
ବଲାଙ୍ଗିର (ସସ୍ମିତା ସାହୁ): ଶକ୍ତିପୀଠରେ ଆଜି ନବରାତ୍ରର ଅଷ୍ଟମ ଦିନ। ସେଥିପାଇଁ ଆଜି ବଲାଙ୍ଗିର ଇଷ୍ଟଦେବୀ ମା’ ସମଲେଶ୍ୱେରୀ ଭକ୍ତମାନଙ୍କୁ ‘ମହାଗୌରୀ’ ବେଶରେ ଦର୍ଶନ ଦେଉଛନ୍ତି। ମା’ ବୃଷଭ ପିଠିରେ ବସି ଅଭୟ ମୂଦ୍ରାରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି।
ମା’ଙ୍କର ଏହି ଅଲୌକିକ ରୂପ ଦେଖିବା ପାଇଁ ସକାଳେ ପ୍ରବଳ ଭିଡ଼ ଜମିଥିଲା। ଭକ୍ତମାନେ ଧାଡ଼ିରେ ଶୃଙ୍ଖଳିତ ଭାବେ ଯାଇ ମା’ଙ୍କୁ ଦର୍ଶନ କରିଛନ୍ତି।
ମାଆ ଗୌର ରଙ୍ଗର ବସ୍ତ୍ର ଓ ଅଳଙ୍କାର ଧାରଣ କରିଛନ୍ତି। ମା’ଙ୍କ ‘ମହାଗୌରୀ’ ବେଶକୁ ପୂଜାର୍ଚ୍ଚନା କଲେ ଭକ୍ତି ଓ ଶକ୍ତି ମିଳିଥାଏ ବୋଲି ବିଶ୍ବାସ ରହିଛି। ମା’ଙ୍କର ଏହି ବେଶକୁ ପୂଜାର୍ଚ୍ଚନା କରି ଭଉଣୀମାନେ ଭାଇଙ୍କ ଶୁଭ ମନାସି “ଭାଇଜିଉନ୍ତିଆ” ପର୍ବ ପାଳନ କରିଥାଆନ୍ତି।
from Odisha Reporter https://ift.tt/2yD8rIW
No comments:
Post a Comment