
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆପଣ ଅନେକ ସମୟରେ ଲୋକଙ୍କଠାରୁ ଶୁଣିବାକୁ ପାଇଥିବେ ଯେ, ଗୁରୁବାର ଦିନ ହଳଦିଆ ରଙ୍ଗର ପୋଷାକ ପରିଧାନ କରିବା ଉଚିତ୍। କିନ୍ତୁ କ’ଣ ଆପଣ ଜାଣିଛନ୍ତି, ଏହି ରଙ୍ଗର ପୋଷାକ ଗୁରୁବାର ଦିନ କାହିଁକି ପିନ୍ଧାଯାଏ?
ଖୁବ୍ କମ୍ ଲୋକ ଜାଣିଥିବେ ଯେ, ହିନ୍ଦୁ ଧର୍ମରେ ସପ୍ତାହର ସାତ ଦିନକୁ ଅଲଗା ଅଲଗା ଦେବୀ ଦେବତାକୁ ସମର୍ପଣ କରାଯାଇଛି। ଗୁରୁବାର ଦିନ ଦେବଗୁରୁ ବୃହସ୍ପତିଙ୍କ ପୂଜାର୍ଚ୍ଚନା କରାଯାଇଥାଏ। ଜ୍ୟୋତିଷ ଶାସ୍ତ୍ରରେ ବୃହସ୍ପତିଙ୍କୁ ସାଧୁସନ୍ଥଙ୍କର ଦେବତା ବୋଲି କୁହାଯାଇଛି।
ଆପଣଙ୍କ ଜୀବନର ସୁଖର ଚାବି ବୃହସ୍ପତିଙ୍କ ପାଖରେ ରହିଛି ବୋଲି ମଧ୍ୟ କୁହାଯାଇଥାଏ। ଜ୍ୟୋତିଷ ଶାସ୍ତ୍ରରେ ଏହା ମଧ୍ୟ କୁହାଯାଇଛି ଯେ, ଯେଉଁ ବ୍ୟକ୍ତିଙ୍କ ଉପରେ ବୃହସ୍ପତିଙ୍କ କୃପା ରହିଥାଏ, ସେହି ବ୍ୟକ୍ତିଙ୍କ ଜୀବନରେ ଦୁଃଖ ପ୍ରବେଶ କରେ ନାହିଁ।
ଶାସ୍ତ୍ରରେ ହଳଦୀ ରଙ୍ଗକୁ ସମ୍ପନ୍ନତାର ପ୍ରତୀକ ବୋଲି କୁହାଯାଇଛି। ହଳଦିଆ ରଙ୍ଗ ବ୍ୟକ୍ତିର ସୁଖମୟ ଜୀବନକୁ ଦର୍ଶାଇଥାଏ। ଏହା ସହିତ ଗୁରୁବାର ଦିନ ଭଗବାନ ବିଷ୍ଣୁଙ୍କର ଆରାଧନା ମଧ୍ୟ କରାଯାଇଥାଏ। ବିଷ୍ଣୁଙ୍କର ପ୍ରିୟ ରଙ୍ଗ ହଳଦିଆ ହୋଇଥିବାରୁ ଏହି ରଙ୍ଗର ପୋଷାକ ପରିଧାନ ସହିତ ବିଷ୍ଣୁଙ୍କ ପାଖରେ ହଳଦିଆ ରଙ୍ଗର ଫୁଲ ମଧ୍ୟ ପୂଜା କରାଯାଇଥାଏ। ହଳଦିଆ ରଙ୍ଗର ପୋଷାକ ସହିତ ଫୁଲ ଅର୍ପଣ କଲେ, ଭଗବାନ ବିଷ୍ଣୁ ପ୍ରସନ୍ନ ହୋଇଥାନ୍ତି।
ଏହା ସହିତ ଗୁରୁବାର ଦିନ ହଳଦିଆ ରଙ୍ଗର ବସ୍ତୁ ଦାନ କରିବା ମଧ୍ୟ ଶୁଭ ବୋଲି କୁହାଯାଇଥାଏ। ଏହି ଦିନ ଆପଣ ହଳଦି, ଚଣା ଡ଼ାଲି କିମ୍ୱା କଦଳୀ ଦାନ କରନ୍ତୁ। ଏହା ସହିତ ଗୁରୁବାର ଦିନ ବୃହସ୍ପତିଙ୍କ ମନ୍ତ୍ର ୧୦୮ ଥର ଜପ କରନ୍ତୁ।
from Odisha Reporter https://ift.tt/2Px3Anj
No comments:
Post a Comment