ଆଇସିସି ଟେଷ୍ଟ ରାଙ୍କିଙ୍ଗ, ୫ମକୁ ଖସିଲା ଅଷ୍ଟ୍ରେଲିଆ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 19, 2018

ଆଇସିସି ଟେଷ୍ଟ ରାଙ୍କିଙ୍ଗ, ୫ମକୁ ଖସିଲା ଅଷ୍ଟ୍ରେଲିଆ

ଦୁବାଇ: ପାକିସ୍ତାନଠାରୁ ଦୁଇ ଟିକିଆ ଟେଷ୍ଟ୍‌ ସିରିଜ୍‌କୁ ୧-୦ରେ ହାରିବା ପରେ ଟିମ୍‌ ଅଷ୍ଟ୍ରେଲିଆ ଆଇସିସି ରାଙ୍କିଙ୍ଗର ୫ମ ସ୍ଥାନକୁ ଖସି ଆସିଛି। ଏବେ ଅଷ୍ଟ୍ରେଲିଆ ପାଖରେ ମାତ୍ର ୧୦୨ ପଏଣ୍ଟ ରହିଛି। ସିରିଜ୍‌ ଆରମ୍ଭରୁ ଅଷ୍ଟ୍ରେଲିଆ ୧୦୬ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଥିଲା। କିନ୍ତୁ ଦଳ ପାକିସ୍ତାନଠାରୁ ୩୭୩ ରନ୍‌ର ବିଶାଳ ବ୍ୟବଧାନରେ ପରାସ୍ତ ହେବା ପରେ ରାଙ୍କିଙ୍ଗରେ ଏତେ ବଡ଼ କ୍ଷତି ସହିଛି। ଅଷ୍ଟ୍ରେଲିଆ ସହ ସମାନ ୧୦୨ ପଏଣ୍ଟ ପାଇଥିଲେ ହେଁ ଅନ୍ୟାନ୍ୟ କାରଣରୁ ନ୍ୟୁଜିଲ୍ୟାଣ୍ଡ ୪ର୍ଥ ସ୍ଥାନରେ ରହିଛି।

ସେହିପରି ପାକିସ୍ତାନ ରାଙ୍କିଙ୍ଗରେ କୌଣସି ସୁଧାର ଆସି ନଥିଲେ ହେଁ ଦଳ ୯୫ ପଏଣ୍ଟ ସହ ୭ମ ସ୍ଥାନରେ ଅପରିବର୍ତ୍ତିତ ରହିଛି। ଆଇସିସି ଟେଷ୍ଟ୍‌ ରାଙ୍କିଙ୍ଗର ଏକ ନମ୍ବର ସ୍ଥାନରେ ଟିମ୍‌ ଇଣ୍ଡିଆ ୧୧୬ ପଏଣ୍ଟ ସହ ସୁଦୃଢ଼ ରହିଛି। ଦ୍ୱିତୀୟ ସ୍ଥାନରେ ୧୦୬ ପଏଣ୍ଟ ସହ ଦକ୍ଷିଣ ଆଫ୍ରିକା, ୧୦୫ ପଏଣ୍ଟ ସହ ଇଂଲଣ୍ଡ ତୃତୀୟ, ୯୭ ପଏଣ୍ଟ ସହ ଶ୍ରୀଲଙ୍କା ୬ଷ୍ଠ, ୭୬ ପଏଣ୍ଟ ସହ ୮ମ ସ୍ଥାନରେ ୱେଷ୍ଟଇଣ୍ଡିଜ୍‌, ୬୭ ପଏଣ୍ଟ ସହ ବାଂଲାଦେଶ ୯ମ ଓ ମାତ୍ର ୨ ପଏଣ୍ଟ ସହ ଜିମ୍ବାୱେ ୧୦ମ ସ୍ଥାନରେ ରହିଛି।



from Odisha Reporter https://ift.tt/2Ox2g41

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages