ପ୍ରଥମ ଦିନିକିଆ: ହେଟମାୟର୍‌ଙ୍କ ବିସ୍ଫୋରକ ଶତକ, ଇଣ୍ଡିଜ୍‌ ୩୨୨/୮ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 21, 2018

ପ୍ରଥମ ଦିନିକିଆ: ହେଟମାୟର୍‌ଙ୍କ ବିସ୍ଫୋରକ ଶତକ, ଇଣ୍ଡିଜ୍‌ ୩୨୨/୮

ଗୁୱାହାଟୀ: ୨୧ ବର୍ଷୀୟ ବାମହାତୀ ଯୁବ ପ୍ରତିଭା ଶିମ୍‌ରନ୍ ହେଟମାୟର୍‌ଙ୍କ ବିସ୍ଫୋରକ ଶତକ ଓ ଓପନର୍‌ କିଏରନ୍‌ ପାୱେଲ୍‌ ଷ୍ଟ୍ରୋକ୍‌ଭରା ଅର୍ଦ୍ଧଶତକକୁ ପୁଞ୍ଜି କରି ଭ୍ରମଣକାରୀ ୱେଷ୍ଟ୍‌ଇଣ୍ଡିଜ୍‌ ଗୁୱାହାଟିର ବର୍ସପରା କ୍ରିକେଟ୍‌ ଷ୍ଟାଡିଅମରେ ଅନୁଷ୍ଠିତ ଦିନିକିଆ ସରିଜ୍‌ର ପ୍ରଥମ ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୮ ୱିକେଟ୍‌ ହରାଇ ୩୨୨ ରନ୍‌ର ବିଶାଳ ସ୍କୋର୍‌ କରିଛି। ହେଟମାୟର୍‌ ଓ ପାୱେଲ୍‌ଙ୍କ ବ୍ୟତୀତ ଶାଇ ହୋପ୍‌(୩୨) ଓ ଅଧିନାୟକ ଜେସନ୍‌ ହୋଲ୍‌ଡର୍‌(୩୮)ଙ୍କ ସମେତ ଇନିଂସର ଶେଷ ଭାଗରେ ଦେବେନ୍ଦ୍ର ବିଶୁ(୨୨) ଓ କେମାର୍‌ ରୋଚ୍‌(୨୬) ମଧ୍ୟ ଉପଯୋଗୀ ପାଳି ଖେଳିଥିଲେ। ଏହି ମ୍ୟାଚ୍‌ ଜିତିବା ପାଇଁ ଟିମ୍ ଇଣ୍ଡିଆ ଆଗରେ ୩୨୩ ରନ୍‌ର ଟାର୍ଗେଟ୍‌ ରହିଛି।

ଟସ୍‌ ଜିତି ପ୍ରଥମେ ଫିଲ୍‌ଡିଂ ନିଷ୍ପତ୍ତି ନେଇଥିବା ଭାରତୀୟ ଅଧିନାୟକ ବିରାଟ୍‌ କୋହଲିଙ୍କ ନିଷ୍ପତ୍ତିକୁ ଯଥାର୍ଥ ସାବ୍ୟସ୍ତ କରି ବେଙ୍ଗଲ୍‌ ସ୍ପିଡ୍‌ଷ୍ଟାର୍‌ ମହମ୍ମଦ ଶାମି ଇନିଂସର ପଞ୍ଚମ ଓଭର୍‌ରେ ନବାଗତ ଇଣ୍ଡିଜ୍‌ ଓପନର୍‌ ଚନ୍ଦ୍ରପଲ୍‌ ହେମ୍‌ରାଜ୍‌ଙ୍କୁ ବୋଲ୍‌ଡ୍‌ କରି ଘରୋଇ ଦଳକୁ ପ୍ରଥମ ସଫଳତା ଦେଇଥିଲେ। ପ୍ରଥମ ୱିକେଟ୍‌ ପତନ ବେଳକୁ ୱେଷ୍ଟ୍‌ଇଣ୍ଡିଜ୍‌ର ସ୍କୋର୍‌ ମାତ୍ର ୧୯ ରନ୍ ଥିଲା। ଏହା ପରେ କିନ୍ତୁ ଅନ୍ୟତମ ଓପନର୍‌ କିଏରନ୍‌ ପାୱେଲ୍‌ ନିର୍ଭରଯୋଗ୍ୟ ଶାଇ ହୋପ୍‌ଙ୍କ ସହ ଦ୍ୱିତୀୟ ୱିକେଟ୍ ପାଇଁ ୬୫ ରନ୍‌ ଯୋଡ଼ିଥିଲେ।

ବାମହାତୀ ଖଲିଲ୍‌ ଅହମ୍ମଦଙ୍କ ବଲ୍‌ରେ ଧୱ୍‌ନଙ୍କ ଦ୍ୱାରା କ୍ୟାଚ୍‌ ଆଉଟ୍ ହୋଇ ପ୍ୟାଭିଲିୟନ୍‌ ଫେରିବା ବେଳକୁ ପାୱେଲ୍‌ ୩୯ ବଲ୍‌ରୁ ୬ଟି ଚୌକା ଓ ୨ଟି ଛକା ବଳରେ ୫୧ରନ୍‌ର ଦର୍ଶନୀୟ ପାଳି ଖେଳିଥିଲେ। ପରେ ଭେଟେରାନ୍‌ ମାର୍ଲନ୍ ସାମୁଏଲ୍‌ସ୍‌ଙ୍କୁ ଲେଗ୍‌ ବିଫୋର୍‌ କରାଇ ରିଷ୍ଟ୍‌ ସ୍ପିନର୍‌ ୟଜୁବେନ୍ଦ୍ର ଚହଲ୍‌ ଇଣ୍ଡିଜ୍‌କୁ ତୃତୀୟ ଝଟକା ଦେଇଥିଲେ। ତେବେ ୮୬ ରନ୍‌ରେ ତିନିଟି ୱିକେଟ୍‌ ହରାଇ ଏକପ୍ରକାର ବିପର୍ଯ୍ୟୟ ଆଡକୁ ମୁହାଁଇଥିବା ଭ୍ରମଣକାରୀ ଦଳ ପାଇଁ ତ୍ରାଣକର୍ତ୍ତା ସାଜିଥିଲେ ୨୧ ବର୍ଷୀୟ ପ୍ରତିଭାବାନ୍‌ ବାମହାତୀ ବ୍ୟାଟ୍‌ସମ୍ୟାନ୍‌ ଶିମ୍‌ରନ୍‌ ହେଟମାୟର୍‌। ପ୍ରଥମେ ସାଇ ହୋପ୍‌(୩୨)ଙ୍କ ସହ ଚତୁର୍ଥ ୱିକେଟ୍ରେ ୨୮ ଏବଂ ପରେ ରଭ୍‌ମ୍ୟାନ୍‌ ପାୱେଲ୍‌(୨୨)ଙ୍କ ସହ ପଞ୍ଚମ ୱିକେଟ୍ ପାଇଁ ୭୪ ରନ୍‌ ସଂଗ୍ରହ କରି ଗାଏନାର ଏହି ଯୁବ ବ୍ୟାଟ୍‌ସମ୍ୟାନ୍‌ ଭ୍ରମଣକାରୀ ଦଳକୁ ସମ୍ଭାବ୍ୟ ବିପର୍ଯ୍ୟୟରୁ ଉଦ୍ଧାର କରିଥିଲେ।

ଟେଷ୍ଟ୍‌ ସିରିଜ୍‌ରେ କ୍ରମାଗତ ବିଫଳତା ସତ୍ତ୍ୱେ ମନୋନୟନକାରୀଙ୍କ ଆସ୍ଥା ଜିଣି ଦିନିକିଆ ଦଳରେ ସ୍ଥାନ ପାଇଥିବା ଏହି ଯୁବ ତାରକା ଏହା ପରେ ଅଧିନାୟକ ଜେସନ୍‌ ହୋଲ୍‌ଡର୍‌(୩୮)ଙ୍କ ସହ ଷଷ୍ଠ ୱିକେଟ୍‌ ଭାଗୀଦାରୀରେ ୬୦ ରନ୍‌ କରିବା ସହ ବ୍ୟକ୍ତିଗତ ୧୦୬ ରନ୍‌ର ସ୍କୋର୍‌ରେ ଜାଡେଜାଙ୍କ ବଲ୍‌ରେ ପନ୍ତଙ୍କ ଦ୍ୱାରା ଧରାପଡ଼ିଥିଲେ। ତେବେ ପ୍ୟାଭିଲିୟନ୍‌ ଫେରିବା ପୂର୍ବରୁ ଏହି ବାମହାତୀ ବ୍ୟାଟ୍‌ସମ୍ୟାନ୍‌ ନିଜ ଅସଲ ରୂପ ଦେଖାଇବା ସହ ନିୟମିତ ବୋଲର୍‌ଙ୍କ ଅନୁପସ୍ଥିତିର ଫାଇଦା ନେଇ ଭାରତୀୟ ବୋଲିଂ ଆକ୍ରମଣକୁ ଢେର୍ ଧୂଲେଇ କରିଥିଲେ। ମାତ୍ର ୭୮ ବଲ୍‌ରୁ ୬ଟି ଚୌକା ଓ ସମାନ ସଂଖ୍ୟକ ଛକା ଜରିଆରେ ଦର୍ଶନୀୟ ଇନିଂସ ଖେଳିଥିବା ହେଟମାୟର୍‌ ମହମ୍ମଦ ଶାମିଙ୍କୁ ଏକପ୍ରକାର ଟାର୍ଗେଟ୍‌ କରି ତାଙ୍କ ବୋଲିଂ ଫିଗର୍‌କୁ ବିଗାଡ଼ି ଦେଇଥିଲେ।

ୟଜୁବେନ୍ଦ୍ର ଚହଲ୍‌( ୧୦ ଓଭର୍‌ ୪୧ ରନ୍‌ ୩ ୱିକେଟ୍‌)ଙ୍କୁ ଛାଡ଼ିଦେଲେ ଅନ୍ୟସବୁ ଭାରତୀୟ ବୋଲର୍‌ ବେଶ୍ ମହଙ୍ଗା ସାବ୍ୟସ୍ତ ହୋଇଥିଲେ। ଏପରିକି ଇଣ୍ଡିଜ୍‌ ଦଳର ଦୁଇ ଟେଲ୍‌ ଏଣ୍ଡର୍‌ ଦେବେନ୍ଦ୍ର ବିଶୁ ଓ କେମାର୍ ରୋଚ୍‌ ଡେଥ୍ ଓଭର୍‌ରେ ଦ୍ରୁତ ରନ୍ ସଂଗ୍ରହ କରି ଦଳକୁ ୩୦୦ ରନ୍‌ ପାର୍‌ କରାଇଥିଲେ।

ଟିମ୍‌ ଇଣ୍ଡିଆ ପକ୍ଷରୁ ଚହଲ୍‌ଙ୍କ ବ୍ୟତୀତ ଜାଡେଜା ଓ ଶାମି ପ୍ରତ୍ୟେକ୨ଟି ଲେଖାଏ ଏବଂ ଶେଷ ମୁହୂର୍ତ୍ତରେ ଚାଇନାମ୍ୟାନ୍‌ କୁଲଦୀପ ଯାଦବଙ୍କ ବଦଳରେ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇଥିବା ବାମହାତୀ ଦ୍ରୁତ ବୋଲର୍‌ ଖଲିଲ୍‌ ଅହମ୍ମଦ ଗୋଟିଏ ୱିକେଟ୍ ଦଖଲ କରିଥିଲେ।

 



from Odisha Reporter https://ift.tt/2q0HAmd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages