ବଦଳିଲେ ବିଜୁ ଯୁବ ବାହିନୀ ସିଇଓ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 24, 2018

ବଦଳିଲେ ବିଜୁ ଯୁବ ବାହିନୀ ସିଇଓ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) : ବିଜୁ ଯୁବ ବାହିନୀର ସିଇଓ ପଦରୁ ଆଇଏଏସ ଚଞ୍ଚଲ ରାଣାଙ୍କୁ ହଟାଇ ଦିଆଯାଇଛି। ଆଜି ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି।

ସୂଚନା ଅନୁସାରେ, କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗରେ ଓଏସଡି ଭାବେ କାର୍ଯ୍ୟ କରୁଥିବା ଶ୍ରୀ ରାଣା ବିଜୁ ଯୁବ ବାହିନୀର ପ୍ରଥମ ସିଇଓ ଥିଲେ।କିନ୍ତୁ ତାଙ୍କୁ ଆଜି ଅଚାନକ ଗଜପତି ଜିଲ୍ଲା ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ(ଇନଚାର୍ଜ) ଭାବେ ବଦଳି କରାଯାଇଛି। କ୍ରୀଡ଼ା ବିଭାଗର ଚାଲିଥିବା କେତେକ ସନ୍ଦେହଜନକ ଗତିବିଧି ଉପରେ ଶ୍ରୀ ରାଣା ଆପତ୍ତି ଉଠାଇ ଥିବାରୁ ତାଙ୍କୁ ସେଠାରୁ ବଦଳି କରାଯାଇଥିବା ସୂଚନା ମିଳିଛି। ବିଜୁ ଯୁବ ବାହିନୀରେ ଚାଲିଥିବା କେତେକ ଟେଣ୍ଡର କାର୍ଯ୍ୟ ଉପରେ ମଧ୍ୟ ଶ୍ରୀ ରାଣା ଆପତି ଉଠାଇଥିବାରୁ ଏଭଳି ପଦକ୍ଷେପ ନିଆଯାଇଥିବା ଜଣାପଡ଼ିଛି।

ପଂଚାୟତିରାଜ ବିଭାଗର ସ୍ୱତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିବା ପ୍ରେମଚନ୍ଦ୍ର ଚୌଧୁରୀଙ୍କୁ ବିଜୁ ଯୁବ ବାହିନୀର ସିଇଓ ଭାବେ ଅତିରିକ୍ତ ଦାୟିତ୍ୱ ନ୍ୟସ୍ତ ହୋଇଛି। ସେହିପରି କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଏମ୍. ମୁଥୁକୁମାରଙ୍କୁ ଓଡ଼ିଶା କୃଷି ଶିଳ୍ପ ନିଗମ(ଓଏଆଇସି)ର ପରିଚାଳନା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି।

ସେହିପରି ଭୁବନେଶ୍ୱର ମହାନଗର ନିଗମର ଅତିରିକ୍ତ କମିଶନର ଆଇଏଏସ ସ୍ୱାଧା ଦେବଙ୍କୁ ଜଳସମ୍ପଦ ବିଭାଗର ଉପସଚିବ ଭାବେ ବଦଳି କରାଯାଇଛି।ସେ ଓଡ଼ିଶା ଉଠା ଜଳସେଚନ ନିଗମର ପରିଚାଳନା ନିର୍ଦ୍ଦେଶକ(ଇନଚାର୍ଜ) ଓ ଭୁବନେଶ୍ୱର ଉନ୍ନୟନ ପ୍ରାଧିକରଣ(ବିଡିଏ)ର ଅତିରିକ୍ତ କମିଶନର ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ।



from Odisha Reporter https://ift.tt/2PNk7QG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages