ନିଶ୍ୱାସ ନେଉଛି ଜଙ୍ଗଲ, ଭାଇରାଲ୍‌ ହେଲାଣି ଭିଡିଓ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 27, 2018

ନିଶ୍ୱାସ ନେଉଛି ଜଙ୍ଗଲ, ଭାଇରାଲ୍‌ ହେଲାଣି ଭିଡିଓ

ନୂଆଦିଲ୍ଲୀ: ନିଶ୍ୱାସ ନେଉଛି ଜଙ୍ଗଲ। ଥରୁଛି ଭୁଇଁ। ଏମିତି ସ୍ଥିତିରେ ଡରିଯିବା ସ୍ୱଭାବିକ୍‌। ହେଲେ ଜଣେ ଦର୍ଶକ ଏ ଅଜବ ଦୃଶ୍ୟକୁ ନିଜ ମୋବାଇଲରେ କଏଦ କରି ଏବେ ସୋଶାଲ ମିଡିଆରେ ସେୟାର କରିଛନ୍ତି। ଯାହାକି ଭାଇରାଲ ହେବାରେ ଲାଗିଛି।

କଥାଟା ଶୁଣି ଆପଣଙ୍କୁ ଅଡୁଆ ଲାଗୁଥାଇପାରେ। ହେଲେ ଘଟଣାଟି ସତ। କାନାଡ଼ାର ଏକ ଜଙ୍ଗଲରେ ଏପରି କିଛି ଦେଖିବାକୁ ମିଳିଛି, ଯାହାକୁ ଦେଖିଲେ ଯେ କେହି ବି ଆଶ୍ଚର୍ଯ୍ୟ ହୋଇଯିବ।
ସ୍ଥାନୀୟ କ୍ୟୁବେକ୍‌ ଜଙ୍ଗଲରେ ଏମିତି କିଛି ଅନୁଭବ କରିବା ପରେ ଡାନିଏଲ୍‌ ହାଲେଣ୍ଡ୍‌ ନାମକ ଜଣେ ବ୍ୟକ୍ତି ଏ ସମ୍ବଳିତ ଦୃଶ୍ୟକୁ ନିଜ ଟୁଇଟ୍‌ରରେ ଶେୟାର କରିଛନ୍ତି। ପୋଷ୍ଟରେ ଲେଖିଛନ୍ତି, “କ୍ୟୁବେକ୍‌ ଜଙ୍ଗଲର ଭୂମି ଅଚାନକ ଭାବରେ ନିଃଶ୍ୱାସ ନେଉଛି”।

ଭିଡିଓ ଭାଇରାଲ ହେବା ପରେ ଏହା ପଛର ସତ୍ୟତା ବର୍ତ୍ତମାନ ପଦାକୁ ଆସିଛି।

Forbes ରିପୋର୍ଟ ଅନୁସାରେ, ପ୍ରକୃତରେ ଏହା ପବନ ହେବା ଯୋଗୁ ଦେଖା ଦେଇଥିଲା। ପ୍ରବଳ ପବନ ଦେବା ଯୋଗୁ ପତ୍ର ଏବଂ ଭୂମିର ଉପରଭାଗ ହଲିବାକୁ ଲାଗିଥିଲା। ରିପୋର୍ଟରେ ଏହା ମଧ୍ୟ ପ୍ରକାଶ ପାଇଛି ଯେ, କ୍ୟୁବେକ୍ ଜଙ୍ଗଲରେ ଝଡ଼ ଆସିବା ସମୟରେ ଗଛ ତଳେ ଥିବା ମାଟି ନରମ ହୋଇଯାଇଥାଏ। ଏହା ସହିତ ଗଛପତ୍ର, ଡାଳ ଜୋର୍‌ରେ ହଲିବା ଯୋଗୁ ଟାଣି ହୋଇ ମାଟି ମଧ୍ୟ ଉଠି ଆସିଥାଏ।
ଯାହା ଜଙ୍ଗଲ ନିଃଶ୍ୱାସ ନେଉଛି ବୋଲି ଭ୍ରମ ସୃଷ୍ଟି କରେ।
କ୍ୟୁବେକ୍‌ ଜଙ୍ଗଲ ଏହି ଭିଡିଓଟି ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଭିଡିଓଟି ୨୦ ଅକ୍ଟୋବର୍‌ରେ ଅପ୍‌ଲୋଡ୍‌ କରାଯାଇଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଭିଡିଓରେ ୨୮ ହଜାରେ ରି-ଟ୍ୱିଟ୍‌ ଏବଂ ୮୦ ହଜାର ଲାଇକ୍‌ ମିଳିସାରିଛି।



from Odisha Reporter https://ift.tt/2ORvD1c

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages