
ଦୁବାଇ: ଅବୁଧାବିରେ ଅଷ୍ଟ୍ରେଲିଆ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ୍ରେ ଘଟିଥିବା ଏକ ରନ୍ ଆଉଟ୍କୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇଯାଇଛନ୍ତି। ଏହି ରନ୍ ଆଉଟ୍ର ଭିଡିଓ ସୋଶାଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଆତ୍ମଘାତୀ ଢଙ୍ଗରେ କେମିତି ଜଣେ ଆଉଟ ହୁଏ, ତା’ର ଏକ ନିଚ୍ଛକ ଉଦାହରଣ ସୃଷ୍ଟି କରିଛନ୍ତି ପାକିସ୍ତାନ ବ୍ୟାଟସ୍ମ୍ୟାନ୍ ଆଝାର ଅଲ୍ଲୀ ଓ ଆସାଦ ସୈଫିକ୍।
ଦ୍ୱିତୀୟ ଟେଷ୍ଟର ୩ୟ ଦିନ ଅର୍ଥାତ ଆଜି ପାକିସ୍ତାନର ଏହି ଦୁଇ ବ୍ୟାଟସ୍ମ୍ୟାନ୍ କ୍ରିଜ୍ରେ ବେଶ ରକ୍ଷଣାତ୍ମକ ବ୍ୟାଟିଂ ଚଳାଇଥିଲେ। ପାକିସ୍ତାନର ୫୨ ତମ ଓଭର୍ରେ ପିଟର୍ ସିଡଲ ପାକିସ୍ତାନ ବ୍ୟାଟସ୍ମ୍ୟାନ୍ ଆଝାରଙ୍କୁ ପକାଇଥିବା ବଲ୍ଟି ବ୍ୟାଟ୍ର ଧାରରେ ବାଜି ଥାର୍ଡ ମ୍ୟାନ୍ ଅଞ୍ଚଳକୁ ଯାଇଥିଲା। ରନ୍ ନେବା ପରିବର୍ତ୍ତେ ଦୁଇ ବ୍ୟାଟସ୍ମ୍ୟାନ୍ ପିଚ୍ ମଝିରେ ଛିଡ଼ା ହୋଇ କଥାବାର୍ତ୍ତା ହେଉଥିଲେ। ସେମାନେ ଭାବିଥିଲେ ବଲ୍ଟି ଚୌକା ହୋଇଯାଇଛି। କିନ୍ତୁ ବାସ୍ତବରେ ବଲ୍ଟି ବାଉଣ୍ଡରୀ ପାଖରେ ହିଁ ଅଟକି ଯାଇଥିଲା। ହେଲେ ଏକଥା ଆଝାର କିମ୍ବା ସୈଫିକ୍ ଜାଣି ନଥିଲେ।
ଏହି ସମୟରେ ଅଷ୍ଟ୍ରେଲିଆନ୍ ଫିଲ୍ଡର୍ ମିଚେଲ୍ ଷ୍ଟାର୍କ ବଲ୍ଟିକୁ ସଂଗ୍ରହ କରିବା ସହ ଏହାକୁ ୱିକେଟ୍ କିପର୍ ତଥା ଅଧିନାୟକ ଟିମ୍ ପେନ୍ଙ୍କୁ ଥ୍ରୋ କରିଥିଲେ। ସେ ସଙ୍ଗେସଙ୍ଗେ ବଲଟିକୁ ନେଇ ବେଲ୍ ଖସାଇ ଦେଇଥିଲେ। ଫଳରେ ଆଝାର ରନ୍ ଆଉଟ୍ ହୋଇଥିଲେ।
ଏହି ଭିଡିଓ ଭାଇରାଲ୍ ହେବା ପରେ ଅନେକ ଏହାକୁ ଦେଖି ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ଆଝାରଙ୍କ ଏଭଳି ଦାୟିତ୍ୱହୀନତାଙ୍କୁ ସମସ୍ତେ ସମାଲୋଚନା ମଧ୍ୟ କରିଛନ୍ତି।
ଦେଖନ୍ତୁ ଭିଡିଓ:
LOL …pic.twitter.com/OZOwsl7Mmd
— Taimoor Zaman (@taimoorze) October 18, 2018
from Odisha Reporter https://ift.tt/2EDp8Km
No comments:
Post a Comment