
ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ମାଇକ୍ରୋସଫ୍ଟ ପ୍ରତିଷ୍ଠାତା ତଥା ପ୍ରସିଦ୍ଧ ସମାଜସେବୀ ବିଲ୍ ଗେଟ୍ସ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସାରେ ଶତମୁଖ। ଭାରତରେ ସ୍ୱଚ୍ଛ ଭାରତ ଅଭିଯାନର ପ୍ରଚାର ପ୍ରସାର ପାଇଁ ଭାରତକୁ ଏବଂ ମୋଦିଙ୍କୁ ଅଭିନନ୍ଦନ ଜଣାଛନ୍ତି ବିଲ୍।
ପରିମଳକୁ ନେଇ ଦେଶରେ ଲାଗି ରହିଥିବା ସମସ୍ୟା ବିରୋଧରେ ସରକାରଙ୍କ ପଦକ୍ଷେପକୁ ସେ ପ୍ରଶଂସା କରିଛନ୍ତି। ବିଲ୍ ଗେଟ୍ସ ନିଜର ବିଲ୍ ଆଣ୍ଡ ମେଲିଣ୍ଡା ଫାଉଣ୍ଡେସନ୍ ଜରିଆରେ ଦାରିଦ୍ର୍ୟ ଏବଂ ସ୍ୱାସ୍ଥ୍ୟସେବା ଆଦି ପ୍ରସଙ୍ଗରେ କାର୍ଯ୍ୟ କରି ଆସୁଛନ୍ତି। ସେ ମୋଦିଙ୍କୁ ପ୍ରଶଂ ସା କରି ଟ୍ୱିଟ୍ କରିଛନ୍ତି ।
ସେ କହିଛନ୍ତି ପରିମଳରେ ଉନ୍ନତି ଆଣିବାରେ ନରେନ୍ଦ୍ର ମୋଦି ଏବଂ ଭାରତ ସରକାରଙ୍କ ନେତୃତ୍ୱ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଛି। ବର୍ତ୍ତମାନ ସ୍ୱଚ୍ଛ ଭାରତର ସଫଳତାକୁ ଭିତ୍ତି କରି ଆଗକୁ ବଢ଼ିବାର ସମୟ।
The leadership of @narendramodi and the Indian government has played an important role in improving sanitation. Now is the time to build on the success of @swachhbharat. https://t.co/HKXapJxQ3x
— Bill Gates (@BillGates) October 9, 2018
from Odisha Reporter https://ift.tt/2CaAa7h
No comments:
Post a Comment