ହଣ୍ଡା ଆକ୍ଟିଭାକୁ ଟକ୍କର ଦେବାକୁ ୨୨ରେ ଆସିବ ହିରୋ ଡେଷ୍ଟିନି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 20, 2018

ହଣ୍ଡା ଆକ୍ଟିଭାକୁ ଟକ୍କର ଦେବାକୁ ୨୨ରେ ଆସିବ ହିରୋ ଡେଷ୍ଟିନି

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ଭାରତରେ ସର୍ବାଧିକ ବିକ୍ରି ହେଉଥିବା ତଥା ସମସ୍ତ ବର୍ଗରେ ଲୋକପ୍ରିୟ ହୋଇପାରିଥିବା ‘ହଣ୍ଡା ଆକ୍ଟିଭା’କୁ ଟକ୍କର ଦେବା ପାଇଁ ଆସନ୍ତା ୨୨ ତାରିଖରେ ହିରୋ ଆଣୁଛି ଏକ ନୂଆ ସ୍କୁଟର। ଏହାର ନାମ ‘ଡେଷ୍ଟିନି’ ରଖାଯାଇଛି। ୧୨୫ ସିସି କ୍ଷମତା ବିଶିଷ୍ଟ ଏହି ସ୍କୁଟର ଲଞ୍ଚ ହେବା ପୂର୍ବରୁ କମ୍ପାନୀର ୧୦୦ରୁ ୧୧୦ ସିସି ବର୍ଗରେ ମାଏଷ୍ଟ୍ରୋ ଏଜ୍, ଡୁଏଟ୍‌ ଏବଂ ପ୍ଲେଜର ବଜାର ପ୍ରବେଶ କରିସାରିଛି।

ହଁ ଏହି ସ୍କୁଟରକୁ ଆପଣ ହୁଏତ ଆଗରୁ ଦେଖିଥିବେ କିନ୍ତୁ ଭିନ୍ନ ଏକ ନାମରେ। ଅଟୋ ଏକ୍ସପୋ ୨୦୧୮ରେ ଏହା ପ୍ରଦର୍ଶିତ ହୋଇଥିଲା- ଡୁଏଟ୍‌ ୧୨୫ ନାମରେ। ବର୍ତ୍ତମାନ ଆସିବାକୁ ଥିବା ଡେଷ୍ଟିନି ୧୨୫ ଡୁଏଟ୍‌ ୧୧୦ର ପରିବର୍ତ୍ତିତ ସଂସ୍କରଣ। ଏହାର ଲୁକ୍ ମଧ୍ୟ ଟିକିଏ ଅଲଗା ରଖାଯାଇଛି।

ଏଥିରେ ରହିଥିବା ବିଭିନ୍ନ ବୈଶିଷ୍ଟ୍ୟ ମଧ୍ୟରେ ଟେଲିସ୍କୋପିକ୍‌ ସସ୍‌ପେନ୍‌ସନ୍‌, ଏକ୍ସଟରନାଲ୍ ଫୁଏଲ୍‌ ଫିଲିଂ, ରିମୋଟ୍‌ ଓପନିଂ, ସିଟ୍‌ ତଳେ ମୋବାଇଲ୍‌ ଚାର୍ଜର ଏବଂ ଡିଜିଟାଲ ଇନ୍‌ଷ୍ଟ୍ରୁମେଣ୍ଟ କ୍ଲଷ୍ଟର ଆଦି ସୁବିଧା ରହିଛି। ଏଥିରେ ହିରୋର ସ୍ୱତନ୍ତ୍ର i3s ଟେକ୍ନୋଲୋଜିର ସୁବିଧା ରହିବ, ଯାହା କମ୍ ଫୁଏଲ୍‌ ଖର୍ଚ୍ଚ କରିବାରେ ସାହାଯ୍ୟ କରିବ। ଏସବୁ ବ୍ୟତୀତ ଅତିରିକ୍ତଭାବେ ଏଥିରେ ଏକ ଡିସ୍‌ ବ୍ରେକ୍‌ ସଂଯୋଗ କରିହେବ। ହଣ୍ଡା ଆକ୍ଟିଭା ବ୍ୟତୀତ ସୁଜୁକି ଆକ୍ସେସ୍‌ର ୧୨୫ ସିସି ବର୍ଗକୁ ମଧ୍ୟ ଏହି ସ୍କୁଟର ଚ୍ୟାଲେଞ୍ଜ ଦେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।



from Odisha Reporter https://ift.tt/2CwReEO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages