
(ଓଡ଼ିଶା ରିପୋର୍ଟର): ୯ ବର୍ଷର ଝିଅ ସିତୁଲ୍। ଗତବର୍ଷ ସାରା ଓଡ଼ିଶାରେ ନାଟକ ଅଭିନୟ ପ୍ରତିଯୋଗିତାରେ ପ୍ରଥମ ମଧ୍ୟ ହୋଇଥିଲେ। ଅଭିନୟ ବ୍ୟତୀତ ନୃତ୍ୟ ଏବଂ ସଙ୍ଗୀତରେ ପାରଙ୍ଗମ ସିତୁଲ୍। କିନ୍ତୁ ସେ Acute cerebellitis ରୋଗରେ ଆକ୍ରାନ୍ତ ହେବାପରେ ତାଙ୍କ ଚଳଚଞ୍ଚଳ ପାଦ ଏବେ ନିଷ୍ପ୍ରଭ ହୋଇଯାଇଛି। ଏଭଳି ସ୍ଥିତିରେ ଯେକେହି ମଧ୍ୟ ଭାଙ୍ଗିପଡ଼ିବ, କିନ୍ତୁ ସିତୁଲ୍ ଏଭଳି କାର୍ଯ୍ୟ କରିଛନ୍ତି ଯାହା ସମସ୍ତଙ୍କୁ ପ୍ରେରଣା ଦେଇଛି।
ବର୍ତ୍ତମାନ କଟକ ଶିଶୁଭବନରେ ଭର୍ତ୍ତି ହୋଇଛନ୍ତି ସିତୁଲ୍। ତାଙ୍କ ପାଖ ବେଡ୍ରେ ଚିକିତ୍ସିତ ହେଉଥିବା ଆଉ ଜଣେ ଶିଶୁର ଚିକିତ୍ସାରେ ହଠାତ୍ ୧୩୦୦ ଟଙ୍କାର ଇଞ୍ଜେକ୍ସନ୍ ଦରକାର ହେଲା। କିନ୍ତୁ ତା’ର ଗରିବ ବାପାଙ୍କ ପକ୍ଷେ ଏହି ଇଞ୍ଜେକ୍ସନ୍ କିଣିବା ପାଇଁ ପାଖରେ ଟଙ୍କା ନଥିଲା। ଏସବୁ ଦେଖୁଥିବା ସିତୁଲ୍ କାନ୍ଦି କାନ୍ଦି ତାଙ୍କ ମାଙ୍କ ପାଖେ ଅଳି କରି କହିଲେ, ‘ମୋ ଔଷଧ ପାଇଁ ଯେଉଁ ଟଙ୍କା ରଖିଛ, ତାକୁ ସେଇ ପିଲାର ବାପାଙ୍କୁ ଦେଇଦିଅ, ମୋତେ ଭଗବାନ ବଞ୍ଚାଇବେ।’
ସିତୁଲଙ୍କ ବାପା ମା ନିଜ ଝିଅ ଚିକିତ୍ସା ପାଇଁ ଆଣିଥିବା ଟଙ୍କା ପାଖ ଝିଅର ବାପା ମା’ଙ୍କୁ ଦେଇଦେଲେ। ଶେଷଖବର ସୁଦ୍ଧା ଅନ୍ୟ ପିଲାଟିର ଚିକିତ୍ସା ଆରମ୍ଭ ହୋଇପାରିଥିବା ଜଣାଯାଇଛି। ସତରେ ୯ ବର୍ଷର ସିତୁଲ୍ ପାଖରେ ଅଛି ଏକ ବିଶାଳ ହୃଦୟ।
from Odisha Reporter https://ift.tt/2RlspjT
No comments:
Post a Comment