୩୫ ବର୍ଷ ତଳେ ଭାରତରେ କ’ଣ କରୁଥିଲେ ଆପଲ୍‌ ପ୍ରତିଷ୍ଠାତା ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 5, 2018

୩୫ ବର୍ଷ ତଳେ ଭାରତରେ କ’ଣ କରୁଥିଲେ ଆପଲ୍‌ ପ୍ରତିଷ୍ଠାତା ?

(ଓଡ଼ିଶା ରିପୋର୍ଟର): ଆପଲ୍‌ ଆଇଫୋନ୍‌ ଆଜି ଆମେରିକାରେ ରିଲିଜ୍‌ ହେଲେ ଭାରତରେ ପହଞ୍ଚିବାକୁ କିଛି ମାସ ଲାଗିଯାଉଛି। କିନ୍ତୁ ଆଜି ଆପଲ୍‌ ପ୍ରତିଷ୍ଠାତା ଷ୍ଟିଭ୍‌ ଜବ୍ସଙ୍କ ମୃତ୍ୟୁ ବାର୍ଷିକୀରେ ଆମେ ଆପଣଙ୍କୁ ତାଙ୍କର ଭାରତ ଆସିବା ଏବଂ ଏଠାରେ ବିତାଇଥିବା କିଛି ସ୍ମରଣୀୟ ସମୟ ବାବଦରେ କହିବୁ, ଯାହାକି ତାଙ୍କ ଜୀବନର ଗତିପଥ ବଦଳାଇଦେଇଥିଲା। ଆପଲ୍‌ ପ୍ରତିଷ୍ଠା କରିବା ପୂର୍ବରୁ ୭୦ ଦଶକରେ ସେ ଭାରତ ଆସିଥିଲେ। ଆଉ ଏପରି ଆସିବା ପଛରେ ଗୋଟିଏ ବଡ଼ କାରଣ ଥିଲା ପ୍ରାଚ୍ୟ ଦର୍ଶନ ପ୍ରତି ତାଙ୍କର ଥିଲା ଅହେତୁକ ଦୁର୍ବଳତା ।

ତାଙ୍କ ସହିତ ତାଙ୍କ ବନ୍ଧୁ ଡାନ୍‌ କୋଟ୍‌କେ ମଧ୍ୟ ଆସିଥିଲେ ଏବଂ ସେମାନେ ୧୯୭୪ରୁ ୧୯୭୬ ଯାଏ ଥିଲେ। ସେ ଉତ୍ତରଭାରତରେ ୧ରୁ ୩ ମାସ ଯାଏ ବୁଲିଥିଲେ ଏବଂ ବିଜ୍ଞାନର ଅସମାହିତ ପ୍ରଶ୍ନ ସବୁର ଉତ୍ତର ଖୋଜି ବୁଲୁଥିଲେ। ତାଙ୍କର ଏକ ଜିବନୀରୁ ଜଣାଯାଏ ସେ ନୈନିତାଲ୍‌ ନିକଟରେ କୈଞ୍ଚି ନାମକ ସ୍ଥାନରେ ଜଣେ ନୀମ୍‌ କରୋଲି ବାବା ନାମକ ଜଣେ ସାଧୁଙ୍କୁ ଭେଟିଥିଲେ। ସେଠାରେ ତାଙ୍କୁ ସାଧୁ ଜଣକ ମୁଣ୍ଡନ କରିଥିବା ଜଣାଯାଏ।

ଦିଲ୍ଲୀରେ ମଧ୍ୟ କିଛି ଦିନ କଟାଇଥିବା ସଂଘର୍ଷର ଦିନ ଷ୍ଟିଭ୍‌ଙ୍କ ଜୀବନରେ ଏହି ଭାରତ ଗସ୍ତ ଯଥେଷ୍ଟ ପ୍ରଭାବ ପକାଇଥିଲା। ତା’ପରେ ଟାରି ଯାଇ ଜଣେ ବୌଦ୍ଧ ସନ୍ନ୍ୟାସୀଙ୍କୁ ଭେଟିଥିଲେ। ଅଟାରିରୁ ଫେରିବ ପରେ ଏଚ୍‌ପିରେ କାର୍ଯ୍ୟରତ ତାଙ୍କର ଜଣେ ବନ୍ଧୁ ଷ୍ଟିଭ୍‌ ୱଜ୍‌ନିଆକ୍‌ଙ୍କ ସହିତ ମିଶି ସେ ଆପଲ୍‌ କମ୍ପ୍ୟୁଟର ପ୍ରତିଷ୍ଠା କରିଥିଲେ। ମୋଟ ଉପରେ କହିବାକୁ ଗଲେ ଷ୍ଟିଭ୍‌ଙ୍କ ଭାରତ ଗସ୍ତ ହିଁ ତାଙ୍କ ଭିତରେ ସୃଷ୍ଟ ହୋଇଥିବା ‘ପରଫେକସନ୍‌ ପାଇଁ ଭୋକ’ର ମୂଳଦୁଆ ପକାଇଥିଲା।

୨୦୦୭-୮ରେ ଫେସବୁକ୍‌ ପ୍ରତିଷ୍ଠାତା ମାର୍କ ଜୁକରବର୍ଗ ମଧ୍ୟ ଭାରତର ପ୍ରସିଦ୍ଧ ଧାର୍ମକ ପୀଠ କୈଞ୍ଚି ଧାମ୍ ଆସିଥିବା ଚର୍ଚ୍ଚା ହୁଏ।



from Odisha Reporter https://ift.tt/2y22m9l

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages