
ଭୁବନେଶ୍ବର(ଓଡି଼ଶା ରିପୋର୍ଟର): କେନ୍ଦ୍ର ସରକାରଙ୍କ ବାରମ୍ବାର ତାଗିଦ ସତ୍ତ୍ବେ ଖର୍ଚ୍ଚ ହୋଇପାରୁ ନଥିବା ଜିଲ୍ଲା ଖଣିଜ ପାଣ୍ଠି(ଡିଏମଏଫ)କୁ ହରିଲୁଟ୍ ପାଇଁ ଏବେ କୁଆଡ଼େ ହଠାତ ସରକାରୀସ୍ତରରେ ତତ୍ପରତା ଦେଖିବାକୁ ମିଳୁଛି ବୋଲି ଚର୍ଚ୍ଚା।
ଶୁଣିବାକୁ ମିଳୁଛି, ୨ଟି ଖଣି ଜିଲ୍ଲାର ଡିଏମଏଫ ପାଣ୍ଠିରୁ ମଞ୍ଜୁର ହୋଇଥିବା ସରକାରୀ ଠିକା କାର୍ଯ୍ୟର ପ୍ରାୟ ୬୦ ପ୍ରତିଶତ କୁଆଡ଼େ ଏଭଳି ଏକ କମ୍ପାନୀ ହାତରେ ପରୋକ୍ଷରେ ଟେକି ଦିଆଯାଇଛି ଯିଏ ସମ୍ପୃକ୍ତ ଜିଲ୍ଲାରେ ଖଣି ଠିକାଦାରୀ କରି ବିପୁଳ ମାତ୍ରାରେ ସମୃଦ୍ଧ ହୋଇଛି। ଏହି କମ୍ପାନୀ କୁଆଡେ ନିଜର ସ୍ଥାନୀୟ କର୍ମଚାରୀଙ୍କ ମାଧ୍ୟମରେ କୋଟି କୋଟି ଟଙ୍କାର ଠିକା କାମକୁ ହାତକୁ ନେଇଛି।
ଚର୍ଚ୍ଚା ହେଉଛି, ସମ୍ପୃକ୍ତ କମ୍ପାନୀ ଏହି ଦୁଇ ଜିଲ୍ଲାରେ ଯେଭଳି ବିନା ପ୍ରତିବନ୍ଧକରେ ନିଜର ବ୍ୟବସାୟ କରିପାରିବ, ସେଥିପାଇଁ କୁଆଡ଼େ ଡିଏମଏଫ ଅର୍ଥରେ ହେଉଥିବା ସରକାରୀ କାର୍ଯ୍ୟର ଠିକା ସ୍ଥାନୀୟ ପ୍ରଭାବଶାଳୀ ଯୁବକମାନଙ୍କ ମଧ୍ୟରେ ବଣ୍ଟା ଯାଉଛି। ତା’ପୁଣି କୁଆଡ଼େ ସମ୍ପୃକ୍ତ କମ୍ପାନୀର ଚିଠା ଅନୁସାରେ ଏସବୁ କାର୍ଯ୍ୟାଦେଶ ଦିଆଯାଉଛି।
ଚର୍ଚ୍ଚା ହେଉଛି, ଉପରୁ ନିର୍ଦ୍ଦେଶ ଥିବାରୁ ଜିଲ୍ଲା ପ୍ରଶାସନ କୁଆଡେ ଏହି କମ୍ପାନୀର ଚିଠାକୁ ଅପେକ୍ଷା କରି ରହୁଛି। ନିର୍ବାଚନ ପାଖେଇ ଆସୁଥିବାରୁ କୁଆଡ଼େ ଗତ ସପ୍ତାହରେ ଏହି କମ୍ପାନୀର ପ୍ରତିନିଧିଙ୍କ ବାକି ପଡିଥିବା ପ୍ରାୟ ୧୦୦କୋଟି ଟଙ୍କାର ବିଲକୁ ତୁରନ୍ତ ପୈଠ କରିବାକୁ ଉନ୍ନୟନ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ଦୁଇ ଜିଲ୍ଲାର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଚର୍ଚ୍ଚା। ଏହି କମ୍ପାନୀ କୁଆଡେ ଅଣଓଡ଼ିଆ ଖଣି ଠିକାଦାରଙ୍କର ମାଲିକାନାରେ ଚାଲିଛି ଓ ସେ ଦ୍ବିତୀୟ କ୍ଷମତାକେନ୍ଦ୍ରଙ୍କ ଜଣେ ଖାସ୍ ଲୋକ ଭାବେ ପାୱାର କରିଡରରେ ବେଶ ଜଣାଶୁଣା।
from Odisha Reporter https://ift.tt/2AlvbiG
No comments:
Post a Comment