁ ବାଦ୍‌ ପଡ଼ିବା ପରେ ଅର୍ଥାତ୍‌ କ୍ୟାରିଅର୍‌ ଆରମ୍ଭର ୧୦ ବର୍ଷ ପରେ ପାକିସ୍ତାନ ବିପକ୍ଷ ୨୦୦୯ ମସିହା ଏହି ‘ଗାଲେ’ରେ ଅନୁଷ୍ଠିତ ଟେଷ୍ଟ୍ ମ୍ୟାଚ୍‌ ପୂର୍ବରୁ ଅପ୍ରତ୍ୟାଶିତ ଭାବେ ଡାକରା ପାଇ ଦଳକୁ ପ୍ରତ୍ୟାବର୍ତ୍ତନ କରିଥିବା ହେରାଥ୍ ସେହି ମ୍ୟାଚ୍‌ରେ ୧୦ଟି ୱିକେଟ୍‌ ନେଇଥିଲେ। ସେତେବଳେ ହେରାଥ୍‌ଙ୍କୁ ୩୧ ବର୍ଷ ହୋଇଥିଲା ଏବଂ ସେ ଜାତୀୟ ଦଳରେ ସ୍ଥାନ ମିଳିବାର ଆଶା ଛାଡ଼ି ଇଂଲଣ୍ଡରେ କାଉଣ୍ଟି ଖେଳୁଥିଲେ।

‘ଗାଲେ’ ସହିତ ହେରାଥ୍‌ଙ୍କର ଅନ୍ୟ ଏକ ଭାବଗତ ସମ୍ପର୍କ ମଧ୍ୟ ରହିଛି। ଇଂଲଣ୍ଡ ବିପକ୍ଷ ନିଜ କ୍ୟାରିଅର୍‌ର ଶେଷ ମ୍ୟାଚ୍‌ରେ ରଙ୍ଗନା ଆଉ ମାତ୍ର ଗୋଟିଏ ୱିକେଟ୍‌ ଅକ୍ତିଆର କଲେ, ନିଜ ପ୍ରିୟ ପଡ଼ିଆରେ ୧୦୦ଟି ଟେଷ୍ଟ୍‌ ୱିକେଟ୍‌ ନେବାରେ କିମ୍ବଦନ୍ତୀ ସିଂହଳୀ ସ୍ପିନର୍‌ ମୁଥେୟା ମୁରଲୀଧରନ୍‌ଙ୍କ ପରେ ସେ ଦ୍ୱିତୀୟ ଶ୍ରୀଲଙ୍କା ବୋଲର୍‌ ହେବେ। ଏହା ସହିତ ଯଦି ଏହି ମ୍ୟାଚ୍‌ରେ ସେ ୫ଟି ୱିକେଟ୍‌ ଅକ୍ତିଆର କରିପାରିଲେ, ତେବେ ସାର୍ ରିଚାର୍ଡ ହାଡଲି (୪୩୧), ଷ୍ଟୁଆର୍ଟ ବ୍ରଡ୍‌(୪୩୩) ଏବଂ କପିଳ ଦେବ(୪୩୪)ଙ୍କୁ ପଛରେ ପକାଇ ସର୍ବକାଳୀନ ସର୍ବାଧିକ ଟେଷ୍ଟ ୱିକେଟ୍‌ ହାସଲକାରୀ ବୋଲର୍‌ ତାଲିକାର ସପ୍ତମ ସ୍ଥାନ ଦଖଲ କରିବେ।

ଶ୍ରୀଲଙ୍କା କ୍ରିକେଟ୍‌ ବୋର୍ଡକୁ ଦେଇଥିବା ସୂଚନାରେ ହେରାଥ୍‌ ଇଂଲଣ୍ଡ ବିପକ୍ଷ ଟେଷ୍ଟ୍‌ ସିରିଜ୍‌ ସମସ୍ତ ୩ଟି ମ୍ୟାଚ୍‌ ଖେଳିବାକୁ ନିଜ ଅନିଚ୍ଛା ପ୍ରକାଶ କରିଛନ୍ତି। ଆଘାତଜନିତ ସମସ୍ୟା ଯୋଗୁ ହେରାଥ୍‌ ୨୦୧୭ ଜାନୁଆରୀ ପରେ କୌଣସି ବି ଟେଷ୍ଟ୍‌ ସିରିଜ୍‌ର ସମସ୍ତ ମ୍ୟାଚ୍‌ ଖେଳି ନାହାନ୍ତି।

କିମ୍ବଦନ୍ତୀ ସ୍ପିନର୍‌ ମୁଥେୟା ମୁରଲୀଧରନ୍‌ଙ୍କ ପରେ ସିଂହଳୀ ସ୍ପିନ୍‌ ଆକ୍ରମଣର ନେତୃତ୍ନ ନେଉଥିବା ଏହି ଭେଟେରାନ୍ ତାରକାଙ୍କ ଅବସର ପରେ ଶ୍ରୀଲଙ୍କା ସ୍ପିନ୍‌ ଶିବିରରେ ତାଙ୍କ ଅଭାବ ଅନୁଭୂତ ହେବ ବୋଲି କୁହାଯାଉଛି।

ନଭେମ୍ବର ୬ ତାରିଖରୁ ଗାଲେରେ ଶ୍ରୀଲଙ୍କା ଦଳ ଇଂଲଣ୍ଡ ବିପକ୍ଷ ଟେଷ୍ଟ୍‌ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳିବ।



from Odisha Reporter https://ift.tt/2PKUuQs

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages