ନକ୍ସଲ ବିରୋଧୀ ଅଭିଯାନକୁ ଜୋରଦାର କରିବାକୁ ପ୍ରସ୍ତୁତ ହେଲା ବ୍ଲୁ ପ୍ରିଣ୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 5, 2018

ନକ୍ସଲ ବିରୋଧୀ ଅଭିଯାନକୁ ଜୋରଦାର କରିବାକୁ ପ୍ରସ୍ତୁତ ହେଲା ବ୍ଲୁ ପ୍ରିଣ୍ଟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନକ୍ସଲ ଦମନ ନେଇ ଆନ୍ଧ୍ରପ୍ରଦେଶ ଓ ଓଡ଼ିଶାର ପୁଲିସ ଡିଜି ସ୍ତରୀୟ ବୈଠକ ଭୁବନେଶ୍ୱରରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆଗାମୀ ଦିନରେ ନକ୍ସଲ ଦମନ ଅଭିଯାନକୁ ଜୋରଦାର କରିବା ପାଇଁ ଦୁଇ ରାଜ୍ୟ ସହମତ ହୋଇଛନ୍ତି। ଆଗକୁ ନିର୍ବାଚନ ଆସୁଥିବାରୁ ନକ୍ସଲ ହିଂସାକୁ ଆଖି ଆଗରେ ରଖି ଗୁଇନ୍ଦା ସୂଚନା ଆଦାନ ପ୍ରଦାନ ଜରୁରୀ ବୋଲି ମତ ପ୍ରକାଶ କରିଛନ୍ତି ଉଭୟ ରାଜ୍ୟର ପୁଲିସ ମୁଖ୍ୟ।

ନିକଟରେ ଆନ୍ଧ୍ରରେ ଜଣେ ବିଧାୟକଙ୍କ ସମେତ ଦୁଇ ଜଣ ଟିଡିପି ନେତାଙ୍କୁ ନକ୍ସଲ ହତ୍ୟା କରିଥିଲେ। ଏହି ଘଟଣା ପରେ ଓଡ଼ିଶା-ଆନ୍ଧ୍ର ପୁଲିସର ଆତ୍ମ ବିଶ୍ଵାସ ଦୋହଲିଯାଇଛି। ସେଥିପାଇଁ ଉଭୟ ରାଜ୍ୟ ନକ୍ସଲଙ୍କ ମୁକାବିଲା ପାଇଁ ଅଣ୍ଟା ଭିଡ଼ିଛନ୍ତି। ବିଶେଷ କରି ଗୁଇନ୍ଦା ସୂଚନା ଆଦାନପ୍ରଦାନ ସହ ସୀମାରେ ସୁରକ୍ଷା କର୍ମୀଙ୍କ ମୁତୟନ ଓ କଟଅଫ୍‌ ଏରିଆରେ ସମନ୍ୱିତ ନକ୍ସଲ ମୁକାବିଲା ଅଭିଯାନ ଉପରେ ଗୁରୁତ୍ୱ ଦିଆଯାଇଛି।
ଆଜିର ବୈଠକରେ ଆନ୍ଧ୍ର ପୁଲିସ ଡିଜି ଆର. ପି. ଠାକୁର, ଏଡିଜି ଅପେରେସନ, ଇଣ୍ଟେଲିଜେନ୍ସ, ଗ୍ରେ ହାଉଣ୍ଡର ମୁଖ୍ୟଙ୍କ ସହ ଓଡ଼ିଶା ପୁଲିସ ଡିଜି ଡକ୍ଟର ଆର୍‌.ପି ଶର୍ମା ଏବଂ ମାଲକାନଗିରି ଓ କୋରାପୁଟ ଜିଲ୍ଲାର ଏସ୍‌ପିମାନେ ଯୋଗ ଦେଇଥିଲେ।



from Odisha Reporter https://ift.tt/2CtAaA8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages