ଲକ୍ଷ୍ମଣଙ୍କ ବନବାସ ବେଳେ ପତ୍ନୀ ଉର୍ମିଳା ୧୪ ବର୍ଷ ଧରି କରୁଥିଲେ କ’ଣ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 11, 2018

ଲକ୍ଷ୍ମଣଙ୍କ ବନବାସ ବେଳେ ପତ୍ନୀ ଉର୍ମିଳା ୧୪ ବର୍ଷ ଧରି କରୁଥିଲେ କ’ଣ!

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର୍‌): ରାମାୟଣରେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ ଏବଂ ତାଙ୍କ ଭାଇ ଲକ୍ଷ୍ମଣଙ୍କ ବିଷୟରେ ଅନେକ କଥା ବର୍ଣ୍ଣନା କରାଯାଇଛି।
ପୁରାଣ ଅନୁସାରେ, ରାଜା ଦଶରଥଙ୍କର ଚାରି ପୁତ୍ର ରାମ, ଲକ୍ଷ୍ମଣ, ଭରତ ଏବଂ ଶତ୍ରୁଘ୍ନ ଜନ୍ମ ହେବା ମାତ୍ରେ କାନ୍ଦିବାରେ ଲାଗିଲେ। କିଛି ସମୟ ପରେ ଅନ୍ୟ ତିନି ଭାଇ ଶାନ୍ତ ପଡ଼ିଥିଲେ, ମାତ୍ର ଲକ୍ଷ୍ମଣଙ୍କ କାନ୍ଦ ବନ୍ଦ ହୋଇ ନଥିଲା।


କୁହାଯାଏ, ଲକ୍ଷ୍ମଣଙ୍କୁ ରାମଙ୍କ ପାଖରେ ଶୁଆଇବା ପରେ ହିଁ ସେ ଶାନ୍ତ ହୋଇଥିଲେ। ସେବେଠାରୁ ହିଁ ଶ୍ରୀରାମ-ଲକ୍ଷ୍ମଣ ସବୁ ପରିସ୍ଥିତିରେ ଏକାଠି ଥିବାର ପ୍ରମାଣ ରହିଛି। ସୁଖ ହେଉ ବା ଦୁଃଖ, ସବୁ ସମୟରେ ଶ୍ରୀରାମଙ୍କ ପାଖେ ପାଖେ ଲକ୍ଷ୍ମଣ ରହୁଥିଲେ।

ମାତା କୈକେୟୀଙ୍କ ଇଚ୍ଛା ଅନୁସାରେ, ଶ୍ରୀରାମଙ୍କୁ ୧୪ ବର୍ଷ ବନବାସ ଯିବାକୁ ପଡ଼ିଥିଲା। ପତ୍ନୀ ସୀତାଙ୍କ ସହିତ ବନକୁ ଯିବା ପାଇଁ ଶ୍ରୀରାମ ବାହାରିବାବେଳେ ଲକ୍ଷ୍ମଣ ମଧ୍ୟ ଭାଇଙ୍କ ସହ ବାହାରିଥିଲେ।
ତେବେ ନିଜ ସ୍ୱାମୀଙ୍କୁ ବନବାସ ଯାଉଥିବା ଦେଖି ଲକ୍ଷ୍ମଣଙ୍କ ପତ୍ନୀ ଉର୍ମିଳା ମଧ୍ୟ ବନକୁ ଯିବା ପାଇଁ ବାହାରି ଥିଲେ। କିନ୍ତୁ ଶ୍ରାରୀମ ଓ ଦେବୀ ସୀତାଙ୍କ ସେବା କରିବା ପାଇଁ ସେ ବନକୁ ଯାଉଛନ୍ତି ବୋଲି କହି ଲକ୍ଷ୍ମଣ ପତ୍ନୀ ଉର୍ମିଳାଙ୍କୁ ତାଙ୍କ ସହ ଯିବାକୁ ବାରଣ କରିଥିଲେ। ଯଦି ଉର୍ମିଳା ବନବାସରେ ଯିବେ, ତେବେ ଲକ୍ଷ୍ମଣ ନିଜ କର୍ତ୍ତବ୍ୟ କରିପାରିବେ ନାହିଁ ବୋଲି ପତ୍ନୀଙ୍କୁ କହିଥିଲେ।
ବନରେ ପହଞ୍ଚିବା ପରେ ଲକ୍ଷ୍ମଣ, ଶ୍ରୀରାମ ଓ ସୀତାଙ୍କ ପାଇଁ ଏକ କୁଟୀର ନିର୍ମାଣ କରିଥିଲେ। ବନବାସର ପ୍ରଥମ ରାତିରେ ଶ୍ରୀରାମ ଓ ଦେବୀ ସୀତା କୁଟୀରରେ ବିଶ୍ରାମ କରୁଥିବା ସମୟରେ ଲକ୍ଷ୍ମଣ କୁଟୀର ବାହାରେ ପ୍ରହରା ଦେଉଥିଲେ। ଏହି ସମୟରେ ଲକ୍ଷ୍ମଣଙ୍କ ସମ୍ମୁଖରେ ନିଦ୍ରା ଦେବୀ ପ୍ରକଟିତ ହୋଇଥିଲେ। ନିଦ୍ରା ଦେବୀଙ୍କୁ ଦେଖି ଲକ୍ଷ୍ମଣ ୧୪ ବର୍ଷ ପାଇଁ ତାଙ୍କ ନିଦ୍ରା ଛଡ଼ାଇ ନେବାକୁ ଅନୁରୋଧ କରିଥିଲେ।

ନିଦ୍ରା ଦେବୀ ଲକ୍ଷ୍ମଣଙ୍କ କଥାରେ ରାଜି ହୋଇଥିଲେ ସତ, କିନ୍ତୁ ତାଙ୍କ ନିଦ୍ରାର ଅଂଶ ଅନ୍ୟ ଜଣଙ୍କୁ ଦେବାକୁ ପଡ଼ିବ ବୋଲି କହିଥିଲେ। ଏହାପରେ ଲକ୍ଷ୍ମଣ ତାଙ୍କ ଅଂଶର ନିଦ୍ରାକୁ ପତ୍ନୀ ଉର୍ମିଳାଙ୍କୁ ଦେବା ପାଇଁ ଅନୁରୋଧ କରିଥିଲେ। ନିଦ୍ରା ଦେବୀ ଲକ୍ଷ୍ମଣଙ୍କ ଏହି ଅନୁରୋଧ ରକ୍ଷା କରିଥିଲେ।

ଏହା ପରଠାରୁ ଲକ୍ଷ୍ମଣ ୧୪ ବର୍ଷ ଧରି ନିଦ୍ରା ନ ଯାଇ ଅଗ୍ରଜ ଶ୍ରୀରାମଙ୍କୁ ସବୁ କାର୍ଯ୍ୟରେ ସାହାଯ୍ୟ କରିଥିଲେ ଏବଂ ଉର୍ମିଲା ୧୪ ବର୍ଷ ଧରି ଶୋଇ ରହିଥିଲେ।
ଉର୍ମିଳାଙ୍କ ଏହି ୧୪ ବର୍ଷ ଶୋଇ ରହିଥିବାର କାହାଣୀ ପୁରାଣରେ ବର୍ଣ୍ଣିତ ହୋଇଛି।



from Odisha Reporter https://ift.tt/2CFjbLi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages