ବାଘଛୁଆ ସହ ଟିକି ଝିଅର ବନ୍ଧୁତା, ଭାଇରାଲ୍‌ ହେଲା ଭିଡିଓ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 12, 2018

ବାଘଛୁଆ ସହ ଟିକି ଝିଅର ବନ୍ଧୁତା, ଭାଇରାଲ୍‌ ହେଲା ଭିଡିଓ

ବେଜିଂ: ବାଘ ଛୁଆ ସହ ବନ୍ଧୁତା କରି ରାତାରାତି ସୋଶାଲ୍‌ ମିଡିଆରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି ଜଣେ ୯ ବର୍ଷର ଝିଅ। ବାଘ ଛୁଆ ‌ଓ ଝିଅଟି କେମିତି ପରସ୍ପର ସହ ଖେଳୁଛନ୍ତି ଏବଂ ଝିଅଟି କେମିତି ବାଘ ଛୁଆକୁ ପୋଷା ମନାଇଛନ୍ତି ତା’ର ଫଟୋ ଏବଂ ଭିଡିଓ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି।

ଝିଅ ଜଣଙ୍କ ବାପା ସନ୍‌ ଜିଓଜିଙ୍ଗ ଚୀନ୍‌ର ଯେଉଁ ଚିଡ଼ିଆଖାନାରେ କାମ କରନ୍ତି, ସେହିଠାରେ ହିଁ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ବିଭିନ୍ନ ଅନ୍ତର୍ଜାତୀୟ ଖବରକାଗଜରେ ମଧ୍ୟ ଏହି ଖବର ପ୍ରକାଶ ପାଇଛି। ବାଘ ଛୁଆଟି ୩ ମାସର ହୋଇଥିବା ବେଳେ ଝିଅଟି ତାକୁ ଗାଧୋଇ ଦେବା ସହ ତା’ସହ ବିଭିନ୍ନ ପ୍ରକାରର ଖେଳ ଖେଳୁଥିବା ଦେଖିବାକୁ ମିଳୁଛି। ଏଭଳି ବନ୍ଧୁତାକୁ କେହି କେହି ଅନ୍ୟମାନଙ୍କ ପାଇଁ ପ୍ରେରଣା ବୋଲି ମଧ୍ୟ କହିଛନ୍ତି।

ଚୀନ୍‌ର ଫୁଜିଆନ୍‌ ପ୍ରଦେଶରେ ଥିବା ଡୋନ୍‌ଘୁ ଚିଡ଼ିଆଖାନାରେ ଦୀର୍ଘ ବର୍ଷ ହେଲାଣି କାର୍ଯ୍ୟ କରୁଥିବା ସନ୍‌ କହିଛନ୍ତି, “ ମୋ ଝିଅ ବାଘ ଛୁଆଟି ଜନ୍ମ ହେଲା ଦିନଠାରୁ ତା’ର ଦେଖାଶୁଣା କରୁଛି। ଏବେ ବାଘ ଛୁଆର ବୟସ ୩ ମାସ। ଏହି ଅବଧି ମଧ୍ୟରେ ମୋ ଝିଅ ଓ ବାଘ ଛୁଆ ମଧ୍ୟରେ ଭଲ ବନ୍ଧୁତା ସୃଷ୍ଟି ହୋଇଯାଇଛି। ସେ ବାଘ ଛୁଆଟିକୁ ବୋଟଲ୍‌ରେ କ୍ଷୀର ପିଇବାକୁ ଦେବା ସହ ତାକୁ ଗାଧୋଇ ଦେଉଛି। ଏପରି କି ବିଭିନ୍ନ ସମୟରେ ଉଭୟ ଏକାଠି ଖେଳୁଛନ୍ତି। ମୋ ଝିଅ ବାଘ ଛୁଆକୁ ବିଭିନ୍ନ ସ୍ଥାନକୁ ଚଲାଇବାକୁ ମଧ୍ୟ ନେଉଛି। ସେମାନଙ୍କୁ ଯିଲ କେହି ଦେଖିଲେ ଦୁଇ ଜଣ ବନ୍ଧୁ କ୍ରୀଡ଼ାରେ ମାତିଛନ୍ତି ବୋଲି କହୁଛନ୍ତି।”

ସନ୍‌ ଏହି ବାଘ ଛୁଆଟିର ନାଁ ହୁନିଉ ରଖିଛନ୍ତି। ଏହାର ଅର୍ଥ ବାଘ ଝିଅ ବା ଟାଇଗର୍‌ ଗାର୍ଲ।

ସନ୍‌ କହିଛନ୍ତି, ମୋ ଝିଅ ସ୍କୁଲରୁ ଫେରିବା ବେଳେ ବାଘ ଛୁଆଟି ତା’ ପାଖକୁ ଦୌଡ଼ି ଯାଏ। ଅନ୍ୟମାନେ ବାଘ ଛୁଆକୁ ଭୟ କରୁଥିବା ବେଳେ ମୋ ଝିଅ କିନ୍ତୁ ତା’ ସହ ଖେଳିବାରେ ଲାଗିଛି।

ଚୀନ୍‌ ସୋଶାଲ୍‌ ମିଡିଆରେ ଝିଅଟିର ଏହି ଫଟୋ ଭାଇରାଲ୍‌ ହେବାରେ ଲାଗିଛି।
ଦେଖନ୍ତୁ ଭିଡିଓ:

ସୌଜନ୍ୟ: youtube



from Odisha Reporter https://ift.tt/2C9Boj8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages