ସ୍ତ୍ରୀ ଏମିତି ମେସେଜ୍‌ କଲେ ଯେ ସ୍ୱାମୀଙ୍କୁ ବାନ୍ଧିନେଲା ପୁଲିସ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 5, 2018

ସ୍ତ୍ରୀ ଏମିତି ମେସେଜ୍‌ କଲେ ଯେ ସ୍ୱାମୀଙ୍କୁ ବାନ୍ଧିନେଲା ପୁଲିସ୍‌

ଥାଣେ (ଓଡ଼ିଶା ରିପୋର୍ଟର): ସ୍ଥାନୀୟ ପୁଲିସ୍‌ ଅଭିଯୋଗ ରୁଜୁ କରିବାକୁ ଅରାଜି ହେବା ପରେ ଥାଣେ ପୁଲିସ୍‌ ମୁଖ୍ୟଙ୍କୁ ହ୍ୱାଟ୍ସଆପ୍‌ ଜରିଆରେ ତାଙ୍କ ଅଭିଯୋଗ ଜଣାଇଲେ ଜଣେ ଯୁବତୀ। ଏହା ପରେ ତାଙ୍କ ସ୍ୱାମୀଙ୍କୁ ଗିରଫ କଲା ପୁଲିସ୍‌। ଆଉ ସବୁଠାରୁ ସାଂଘାତିକ କଥା ହେଉଛି, ମହିଳାଙ୍କ ସ୍ୱାମୀଙ୍କ ନାମରେ ଲାଗିଛି ଦୁଷ୍କର୍ମ ପାଇଁ ଉଦ୍ଦିଷ୍ଟ ସଙ୍ଗିନ ଦଫା।

ପୁଲିସ୍‌ ସୂଚନା ଅନୁଯାୟୀ, ଜଣେ ଡ୍ରାଇଭରଭାବେ କାର୍ଯ୍ୟରତ ଅଭିଯୁକ୍ତ ସଚିନ୍‌ ପାଟିଲ୍‌ ଏହି ଯୁବତୀଙ୍କ ସହିତ ସୋଶାଲ୍‌ ମିଡିଆରେ ବନ୍ଧୁ ହୋଇ ଭାବ ବଢ଼ାଇଥିଲେ। ଏହାପରେ ସମ୍ପର୍କ ଆଗକୁ ବଢ଼ାଇ ବିବାହ କରିବାର ପ୍ରତିଶ୍ରୁତି ଦେଇ ଶାରିରୀକ ସମ୍ପର୍କ ସ୍ଥାପନ କରିଥିଲେ। ଏପରିକି ସ୍ଥାନୀୟ ଏକ ମନ୍ଦିରରେ ଦୁହେଁ ବିବାହ କରିଥିବା ଯୁବତୀ ଦାବି କରୁଥିଲେ ହେଁ ଏହି ବିବାହକୁ ସଚିନ୍‌ ଅସ୍ୱୀକାର କରି ଉକ୍ତ ବିବାହ ବୈଧ ନୁହେଁ ବୋଲି କହିଥିଲେ।

ସବୁ ସୀମା ଟପିଗଲା ସେତେବେଳେ ଯେବେ ତାଙ୍କୁ ଶାରିରୀକ ନିର୍ଯାତନା ଦେବା ସହିତ ଯୁବତୀଙ୍କ ସୋଶାଲ୍‌ ମିଡିଆ ଆକାଉଣ୍ଟ୍‌ ହ୍ୟାକ୍‌ କରି ତାଙ୍କ ସମ୍ପର୍କୀୟଙ୍କୁ ଆପତ୍ତିଜନକ ମେସେଜ୍‌ ପଠାଇବା ଆରମ୍ଭ କରିଦେଇଥିଲେ। ଆଉ ଏହାପରେ ଯୁବତୀ ଥାନାରେ ଅଭିଯୋଗ କରିବାକୁ ବାଧ୍ୟ ହୋଇଥିଲେ।



from Odisha Reporter https://ift.tt/2PeKkHB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages