ପ୍ରେମ ମାନିଲାନି ସମ୍ପର୍କ: କାଲି ଘର ଛାଡ଼ିଥିଲେ ମାଉସୀ-ପୁତୁରା, ଆଜି ମିଳିଲା ମୃତଦେହ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 5, 2018

ପ୍ରେମ ମାନିଲାନି ସମ୍ପର୍କ: କାଲି ଘର ଛାଡ଼ିଥିଲେ ମାଉସୀ-ପୁତୁରା, ଆଜି ମିଳିଲା ମୃତଦେହ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରେମ ମାନିଲାନି ସମ୍ପର୍କ। ନିଜ ଦାଦାଙ୍କ ଶାଳୀ (ମାଉସୀ)କୁ ଭଲ ପାଇ ବସିଲେ ଯୁବକ। ଏଥିପାଇଁ ଉଭୟ ଘର ଛାଡ଼ିଥିଲେ। ପେଟ ପୋଷିବା ପାଇଁ କାମ ବି କଲେ। ହେଲେ ସେଥିରେ ପେଟ ପୋଷି ହେଲାନାହିଁ। ଶେଷରେ ସେମାନେ ଦୁନିଆ ଛାଡ଼ିବାକୁ ସ୍ଥିର କଲେ। ରାଜଧାନୀ ଭୁବନେଶ୍ୱରରେ ଏକ ଅର୍ଦ୍ଧନିର୍ମିତ ଆପାର୍ଟମେଣ୍ଟରେ ଦୁହେଁ ଝୁଲି ପଡ଼ିଲେ।

ପୂରା ଘଟଣା ଏମିତି। ମୟୂରଭଞ୍ଜର ଜିଲ୍ଲାର ଏକ ପ୍ରେମୀ ଯୁଗଳ ପରସ୍ପରକୁ ବହୁ ଭଲ ପାଉଥିଲେ। ସେମାନେ ଉଭୟ ସମ୍ପର୍କରେ ମାଉସୀ-ପୁତୁରା ହୋଇଥିବାରୁ ପରିବାର ଲୋକେ ସେମାନଙ୍କ ସମ୍ପର୍କକୁ ଗ୍ରହଣ କରିପାରୁନଥିଲେ। ସେଥିପାଇଁ ଉଭୟ ଘର ଛାଡ଼ି ଭୁବନେଶ୍ୱର ଚାଲି ଆସିଥିଲେ। ହେଲେ ରାଜଧାନୀରେ ଚଳିବା ପାଇଁ ପାଖରେ ପଇସା ନଥିଲା। ତେଣୁ ପେଟ ପୋଷିବା ପାଇଁ ସେମାନେ ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଏକ ଅର୍ଦ୍ଧ ନିର୍ମିତ ଆପାର୍ଟମେଣ୍ଟରେ ଶ୍ରମିକ ଭାବେ କାମ କରିବାକୁ ଯାଇଥିଲେ। ଠିକାଦାର ସେମାନଙ୍କୁ କାମ ମଧ୍ୟ ଦେଇଥିଲା।

କିନ୍ତୁ ଆଜି ସେମାନଙ୍କ ମୃତଦେହ ସେହି ଅର୍ଦ୍ଧ ନିର୍ମିତ ଆପାର୍ଟମେଣ୍ଟର ଏକ ରୁମ୍‌ରୁ ଉଦ୍ଧାର କରାଯାଇଛି। ସେମାନେ ଓଢ଼ଣୀ ବେକରେ ଲଗାଇ ଆତ୍ମହତ୍ୟା କରିଛନ୍ତି। କମିଶନରେଟ୍‌ ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ଅନ୍ୟପକ୍ଷରେ ଉଭୟଙ୍କ ପରିବାର ଲୋକେ ଭୁବନେଶ୍ୱରରେ ପହଞ୍ଚିଛନ୍ତି।



from Odisha Reporter https://ift.tt/2NnJExS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages