୧୦ ହଜାର ରନ୍‌ କ୍ଲବରେ ସାମିଲ ହୋଇ ରେକର୍ଡ କଲେ ବିରାଟ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 24, 2018

୧୦ ହଜାର ରନ୍‌ କ୍ଲବରେ ସାମିଲ ହୋଇ ରେକର୍ଡ କଲେ ବିରାଟ୍‌

ବିଶାଖାପାଟନମ୍‌: ଟିମ୍‌ ଇଣ୍ଡିଆର ଅଧିନାୟକ ତଥା ରନ୍‌ ମେସିନ୍‌ ବିରାଟ୍‌ କୋହଲି ପୁଣି ଏକ ବିଶ୍ୱ ରେକର୍ଡ କରିଛନ୍ତି। ଭ୍ରମଣକାରୀ ଦଳ ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଦିନିକିଆ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ଶତକ ହାସଲ କରି ରେକର୍ଡ ସୃଷ୍ଟି କରିଥିବା ବିରାଟ୍‌ ଦ୍ୱିତୀୟ ଦିନିକିଆରେ ବିଶ୍ୱ ରେକର୍ଡ କରିଛନ୍ତି।

ଦ୍ୱିତୀୟ ଦିନିକିଆରେ ବିରାଟ୍‌ ୮୧ ରନ୍‌ କରିବା କ୍ଷଣି କିମ୍ବଦନ୍ତୀ ବ୍ୟାଟସ୍‌ମ୍ୟାନ୍‌ ସଚିନ୍‌ ତେନ୍ଦୁଲକରଙ୍କ ସର୍ବକାଳୀନ ରେକର୍ଡକୁ ଭାଙ୍ଗି ଦେଇଛନ୍ତି। ବିରାଟ୍‌ ୮୧ ରନ୍‌ କରି ନିଜ ନାଁକୁ ଦିନିକିଆ ମ୍ୟାଚ୍‌ର ୧୦ ହଜାର ରନ୍‌ କ୍ଲବରେ ସାମିଲ କରିପାରିଛନ୍ତି। ତେବେ ସବୁଠାରୁ କମ୍‌ ଇନିଂସ୍‌ରେ ବିରାଟ୍‌ ବିଶ୍ୱର ପ୍ରଥମ ବ୍ୟାଟସ୍‌ମ୍ୟାନ୍‌ ଭାବେ ଏଭଳି ୧୦ ହଜାର ରନ୍‌ ହାସଲ କରିବାର ରେକର୍ଡ କରିଛନ୍ତି।

ପୂର୍ବରୁ ସଚିନ୍‌ ତେନ୍ଦୁଲକର ନିଜ ନାଁରେ ଏହି ରେକର୍ଡ ରଖିଥିଲେ। ସଚିନ୍‌ ଦିନିକିଆର ୨୫୯ଟି ଇନିଂସ୍‌ରେ ୧୦ ହଜାର ରନ୍‌ କରିଥିବା ବେଳେ ବିରାଟ୍‌ ମାତ୍ର ୨୦୫ଟି ଇନିଂସ୍‌ରେ ଏଭଳି ରେକର୍ଡ ୧୦ ହଜାର ରନ୍‌ ହାସଲ କରିଛନ୍ତି। ଅର୍ଥାତ ବିରାଟ୍‌ ସଚିନ୍‌ଙ୍କ ଠାରୁ ୫୪ଟି ଇନିଂସ୍‌ ପୂର୍ବରୁ ଏଭଳି ବିଶ୍ୱ ରେକର୍ଡ କରିଛନ୍ତି।

ଏଭଳି ୧୦ ହଜାର ରନ୍‌ ହାସଲ କରିବାରେ ବିରାଟ୍‌ ବିଶ୍ୱର ତ୍ରୟୋଦଶ ଖେଳାଳି ପାଲଟିଥିବା ବେଳେ ୫ମ ଭାରତୀୟ ଭାବେ ଏହି କୀର୍ତ୍ତିମାନ ସ୍ଥାପନ କରିଛନ୍ତି।

ଆଜିର ମ୍ୟାଚ୍‌ ପୂର୍ବରୁ ବିରାଟ୍‌ ୯୯୧୯ ରନ୍‌ କରିଥିଲେ। ତେବେ ଏହି ସ୍କୋର୍‌ରେ ଆଉ ୮୧ ରନ୍‌ ଯୋଡ଼ି ବିରାଟ୍‌ ରେକର୍ଡ କରିଛନ୍ତି। ଏହି ୮୧ ରନ୍‌ କରିବାକୁ ବିରାଟ୍‌ ୯୧ଟି ବଲ୍‌ ଖେଳିଥିଲେ।

ବିରାଟ୍‌ଙ୍କ ପୂର୍ବରୁ ଭାରତ ପକ୍ଷରୁ ସଚିନ୍‌ ତେନ୍ଦୁଲକର, ସୌରଭ ଗାଙ୍ଗୁଲି, ରାହୁଲ ଡ୍ରାଭିଡ୍‌ ଓ ମହେନ୍ଦ୍ର ସିଂହ ଧୋନି ଦିନିକିଆରେ ୧୦ ହଜାର ରନ୍‌ ହାସଲ କରିଥିଲେ।


ଦେଖନ୍ତୁ ୧୦ ହଜାର ରନ୍‌ ପରେ ବିରାଟ୍‌ଙ୍କ ଅନ୍ଦାଜ୍‌



from Odisha Reporter https://ift.tt/2q9PMRk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages