
ନୂଆଦିଲ୍ଲୀ: ୨୦୦ ଆସନ ବିଶିଷ୍ଟ ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ଡିସେମ୍ବର ୬ ତାରିଖରେ ଭୋଟ୍ ଗ୍ରହଣ ହେବ। ତେବେ ତା’ପୂର୍ବରୁ ରାଜ୍ୟର ବିଜେପି ବିଧାୟକଙ୍କ ଛାତିରେ ଛନକା ପଶିଛି।
ବର୍ତ୍ତମାନ ରାଜସ୍ଥାନ ବିଧାନସଭାରେ ୧୬୦ ଜଣ ବିଜେପି ବିଧାୟକ ଥିବା ବେଳେ ସେମାନଙ୍କ ମଧ୍ୟରୁ ୮୦ ରୁ ଅଧିକଙ୍କୁ ଏଥର ଟିକେଟ୍ ନ ଦେବାକୁ ଦଳ ବିଚାର କରୁଥିବା ଜଣାପଡ଼ିଛି। ଏମାନଙ୍କୁ ପୁଣି ଟିକେଟ୍ ଦେଲେ ଦଳକୁ ଏହି ସବୁ ଆସନରେ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିପାରେ ବୋଲି ଆଶଙ୍କା ସୃଷ୍ଟି ହୋଇଛି।
ବିଶେଷ ସୂତ୍ରରୁ ସୂଚନା ମିଳିଛି ଯେ, ଏହି ସବୁ ବିଧାୟକଙ୍କ ଉପରେ ଲୋକେ ଖୁସି ନାହାନ୍ତି। ଏହି ବିଧାୟମାନଙ୍କ ପ୍ରଦର୍ଶନ ଗତ ୫ ବର୍ଷରେ ଆଦୌ ଭଲ ନାହିଁ। ଲୋକଙ୍କଠାରୁ ଏମିତି ଫିଡ୍ବ୍ୟାକ୍ ବା ମତାମତ ପାଇବା ପରେ ଦଳ ଏହାକୁ ଗମ୍ଭୀରତାର ସହିତ ତର୍ଜମା କରୁଛି।
ଏହି ସବୁ ବିଧାୟକଙ୍କୁ ବସାଇ ସେମାନଙ୍କ ସ୍ଥାନରେ ଅନେକ ଯୁବ ଆଶାୟୀଙ୍କୁ ଟିକେଟ୍ ଦେବାକୁ ଦଳ ବିଚାର କରୁଛି। ତା’ସହିତ ଯେଉଁ ଦଳୀୟ ନେତାମାନେ ବର୍ଷ ବର୍ଷ ଧରି ଲୋକଙ୍କ ସହିତ ରହିଛନ୍ତି ଓ ସେମାନଙ୍କ ସେବା କରୁଛନ୍ତି, କିନ୍ତୁ କେବେ ବିଧାନସଭା ନିର୍ବାଚନ ପାଇଁ ଟିକେଟ୍ ପାଇ ନାହାନ୍ତି, ସେମାନଙ୍କୁ ପ୍ରାର୍ଥୀ କରାଯିବ ବୋଲି ଶୁଣିବାକୁ ମିଳୁଛି। ଏମିତି କଲେ ଲୋକଙ୍କ ରାଗ ଶାନ୍ତ ହେବ ଓ ସେମାନଙ୍କୁ ଭଲ ପ୍ରଦର୍ଶନ ନେଇ ପ୍ରତିଶ୍ରୁତି ଦିଆଯାଇ ପାରିବ ବୋଲି ଦଳ ଭାବୁଛି।
ରାଜସ୍ଥାନରେ ଏବେ ପ୍ରଦର୍ଶନ ଆଧାରରେ ଟିକେଟ୍ ବାଣ୍ଟିବା ବିଜେପି ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହେବ। କାରଣ ଜାତିକୁ ନେଇ ଏଠି ଯେଉଁ ରାଜନୀତି ଚାଲେ, ତାକୁ ପରିଚାଳନା କରିବା ଏତେ ସହଜ ନୁହେଁ।
ବିଜେପିର ପାରମ୍ପରିକ ସମର୍ଥକ ‘ରାଜପୁତ’ ଗୋଷ୍ଠୀ ଏବେ କଂଗ୍ରେସ ଆଡ଼କୁ ଢଳୁଥିବା ଦେଖିବାକୁ ମିଳିଛି।
ରାଜସ୍ଥାନରେ ଏଭଳି ସ୍ଥିତି ଅନ୍ୟ ରାଜ୍ୟର ବିଜେପି ବିଧାୟକ ଓ ଦଳର ସମସ୍ତ ଲୋକସଭା ସାଂସଦଙ୍କ ପାଇଁ ସତର୍କଘଣ୍ଟି। କାରଣ ଭଲ କାମ ନ କଲେ ଏମାନଙ୍କ ଟିକେଟ୍ ବି କଟି ଯାଇପାରେ। କାରଣ ପାରମ୍ପାରିକ ବ୍ୟବସ୍ଥା ବ୍ୟତୀତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ’ନମୋ ଆପ୍’ ମାଧ୍ୟମରେ ବିଜେପି ଜନ ପ୍ରତିନିଧିଙ୍କ ସଂପର୍କରେ ଲୋକଙ୍କ ଫିଡ୍ବ୍ୟାକ୍ ମିଳୁଛି। ଅଧିକ ଲୋକ ଏହି ଆପ୍ ମାଧ୍ୟମରେ ସେମାନଙ୍କ ମତାମତ ସିଧାସଳଖ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ପଠାଉଛନ୍ତି।
ସୂଚନାଯୋଗ୍ୟ, ମଧ୍ୟ ପ୍ରଦେଶରେ ଆସନ୍ତା ମାସରେ ଭୋଟ୍ ହେବ। ତା’ପୂର୍ବରୁ ଆରଏସ୍ଏସ୍ ପରାମର୍ଶ ଦେଇଛି ଯେ ବିଜେପି ତା’ର ୭୮ ଜଣ ବିଧାୟକଙ୍କୁ ଏବେ ଟିକେଟ୍ ନଦେଉ। ଏହା ବି ବିଜେପି ପାଇଁ ଚିନ୍ତାର କାରଣ ହୋଇଛି।
ତଥ୍ୟ ସୌଜନ୍ୟ- ଦ ଟାଇମ୍ସ ଅଫ୍ ଇଣ୍ଡିଆ
from Odisha Reporter https://ift.tt/2yogni4
No comments:
Post a Comment