#MeTo: ଏମ୍‌ଜେ ଆକବରଙ୍କ ମାମଲାରେ ମୁଣ୍ଡ ଖେଳାଇଲେ ଅଜିତ୍‌ ଡୋଭାଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 16, 2018

#MeTo: ଏମ୍‌ଜେ ଆକବରଙ୍କ ମାମଲାରେ ମୁଣ୍ଡ ଖେଳାଇଲେ ଅଜିତ୍‌ ଡୋଭାଲ

ମୁମ୍ବାଇ: #MeToo ମାମଲାକୁ ନେଇ ବିବାଦରେ ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ଏମ୍‌ଜେ ଆକବର। ଏମ୍‌ଜେ ଆକବରଙ୍କ ବିରୋଧରେ ଯୌନ ବ୍ୟଭିଚାର ଅଭିଯୋଗ ଆସିବା ପରେ ତାଙ୍କ ପାଇଁ ଅଡ଼ୁଆ ବଢ଼ିବାରେ ଲାଗିଛି। ଏନେଇ ରାଜନୀତି ତେଜିବା ସହ ଏମ୍‌ଜେ ଆକବର ମନ୍ତ୍ରୀପଦରୁ ଇସ୍ତଫା ଦେବା ପାଇଁ ବିରୋଧୀ କଂଗ୍ରେସ ଦାବି କରିଛି।

ତେବେ  ଅଭିଯୋଗକୁ ଭିତ୍ତିହୀନ କହିବା ସହ ଏମ୍‌ଜେ ଆକବର ଅଭିଯୋଗ ଆଣିଥିବା ସାମ୍ବାଦିକ ପ୍ରିୟା ରମାନିଙ୍କ ବିରୋଧରେ ମାନହାନୀ ମାମଲା ରୁଜୁ କରିଛନ୍ତି। ତେବେ ଆକବରଙ୍କ ମାମଲାକୁ ନେଇ ମଙ୍ଗଳବାର କୋର୍ଟରେ ହେବାକୁ ଥିବା ଶୁଣାଣି ଘୁଞ୍ଚିଯାଇଛି।

ଇତି ମଧ୍ୟରେ ବିରୋଧୀ ଦଳ ଆକବରଙ୍କ ମନ୍ତ୍ରୀପଦ ଇସ୍ତଫା ଦାବି କରିଛନ୍ତି। ତେବେ ଏହି ଘଟଣାରେ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଅଜିତ୍ ଡୋଭାଲ ମଙ୍ଗଳବାର ଏମ୍‌ଜେ ଆକବରଙ୍କ ବାଷଭବନକୁ ଯାଇ ତାଙ୍କୁ ଭେଟିଛନ୍ତି। ଏହା ପରେ ଡୋଭାଲ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ  ଶହାଙ୍କୁ ଭେଟି  ଆଲୋଚନା କରିଛନ୍ତି। ତେବେ ଏନେଇ କ’ଣ ଆଲୋଚନା ହୋଇଛି ଏବଂ ପରବର୍ତ୍ତୀ ପଦକ୍ଷେପ କ’ଣ ନିଆଯିବ ତାହା ଜଣାପଡ଼ି ନାହିଁ।

ଏଠାରେ ସୂଚନାଅଯୋଗ୍ୟ ଯେ, ଯେତେବେଳେ ୧୧ ଜଣ ମହିଳା ସାମ୍ବାଦିକ ଏମ୍‌ଜେ ଆକବରଙ୍କ ନାମରେ ଯୌନ ବ୍ୟଭିଚାର ଅଭିଯୋଗ ଆଣିଥିଲେ ସେତେବେଳେ ସେ ବିଦେଶରେ ଥିଲେ।



from Odisha Reporter https://ift.tt/2yjffMj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages