“ସାଂସଦଙ୍କ ଦରମା ଏତେ କାହିଁକି ବଢ଼ୁଛି କହିବାରୁ ପିଏମ୍‌ଓରୁ ଫୋନ୍‌ରେ ଟ୍ୟୁସନ୍‌” - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 23, 2018

“ସାଂସଦଙ୍କ ଦରମା ଏତେ କାହିଁକି ବଢ଼ୁଛି କହିବାରୁ ପିଏମ୍‌ଓରୁ ଫୋନ୍‌ରେ ଟ୍ୟୁସନ୍‌”

ଭିୱାନୀ: ସାଂସଦଙ୍କ ଦରମା ବାରମ୍ବାର ବଢ଼ିବାକୁ ନେଇ ମୁହଁ ଖୋଲିବା ପରେ ଅଡ଼ୁଆରେ ପଡ଼ିଛନ୍ତି ବିଜେପି ସାଂସଦ ତଥା ଅନ୍ୟତମ ଗାନ୍ଧି ପରିବାର ସଦସ୍ୟ ବରୁଣ ଗାନ୍ଧି। ସେ କହିବା ଅନୁଯାୟୀ ତାଙ୍କୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଏନେଇ ଫୋନ୍‌ ଆସିଥିଲା ଏବଂ ଫୋନ୍‌ରେ କୁହାଯାଇଥିଲା, “ଆମର ସମସ୍ୟା ଆଉ ମୁଣ୍ଡବିନ୍ଧା କାହିଁକି ବଢ଼ାଉଛ କହିଲ?”

ସୁଲତାନପୁରରୁ ନିର୍ବାଚିତ ଏହି ସାଂସଦଙ୍କ କହିବା ଅନୁଯାୟୀ, “ସାଂସଦ ମାନଙ୍କର ଦରମା ବଢ଼ିବା ଏବଂ ସେମାନେ ସମ୍ପତ୍ତି ବାବଦରେ ଘୋଷଣା ନକରିବା ନେଇ ମୁଁ ବାରମ୍ବାର ସ୍ୱର ଉତ୍ତୋଳନ କରିଛି। ସମସ୍ତ କ୍ଷେତ୍ରରେ ଦରମା ବଢ଼ିବା ପଛରେ ଥାଏ କର୍ମଚାରୀଙ୍କର କଠିନ ପରିଶ୍ରମ ଏବଂ ସଚ୍ଚୋଟତା। କିନ୍ତୁ ଗତ ୧୦ ବର୍ଷରେ ସାଂସଦମାନେ କେବଳ ହାତ ଟେକି ଟେକି ୭ ଥର ବେତନ ବଢ଼ାଇ ସାରିଲେଣି। ମୁଁ ଯେତେବେଳେ ଏହି ପ୍ରସଙ୍ଗ ଉଠାଇଲି ମୋତେ ପିଏମ୍‌ଓରୁ କଲ୍‌ ଆସିଥିଲା।”

ସେ ଏହି ଅବସରରେ ଆହୁରି ମଧ୍ୟ କହିଥିଲେ ଯେ, ଉତ୍ତପ୍ରଦେଶର ସ୍କୁଲଗୁଡ଼ିକରେ ପାଠପଢ଼ାକୁ ଛାଡ଼ି ବାକି ସବୁ ହୁଏ। ଧାର୍ମିକ କାର୍ଯ୍ୟକ୍ରମ, ବିବାହ ଉତ୍ସବ ଏବଂ ଶବଦାହ ପରେ ସ୍କୁଲ୍‌ ହତାରେ କ୍ରିୟାକର୍ମ ମଧ୍ୟ କରାଯାଉଛି। ପିଲାମନେ ଏଠି କ୍ରିକେଟ୍‌ ଖେଳୁଛନ୍ତି ଏବଂ ରାଜନେତାମାନେ ସ୍କୁଲ୍‌ ପରିସରରେ ଭାଷଣ ଦେଉଛନ୍ତି। ପ୍ରତିବର୍ଷ ଶିକ୍ଷାରେ ୩ ଲକ୍ଷ କୋଟି ଖଚ୍ଚ ହେଉଛି, ଯେଉଁଥିରୁ ୮୯ ପ୍ରତିଶତ କେବଳ କୋଠା ନିର୍ମାଣରେ ଖର୍ଚ୍ଚ ହୋଇଯାଇଥାଏ।

ସେହିଭଳି ଚାଷୀ ସମସ୍ୟାକୁ ନେଇ ସେ କହିଥିଲେ, ଚାଷୀମାନଙ୍କ ମଧ୍ୟରୁ ୪୦ ପ୍ରତିଶତ ଚାଷୀ ହେଉଛନ୍ତି ଭାଗଚାଷୀ। ସେମାନେ ସରକାରଙ୍କଠାରୁ ସାହାଯ୍ୟ ପାଇବା ପାଇଁ, ଋଣ ନେବାପାଇଁ ଏବଂ ଫସଲ ନଷ୍ଟ ହେଲେ କ୍ଷତିପୂରଣ ପାଇଁ ଆବଶ୍ୟକୀୟ କାଗଜପତ୍ର କେବେ ମଧ୍ୟ ଦେଖାଇ ପାରିନଥାନ୍ତି। ଗତ ୧୦ ବର୍ଷରେ ହିଁ ଚାଷୀଙ୍କର ଖର୍ଚ୍ଚ ବଢ଼ିଛି, ଯେଉଁ କାରଣରୁ କେବଳ ବିଦର୍ଭରେ ୧୭ ହଜାର ଚାପଗ୍ରସ୍ତ ଚାଷୀ ଆତ୍ମହତ୍ୟା କରିଥିଲେ। ପ୍ରଦୂଷଣ ବଢ଼ୁଥିବାରୁ ଫୁଲତୋଡ଼ା ବଦଳରେ ଚାରାଟିଏ ଉପହାରରେ ଦେବାର ସମୟ ଆସିଛି ବୋଲି ସେ କହିଥିଲେ।



from Odisha Reporter https://ift.tt/2RazqDc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages