‘ମି-ଟୁ’ର ଜରୁରୀ ଶୁଣାଣିକୁ ସୁପ୍ରିମକୋର୍ଟଙ୍କ ନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 22, 2018

‘ମି-ଟୁ’ର ଜରୁରୀ ଶୁଣାଣିକୁ ସୁପ୍ରିମକୋର୍ଟଙ୍କ ନା

ନୂଆଦିଲ୍ଲୀ: ଦେଶରେ ଝଡ଼ ସୃଷ୍ଟି କରିଥିବା ‘ମି ଟୁ’ ସଂକ୍ରାନ୍ତ ଏକ ଜରୁରୀ ଶୁଣାଣି ପାଇଁ ଆବେଦନକୁ ଆଜି ସୁପ୍ରିମକୋର୍ଟ ଆଗ୍ରାହ୍ୟ କରିଦେଇଛନ୍ତି।

ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇ ଓ ଜଷ୍ଟିସ୍‌ ଏସ୍‌କେ କୌଲଙ୍କୁ ନେଇ ଗଠିତ ଖଣ୍ଡପୀଠ ଏଭଳି ଆବେଦନକୁ ଅଗ୍ରାହ୍ୟ କରିବା ସହ ଏହି ମାମଲାର ଶୁଣାଣି ନିୟମିତ କେସ୍‌ ଗୁଡ଼ିକ ଭଳି କରାଯିବ ବୋଲି ରୁଲିଂ ଦେଇଛନ୍ତି।

ଆବେଦକାରୀ ଓକିଲ ଏମ୍‌ଏଲ୍‌ ଶର୍ମା ଏ ସମ୍ପର୍କରେ ପକ୍ଷ ରଖି କହିଛନ୍ତି ଯେ, ମି ଟୁ ଅଭିଯୋଗ ଗୁଡ଼ିକର ଶୁଣାଣି ପାଇଁ ସ୍ୱତନ୍ତ୍ର ଫାଷ୍ଟଟ୍ରାକ୍‌ କୋର୍ଟ ପ୍ରତିଷ୍ଠା ହେବା ଦରକାର।

ଏଥିସହ ଅଭିଯୋଗକାରୀଙ୍କୁ ଆର୍ଥିକ ସହାୟତା ଓ ପର୍ଯ୍ୟାପ୍ତ ସୁରକ୍ଷା ଦିଆଯିବା ଦରକାର। ଏଥିସହ ଜାତୀୟ ମହିଳା କମିଶନ ମଧ୍ୟ ପୀଡ଼ିତାଙ୍କୁ ସମସ୍ତ ପ୍ରକାରର ସହଯୋଗ ଯୋଗାଇ ଦେବା ଉଚିତ୍‌ ବୋଲି ଦାବି କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ତେବେ ଏହାର ଶୁଣାଣି ଆଜି ହୋଇପାରି ନାହିଁ।

ଦେଶରେ ଆରମ୍ଭ ହୋଇଥିବା ମି ଟୁ ଅଭିଯାନ ଜରିଆରେ ବିଭିନ୍ନ କ୍ଷେତ୍ରରେ ଯୌନ ଶୋଷଣର ଶିକାର ହୋଇଥିବା ମହିଳାମାନେ ସେମାନଙ୍କ ଅନୁଭୂତି କଥା କହୁଛନ୍ତି। ଏହିକ୍ରମରେ ବଲିଉଡ୍‌, ସାହିତ୍ୟ, ସାମ୍ବାଦିକତା ଓ ନ୍ୟାୟପାଳିକାର ବରିଷ୍ଠ ଅଧିକାରୀମାନେ ଅଡ଼ୁଆରେ ପଡ଼ିଛନ୍ତି। ଜଣଙ୍କ ପରେ ଜଣେ ସେଲିବ୍ରିଟିଙ୍କ ଯୌନ ନିର୍ଯାତନା ପେଡ଼ି ଖୋଲିବାକୁ ଲାଗିଛି। ପରିସ୍ଥିତି ଏପରି ହୋଇଛି ଯେ କେନ୍ଦ୍ରମନ୍ତ୍ରୀ ଏମଜେ ଆକବର ଏହି ମି ଟୁ ଯୋଗୁ ନିଜର ପଦ ହରାଇଛନ୍ତି।



from Odisha Reporter https://ift.tt/2D0gZhR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages